ETV Bharat / bharat

ଆଣ୍ଟିଲିଆ ମାମଲା, ଏନଆଇଏ ହେପାଜତକୁ ଗଲେ ରିଆଜ କାଜି

author img

By

Published : Apr 11, 2021, 6:59 PM IST

ଆଣ୍ଟିଲିଆ ମାମଲାରେ ଏନଆଇଏ ହେପାଜତରେ ଆଉ ଜେଣେ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ....

ଆଣ୍ଟିଲିଆ ମାମଲା, ଏନାଇଏ ହେପାଜତକୁ ଗଲା ରିଆଜ କାଜି

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ମୁଖ୍ୟ ଅଭିଯୁକ୍ତ ସଚିନ ଓ୍ବାଜେର ସହଯୋଗୀ ରିଆଜ କାଜିକୁ ଏନଆଇଏ ହେପାଜତକୁ ପଠାଇଲେ ସ୍ବତନ୍ତ୍ର ହଲିଡେ କୋର୍ଟ । ପୂର୍ବରୁ ତାଙ୍କୁ ଏକାଧିକ ଥର ଜେରା କରାଯାଇ ଥିବାବେଳେ ଉକ୍ତ ଘଟଣାରେ ସମ୍ପୃକ୍ତି ନେଇ ତାଙ୍କୁ ଗିରଫ କରିଥିଲା ଏନଆଇଏ । ତେବେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଆସନ୍ତା 16 ତାରିଖ ଯାଏ ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି ।

କାଜି ମୁମ୍ବାଇ ପୋଲିସରେ କାର୍ଯ୍ୟରତ ଜଣେ ସହକାରୀ ପୋଲିସ ଇନିସପେକ୍ଟର । ସେ ସିଧାସଳଖ ଭାବେ ସଚିନ ଓ୍ବାଜେଙ୍କ ଅଧିନସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଆଣ୍ଟିଲିଆ ବାହାରେ ବିସ୍ଫୋରକ ବୋଝେଇ ଗାଡି ରଖିବା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ସଚିନ ଓ୍ବାଜେଙ୍କୁ ସହାୟତା କରିଥିବା ଅଭିଯୋଗରେ ପ୍ରଥମେ ଏନଆଇଏ ସ୍କାନରକୁ ଆସିଥିଲେ । ପରେ ତାଙ୍କୁ ଏକାଧିକ ଥର ପଚରାଉଚରା ମଧ୍ୟ କରିଥିଲା ଏନଆଇଏ । ଆଜି କୋର୍ଟ କାଜିଙ୍କୁ ଏନଆଇଏ ହେପାଜତକୁ ପଠାଇବା ପରେ ତାଙ୍କୁ ରିମାଣ୍ଡରେ ନେଇ ନୂଆ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରିବ ଜାତୀୟ ତଦନ୍ତ କାରୀ ସଂସ୍ଥା ଏନଆଇଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.