ଚେନ୍ନାଇ: ତାମିଲନାଡୁର ମଦୁରାଇର ଚାରିଟି ସ୍ଥାନରେ ଏନଏଆଇ ଚଢାଉ କରିଛି । ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ତଥା ମୌଳିକବାଦୀ ସଂଗଠନ ହିଜବ-ଉତ-ତାହିରର ଆଦର୍ଶକୁ ପ୍ରୋତ୍ସାହିତ କଲା ଭଳି ଫେସ ବୁକ ପୋଷ୍ଟ କରିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଗତ ବର୍ଷ ଡିସେମ୍ବରରେ ଗିରଫ ହୋଇଥିବା ମଦୁରାଇ ବାସିନ୍ଦା ମହମ୍ମଦ ଇକବାଲଙ୍କ ଦ୍ୱାରା ଫେସବୁକରେ କିଛି ଅପ୍ରତ୍ୟାଶିତ ପୋଷ୍ଟ ଅପଲୋଡ୍ ହୋଇଥିବା ଜାଣିବାକୁ ପାଇଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଉକ୍ତ ବ୍ୟକ୍ତି ଜଣଙ୍କ ଆତଙ୍କବାଦୀ କର୍ଯ୍ୟକଳାପକୁ ପ୍ରତ୍ସାହିତ କରିବା ଭଳି ପୋଷ୍ଟ କରିଥିବା ଜଣା ପଡିବା ପରେ ତଦନ୍ତ ଆରମ୍ଭ କରିଥିଲା ଏନଆଇଏ । ସୋସିଆଲ ମିଡିଆ ପୋଷ୍ଟରେ ଆତଙ୍କବାଦୀ ଇକବାଲ ଆଇଏସ ଆତଙ୍କବାଦୀ ଗୋଷ୍ଠୀ ଏବଂ ହିଜବ-ଉତ-ତାହିର ନାମକ ଏକ ମୌଳିକ ସଂଗଠନକୁ ସମର୍ଥନ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଥୁବା ଦେଖିବା ନେଇ ପ୍ରାଥମିକ ଅନୁସନ୍ଧାନ ଏଜେନ୍ସିର ଅଧିକାରୀ କହିଛନ୍ତି।
ଥୋଙ୍ଗା ଭିଜିଗାଲ ରେଣ୍ଡୁଫେସବୁକ ପୃଷ୍ଠାରେ ପୋଷ୍ଟଗୁଡିକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିବା ପାଇଁ ଇକବାଲଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି । ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଅସନ୍ତୋଷ ସୃଷ୍ଟି କରିବା ପାଇଁ ଏହା ସୁଚିନ୍ତିିତ ଭାବେ କରାଯାଇଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ମଦୁରାଇ ଜିଲ୍ଲାର କାଜିମାର ଛକ, କେ ପୁଦୁର, ପେଥାନିଆପୁରାମ ଏବଂ ମେହବୁବ ପାଲାୟମରେଲ ଏନଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଏହି ଅପରେସନ ସମୟରେ ଲାପଟପ୍, ହାର୍ଡ ଡିସ୍କ, ମୋବାଇଲ୍ ଫୋନ୍, ମେମୋରୀ କାର୍ଡ, ସିମ୍, ପେନ୍ ଡ୍ରାଇଭ୍ ଏବଂ ଅନେକ ଅପରାଧୀ ପୁସ୍ତକ, ପାମ୍ପଲେଟ୍ ,ଡକ୍ୟୁମେଣ୍ଟ୍ ସମେତ 16 ଟି ଡିଜିଟାଲ୍ ଉପକରଣ ଉଦ୍ଧାର କରାଯାଇଛି ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ମଧ୍ୟ ଜଣା ପଡିଛି ।