ETV Bharat / bharat

Coimbatore Car Blast: ତାମିଲନାଡୁର ୪୫ଟି ସ୍ଥାନରେ ରେଡ୍‌

author img

By

Published : Nov 10, 2022, 9:51 AM IST

ତାମିଲନାଡୁ କୋଇମ୍ବାଟୁର କାର ବିସ୍ଫୋରଣ ଘଟଣାର (Coimbatore car blast) ତଦନ୍ତ ଆରମ୍ଭ କଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA । ତାମିଲନାଡୁର ୪୫ଟି ସ୍ଥାନରେ ରେଡ୍‌ କରିଛି ସଂସ୍ଥା । ଅଧିକ ପଢନ୍ତୁ

Coimbatore Car Blast
Coimbatore Car Blast

ଚେନ୍ନାଇ: ତାମିଲନାଡୁ କୋଇମ୍ବାଟୁର କାର୍‌ (Coimbatore car blast) ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ(NIA) । ତାମିଲନାଡୁର ୪୫ ଟି ସ୍ଥାନରେ ଏନଆଇଏ ଟିମ ତାର ତଦନ୍ତ ଆରମ୍ଭ କରିଛି (NIA team begins probe in Coimbatore car blast )।

  • Tamil Nadu | National Investigation Agency (NIA) raids underway at 45 locations in the state in connection with the Coimbatore car blast case that took place on October 23rd: Sources

    (Visuals from Coimbatore's GM Nagar & HMPR street) pic.twitter.com/fjanUCGs0P

    — ANI (@ANI) November 10, 2022 " class="align-text-top noRightClick twitterSection" data=" ">

ଅକ୍ଟୋବର ୨୩ ତାରିଖରେ ତାମିଲନାଡୁର କୋଇମ୍ବାଟୁର ସହରର ଅକ୍ରମ ଏରିଆରେ ଏକ କାରରେ ବିସ୍ଫୋରଣ ଘଟିଥିଲା । କାର୍‌ରେ ଏକ ଏଲପିଜି ସିଲିଣ୍ଡର ରଖାଯାଇଥିବାବେଳେ, ସେଥିରେ ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ୨୯ ବର୍ଷୀୟ ଯୁବକ ଜମିଶ ମୁବିନଙ୍କ ମୃତ୍ୟୁ ହୋଇଥିଲା । ତେବେ ତାମିଲନାଡୁର ୪୫ଟି ସ୍ଥାନରେ NIA ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତାମିଲନାଡୁ ପୋଲିସ ଏବଂ ଏନଆଇଏ ଟିମ ମିଳିତ ଭାବେ ଗୁରୁବାର ସକାଳେ କୋଟାମେଡୁ, ପୋନଭିଜା ନଗର, ରଥିନାପୁରୀ, ଏବଂ ଉକ୍କାଡାମ ଭଳି ଘଟଣାରେରେ ଚଢାଉ କରିଥିଲେ । ତେବେ ଏହି ଘଟଣାକୁ ନେଇ ଆତଙ୍କୀ ଷଡଯନ୍ତ୍ର ସନ୍ଦେହରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଇବା ପାଇଁ ଅନୁମତି ଦେବାକୁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସୁପାରିଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ତେବେ ଏହି ମାମଲାରେ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଥିବାବେଳେ, ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ବ୍ୟକ୍ତିମାନେ ଜମିଶଙ୍କ ସହଯୋଗି ବୋଲି ଜଣାପଡିଛି । ଗିରଫ ଯୁବକମାନେ ହେଲେ ମହମ୍ମଦ ଥାଲକା (25), ମହମ୍ମଦ ଅସାରୁଦ୍ଦିନ (25), ମହମ୍ମଦ ରିୟାଜ (27), ଫେରୋଜ ଇସମାଇଲ (27), ମହମ୍ମଦ ନଭାଜ ଇସମାଇଲ (27) ଏବଂ ମୃତକଙ୍କ ସମ୍ପର୍କୀୟ ଆଫସର ଖାନ।ପୋଲିସର କହିବା ଅନୁସାରେ, ୨୫ ବର୍ଷୀୟ ମୁବିନ ଇଞ୍ଜିନିୟରିଂ ଛାତ୍ର ଥିଲେ । ପୂର୍ବରୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଏନଆଇଏ ଅଧିକାରୀଙ୍କ ଦ୍ବାରା 2019 ମସିହାରେ ତାଙ୍କୁ ପଚରାଉଚରା କରାଯାଇଥିଲା ।ରେଡ ସମୟରେ ମୁବିନ୍‌ଙ୍କ ଘରୁ ବିସ୍ଫୋରକ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । 75 କିଲୋଗ୍ରାମ ପୋଟାସିୟମ ନାଇଟ୍ରେଟ, ଅଙ୍ଗାର, ଆଲୁମିନିୟମ ପାଉଡର ଏବଂ ସଲଫର ଜବତ କରାଯାଇଛି । ଯାହା ବିସ୍ଫୋରକ ତିଆରିରେ ବ୍ୟବହୃତ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.