ETV Bharat / bharat

ଅପରେସନ ଗଙ୍ଗାରେ ୟୁକ୍ରେନରୁ ଫେରିଲେ ୪ ନେପାଳୀ, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନେପାଳ ପିଏମ୍ - ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେପାଲର ପ୍ରଶଂସା

ଅପରେସନ ଗଙ୍ଗାରେ ୟୁକ୍ରେନରୁ ସ୍ବଦେଶ ଫେରିଛନ୍ତି ୪ ନେପାଳ ନାଗରିକ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ, ଅପରେସନ ଗଙ୍ଗାରେ ୪ ନେପାଳୀଙ୍କୁ ୟୁକ୍ରେନରୁ କରାଯାଇଥିଲା ଉଦ୍ଧାର

author img

By

Published : Mar 12, 2022, 5:26 PM IST

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ଗଙ୍ଗାରେ କେବଳ ଭାରତୀୟ ନାଗରିକ ନୁହନ୍ତି ବରଂ ପଡୋଶୀ ଦେଶର କିଛି ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ୟୁକ୍ରେନରେ ଫସିଥିବା ୪ ନେପାଳ ନାଗରିକଙ୍କୁ ଉଦ୍ଧାର କରାଯିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା । ଦେଉବା ଆଜି ଏକ ଟ୍ବିଟରେ ଭାରତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି ।

ୟୁକ୍ରେନରେ ଋଷର ଆକ୍ରମଣ ପରେ ସେଠାରେ ଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା ଭାରତ । ଅପରେସନ ଗଙ୍ଗା ନାମରେ ଏହି ଉଦ୍ଧାର ଅଭିଯାନରେ ଘରୋଇ ବିମାନ ଓ ଭାରତୀୟ ବାୟୁସେନାର ଏକାଧିକ ବିମାନ ଯୋଗେ ପ୍ରାୟ ୨୦ ହଜାର ଭାରତୀୟଙ୍କ ସମେତ ଅଳ୍ପ କିଛି ବିଦେଶୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ।

ବିଦେଶୀ ନାଗରିକ ତାଲିକାରେ ପାକିସ୍ତାନ, ବାଲାଂଦେଶ ଓ ନେପାଳର କିଛି ନାଗରିକ ଥିଲେ । ପୂର୍ବରୁ ଭାରତର ଏପରି ସହଯୋଗ ପାଇଁ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସାରିଥିବା ବେଳେ ଆଜି ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପାକିସ୍ତାନରୁ ମଧ୍ୟ କିଛି ଛାତ୍ର ୟୁକ୍ରେନରେ ଅଧ୍ଯୟନ କରୁଥିଲେ । ସେଠାରେ ସଙ୍କଟ ଆରମ୍ଭ ହେବା ପରେ ମଧ୍ୟ ପାକିସ୍ତାନ ପକ୍ଷରୁ ନିଜ ନାଗରକିଙ୍କୁ ସ୍ବଦେଶ ଫେରାଇବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯାଇ ନଥିଲା । ଭାରତ ସରକାରଙ୍କ ସହଯୋଗରେ ସ୍ବଦେଶ ଫେରିଥିବା ଜଣେ ପାକିସ୍ତାନ ଡାକ୍ତରୀ ଛାତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ଯାହା ସାମାଜିକ ଗଣମାଧ୍ୟମରେ ବେସ ଭାଇରାଲ ହୋଇଥିଲା । ଭାରତ ପକ୍ଷରୁ ଏହି ଅପରେସନରେ ପ୍ରାୟ ୨୦ ହଜାର ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇବାରେ ସଫଳ ହୋଇଥିଲେ ଭାରତ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.