ETV Bharat / bharat

Terror Funding Case: ଜମ୍ମୁ କାଶ୍ମୀରରେ 16ଟି ସ୍ଥାନରେ NIAର ଚଢାଉ

ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଜମ୍ମୁ କାଶ୍ମୀରର 16ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସିର ଚଢାଉ । ଅଧିକ ପଢନ୍ତୁ

author img

By

Published : May 4, 2023, 1:51 PM IST

nia raid in jammu and kashmir
nia raid in jammu and kashmir

ଶ୍ରୀନଗର: ଆକ୍ସନ ମୋଡରେ ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିଛି । ଜମାତ-ଇ-ଇସଲାମି (ଜେଇଆଇ) ସହିତ ଜଡିତ ଏକ ଆତଙ୍କବାଦୀ ପାଣ୍ଠି ମାମଲାରେ ଗୁରୁବାର ମୋଟ 16 ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଚଢାଉ କରିଥିବା ସୂଚନା ମିଳିଛି ।

କିସ୍ତିଓ୍ବାରର 6ଟି ସ୍ଥାନ ଓ ବାରମୁଲ୍ଲାର 11ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନଆଇଏ । ଗତ 2 ତାରିଖରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଷଡଯନ୍ତ୍ର ମାମଲାରେ ଜମ୍ମୁ କାଶ୍ମୀରର 12 ଟି ସ୍ଥାନରେ ଚଢାଉ କରାଯାଇଥିଲା । ଜାତୀୟ ଅନୁସନ୍ଧାନ ଏଜେନ୍ସିର ସୂଚନା ଅନୁଯାୟୀ, କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଜେଇଇ ଚାରିଟି ନାମରେ ସଂଗୃହୀତ ଅର୍ଥକୁ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନକୁ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଅନେକ ଗୁଡିକ କାଗଜପତ୍ରକୁ ମଧ୍ୟ ଏନଆଇଏ ଯାଞ୍ଚ କରୁଛି ।

ଏହା ମଧ୍ୟ ପଢନ୍ତୁ-Army Helicopter Crash: କିସ୍ତୱାରରେ ସେନା ହେଲିକପ୍ଟର କ୍ରାସ, 2 ଆହତ ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଙ୍ଗଳବାର ଦିନ ଏନଆଇଏ କହିଛି ଯେ, ''କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କୁ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର କମାଣ୍ଡରଙ୍କ ଦ୍ବାରା ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର, ବୋମା, ନିଶା ସାମଗ୍ରୀକୁ ଭାରତୀୟ ସୀମାକୁ ପଠାଯାଉଛି । ଜୁନ୍ 24, 2022ରେ ଜମ୍ମୁ କାଶ୍ମୀରର 14ଟି ସ୍ଥାନରେ ଆତଙ୍କବାଦୀ ଷଡଯନ୍ତ୍ର ମାମଲାରେ ଯାଞ୍ଚ କରିଥିଲା । ଏହି ସମୟରେ ଡିଜିଟାଲ ସାମଗ୍ରୀ ଓ ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଆତଙ୍କବାଦୀ ଷଡଯନ୍ତ୍ରରେ 21 ଜୁନ୍ 2022ରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା ।''

ଏହା ମଧ୍ୟ ପଢନ୍ତୁ-Wrestlers Protest: କାନ୍ଦିଲେ ଭିନେଶ ଫୋଗାଟ, କହିଲେ ଏ ଦିନ ଦେଖିବାକୁ ମେଡାଲ ଜିତିଥିଲୁ

ଗତ ମାର୍ଚ୍ଚ 14 ତାରିଖରେ କୁଲଗାମ, ପୁଲୱାମା, ଅନନ୍ତନାଗ ଓ ସୋପିଆନ ଅଞ୍ଚଳରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଏନଆଇଏ । ହୁରିୟାତ ନେତା କ୍ବାଜି ୟାସିର ଏବଂ ଜାମ୍ମୁ କାଶ୍ମୀର ମୁକ୍ତି ଆନ୍ଦୋଳନ ଅଧ୍ୟକ୍ଷ ଜାଫର ଭଟ୍ଟଙ୍କ ଘରେ ରେଡ କରିଥିଲା ଏନଆଇଏ । ସେହିପରି ଫେବୃଆରୀ 21 ତାରିଖରେ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ସର୍ଚ୍ଚ ଅପରେସନ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.