ETV Bharat / bharat

ଭାଙ୍ଗିଲା ନେପାଳ ସରକାର, ଉପନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କ ଘୋଷଣା - ଉପ ନିର୍ବାଚନ

ନେପାଳରେ ସଂସଦ ଭାଙ୍ଗିଲେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରି । ନୂଆ ସରକାର ପାଇଁ ହେବ ଉପନିର୍ବାଚନ । ଅଧିକ ପଢନ୍ତୁ...

ନେପାଳରେ ଭାଙ୍ଗିଲା ସଂସଦ, ଉପନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କ ଘୋଷଣା

author img

By

Published : May 22, 2021, 10:06 AM IST

Updated : May 22, 2021, 12:26 PM IST

କାଠମାଣ୍ଡୁ: ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରି ନେପାଳରେ ସଂସଦକୁ ସରକାରଙ୍କ ପରାମର୍ଶ କ୍ରମେ ଗତ ଶୁକ୍ରବାର ଭଙ୍ଗ କରିଛନ୍ତି । ନୂଆ ସରକାର ଗଠନ ଲାଗି ଉପନିର୍ବାଚନ କରିବା ପାଇଁ ନଭେମ୍ବର 12 ଓ 19 ତାରିଖ ଦିନ ନିର୍ବାଚନ କରିବା ପାଇଁ ସେ ଘୋଷଣା କରିଛନ୍ତି ।

ନେପାଳର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଗୃହକୁ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତି କ୍ୟାବିନେଟ ଦ୍ବାରା ଦିଆଯାଇଥିବା ସୁପାରିଶକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି। ଏହାସିହତ ନଭେମ୍ବର 12 ଓ 19 ତାରିଖକୁ ପୋଲ ଲାଗି ଘୋଷଣା କରିବା ପାଇଁ କ୍ୟାବିନେଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା । ଦ୍ବିତୀୟ ଥର ଲାଗି ନେପାଳରେ ସଂସଦ ଗୃହ ଭାଙ୍ଗିଛି । ତେବେ ଗତ ବର୍ଷ ଡିସେମ୍ବର 20 ତାରିଖରେ ରାଷ୍ଟ୍ରପତି ଭଣ୍ଡାରି ଗୃହକୁ ଭଙ୍ଗ କରିଥିଲେ ।

ଗତବର୍ଷ ଗୃହ ଭାଙ୍ଗିବା ପରେ ଫେବୃଆରୀ 23 ତାରିଖରେ ନୂଆ ସରକାର ଗଠନ କରାଯାଇଥିଲା । ଦେଶରେ ନୂଆ ସରକାର ଗଠନ କରିବାରେ ବିଫଳ ହେବାରୁ ସଂସଦ ଗୃହକୁ ଭଙ୍ଗ କରାଯାଇଥିଲା । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଆବଶ୍ୟକୀୟ ବ୍ୟବସ୍ଥା ପୂରଣ କରିବାରେ ବିଫଳ ହେବାରୁ ଉଭୟ ନୂତନ ସରକାର ଗଠନ କରିପାରିବାରେ ବିଫଳ ହୋଇଛନ୍ତି ରାଷ୍ଟ୍ରପତି ଭଣ୍ଡାରୀ କହିଛନ୍ତି ।

ଧାରା 76-5 ଅନୁସାରେ ନୂଆ ସରକାର ଗଠନ କରିବା ପାଇଁ ଗୁରୁବାର ଭଣ୍ଡାରି କହିଥିଲେ । କିନ୍ତୁ ଧାର୍ଯ୍ୟ ସମୟ ଶେଷ ହେବା ପୂର୍ବରୁ ଓଲି ଓ ଦେଉବା ଅଧିକ ସଂଖ୍ୟା ଗରିଷ୍ଠତା ସହିତ ନୂଆ ସରକାର ଗଠନ କରିବେ ବୋଲି କହିଥିଲେ । କିନ୍ତୁ ଉଭୟ ସରକାର ଗଠନ କରିବାରେ ବିଫଳ ହେବାରୁ ରାଷ୍ଟ୍ରପତି ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଇନାହାନ୍ତି ବୋଲି କହିଛନ୍ତି ।

@IANS

Last Updated : May 22, 2021, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.