ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ବାତ୍ୟା ୟାସ କ୍ଷୟକ୍ଷତି ନେଇ ଆଜି ସୂଚନା ଦେଇପାରନ୍ତି ଏସଆରସି ।
- ରାଜ୍ୟରେ ଯୁକ୍ତ 2 ପରୀକ୍ଷା ନେଇ ଆଜି ପୁଣି ବସିବ ବୈଠକ, ବାତିଲ ନେଇ ହୋଇପାରେ ଘୋଷଣା ।
- ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଉଁରି ଉତ୍ସବ । ରଥ ନିର୍ମାଣ ପରମ୍ପରା ଅନୁସାରେ ଡେରା ହେବ ରଥ ଚକ ।
- ଆଜି ନିଜ ଜନ୍ମ ମାଟିରେ ହେବ ବିଜୟଶ୍ରୀଙ୍କ ଶେଷକୃତ୍ୟ ।
- ଲକଡାଉନ 3.0 ର ଆଜି ତୃତୀୟ ଦିନ । ଚାଲିଛି କଡା ଚେକିଂ
- ଆଜି ବିଶ୍ବ ସାଇକେଲ ଦିବସ । ପ୍ରତିବର୍ଷ ଜୁନ୍ 3ରେ ସାଇକେଲ ଚଳାଇବାର ଉପକାରିତାକୁ ନେଇ କରାଯାଉଛି ସଚେତନ ।
- ଲକଡାଉନ ଯୋଗୁଁ ରାଜ୍ୟରେ 30% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ ।
- ରାଜ୍ୟରେ ବନ୍ଦ ହେବ 18-44 ବର୍ଗଙ୍କ ଟୀକାକରଣ ! 2 ଦିନ ଭିତରେ ଟିକା ନଆସିଲେ ହୋଇପାରେ ବାଧାପ୍ରାପ୍ତ ।
- କୋରୋନା ଭାଇରସର ନୂଆ ହଟସ୍ପଟ ଚିହ୍ନଟ । ଭବିଷ୍ୟତରେ ବ୍ୟାପିବା ନେଇ ଗବେଷଣାରୁ ଜଣାପଡିଛି ।
- ଆଜି କେରଳ ଛୁଇଁବ ମୌସୁମୀ । ରାଜ୍ୟର 22ଟି ଜିଲ୍ଲାରେ ଆଜି କାଳବୈଶାଖୀ ।