ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ନାଗରିକ, NIAର ଚଢାଉ ଜାରି - ଏନଆଇଏ ଚଢାଉ

ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ। ଏହାର କାରଣ ଖୋଜିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ତଦନ୍ତଭାର ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ପାଇଁ ଦକ୍ଷିଣ କାଶ୍ମୀର ବାରମୁଲ୍ଲା ଜିଲ୍ଲା ନରୱା ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଦେହ ନେଇ ଚଢାଉ କରିଛି NIA । ଅଧିକ ପଢନ୍ତୁ...

ଆତଙ୍କୀଙ୍କ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା,  NIAର ଚଢାଉ ଜାରି

author img

By

Published : Oct 20, 2021, 1:55 PM IST

ଶ୍ରୀନଗର: ଅଶାନ୍ତ ରହିଛି ସୀମା । ଆତଙ୍କୀଙ୍କ ଆକ୍ରମଣରେ ସୀମାରେ ସୁରକ୍ଷାକର୍ମୀଙ୍କଠାରୁ ନେଇ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ। ଏହାର କାରଣ ଖୋଜିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ତଦନ୍ତଭାର ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ପାଇଁ ଦକ୍ଷିଣ କାଶ୍ମୀର ବାରମୁଲ୍ଲା ଜିଲ୍ଲା ନରୱା ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଦେହ ନେଇ ଚଢାଉ କରିଛି NIA ।

ବାରମୁଲ୍ଲାର ନରୱାର ଦୁଇଟି ଗାଁ ଫତେଗଡ ଓ ଆଉଦୋରାରେ ଚଢାଉ କରିଛି ଏନଆଇଏ । ଫତେଗଡର ଅରିଫ ମନଜୁର ଶେଖ୍ ଓ ଆଉଦୋରାର ହୁରିୟତ ଜି କାର୍ଯ୍ୟକର୍ତ୍ତା ଅବଦୁଲ ରାସିଦ ରାଥରଙ୍କ ଘରେ ଏନଆଇଏ ଚଢାଉ କରିଛି । ରେଡ ଜାରି ଥିବା ସୁତ୍ରରୁ ଜଣାପଡିଛି ।

ପ୍ରକାଶ ଥାଉକି, ଇତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜାମ୍ମୁ କାଶ୍ମୀରରେ ପ୍ରାୟ ୧୧ ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି । ସେହିପରି କାଶ୍ମୀରରେ ରହୁଥିବା ବାହାର ରାଜ୍ୟର କିଛି ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି । ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ NIAକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.