ETV Bharat / bharat

NIA କୁ ବଡ ସଫଳତା, PLA ଆତଙ୍କବାଦୀ ଗିରଫ

author img

By

Published : May 14, 2021, 7:02 PM IST

ନଭେମ୍ବର 2017ରେ ଆସାମ ରାଇଫଲର ରୋଡ ଓପନିଂ ପାର୍ଟି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମିର ରମେଶ ସିଂହକୁ ଗିରଫ କରିଛି ଏନଆଇଏ । ଅଧିକ ପଢନ୍ତୁ...

NIA ହାତରେ ଲାଗିଲା ବଡ ସଫଳତା, PLA ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ବଡ ସଫଳତା । ନଭେମ୍ବର 2017ରେ ଆସାମ ରାଇଫଲର ରୋଡ ଓପନିଂ ପାର୍ଟି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମିର ରମେଶ ସିଂହକୁ ଗିରଫ କରିଛି ଏନଆଇଏ । 2017ରେ ହୋଇଥିବା ଆକ୍ରମଣ ପରେ ଅଭିଯୁକ୍ତ ଭାରତରୁ ପଳାୟନ କରି ମିଆଁମାରରେ ଲୁଚିଥିଲା ।

ଗିରଫ କରିବା ପରେ ଆତଙ୍କବାଦୀ ରମେଶ ସିଂହକୁ କୋର୍ଟରେ ହାଜର କରିଛି ଏନଆଇଏ । ଜେରା ପରେ 5 ଦିନ ରମେଶକୁ ରିମାଣ୍ଡରେ ପଠାଇଦିଆଯାଇଛି ।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଘଟଣା 15 ନଭେମ୍ବର 2017 ରେ ଘଟିଥିଲା। ମଣିପୁରର ଚୋମେଲ-ସାଜିକ୍ ଚମ୍ପକ ରୋଡରେ ଆତଙ୍କବାଦୀ ସଂଗଠନ PLA / RPFର ଜଣେ ଆତଙ୍କବାଦୀ ଆସାମ ରାଇଫଲର ଚତୁର୍ଥ ବାଟାଲିୟନର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆସାମ ରାଇଫଲ ଜଣେ ଯବାନ ଶହୀଦ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.