ETV Bharat / bharat

28ରୁ ମୁମ୍ବାଇ ସହରରେ ରାତ୍ରକାଳୀନ କର୍ଫ୍ୟୁ, 5ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ ସିଲ ହେବ ଆପାର୍ଟମେଣ୍ଟ

ମହାରାଷ୍ଟ୍ରରେ ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି ମହାରାଷ୍ଟ୍ର ସରକାର । ପୁଣି ଫେରିଲା ରାତ୍ରକାଳୀନ କର୍ଫ୍ୟୁ । ଅଧିକ ପଢନ୍ତୁ....

author img

By

Published : Mar 27, 2021, 6:02 PM IST

28 ରୁ  ମୁମ୍ବାଇ ସହରରେ ରାତ୍ରୀକାଳିନ କର୍ଫ୍ୟୁ, 5 ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ ସିଲ ହେବ ଆପାର୍ଟମେଣ୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି ମହାରାଷ୍ଟ୍ର ସରକାର। ଏହି କ୍ରମରେ ମୁମ୍ବାଇରେ କୋଭିଡ କଟକଣା କଡାକଡି କରିବାକୁ ଯାଉଛି ମୁମ୍ବାଇ ମହାନଗର ନିଗମ । ଏଥର 5 କିମ୍ବା ତାହା ଠାରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଲେ ସିଲ ହେବ ଆପାର୍ଟମେଣ୍ଟ ଓ ସୋସାଇଟି ।

ସେହିପରି ବସ୍ତି ଅଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମଧ୍ୟ ସଂକ୍ରମଣ ମାମଲା ବଢିବାର ଆଶଙ୍କା ରହିଥିବାରୁ ଏପରି ମିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମୁମ୍ବାଇ ମେୟର କିଶୋରି ପେଡନାକର । ସେହିପରି ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ଏହି କର୍ଫ୍ୟୁ ଅବଧି ମଧ୍ୟରେ ହୋଟେଲ ଓ ପବ ଗୁଡିକୁ ବନ୍ଦ ରଖାଯିବ । କେବଳ ଜରୁରୀ ସେବାଗୁଡିକୁ ବାଦ ଦେଲେ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ । ଆସନ୍ତା 28 ତାରିଖରୁ ରାତ୍ରୀ 10 କିମ୍ବା 11 ରୁ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହୋଇପାରେ । ଏନେଇ ମଧ୍ୟ ମେୟର କିଶୋରି ପେଡନାକର ସୂଚନା ଦେଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.