ETV Bharat / bharat

ଜାନକୀଙ୍କ ଦେଶରୁ ଆସୁଛି ସାଲିଗ୍ରାମ ଶିଳା, ନିର୍ମାଣ ହୋଇପାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତୀମା

author img

By

Published : Jan 30, 2023, 9:38 PM IST

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍ତ ରାୟଙ୍କ ସୂଚନା ଅନୁସାରେ ‘‘ ଏହି ଶିଳା ନେପାଳ ଗଂଡକ ନଦୀରେ ଚିହ୍ନଟ ହେବା ପରେ, ସେଠାକାର ସାଧୁ ସନ୍ଥ ଏହାକୁ ଭାରତକୁ ତଥା ଅଯୋଧ୍ୟା ରାମ ମନ୍ଦିର ପାଇଁ ଉପହାର ରୂପେ ଦେବାକୁ ଇଛା କରିଥିଲେ । ସାଧୁ ସନ୍ଥ କହିଥିଲେ ମାତା ସୀତାଙ୍କ ପୈତୃକ ବାସସ୍ଥାନ ହେଉଛି ଜନକପୁରୀ । ଅଧିକ ପଢନ୍ତୁ

Etv Bharat
Etv Bharat
ଜାନକୀଙ୍କ ଦେଶରୁ ଆସୁଛି ସାଲିଗ୍ରାମ ଶିଳା, ନିର୍ମାଣ ହୋଇପାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତୀମା

ଅଯୋଧ୍ଯା: ନେପାଳ ଦେଶରୁ ଆସୁଛି ଦୁର୍ଲଭ ପବିତ୍ର ସାଲିଗ୍ରାମ ଶିଳା (Shaligram Stone)। ଯେଉଁ ଶିଳାରେ ନିର୍ମାଣ ହେବ ପରଂବ୍ରହ୍ମ ଭଗବାନ ଶ୍ରୀରାମ ମାତା ଜାନକୀ ଭାଇ ଲକ୍ଷ୍ମଣଙ୍କ ପ୍ରତୀମା । ନେପାଳ ସ୍ଥିତ ଗଂଡକ ନଦୀରୁ 2 ଟି ପବିତ୍ର ଶିଳାକୁ ଚିହ୍ନଟ କରାଯାଇଛି । ଏହାକୁ ସଡକପଥରେ ନେପାଳରୁ ଅଯୋଧ୍ୟା ଆଣାଯାଉଛି । ନେପାଳରୁ ବିହାର ରାସ୍ତା ଦେଇ ଏହା ଅଯୋଧ୍ୟାରେ ପହଞ୍ଚିବ । ନେପାଳ ଜନକପୁରୀ ଜଟହୀ ସୀମାରୁ ବାହାରି ଥିବା ଏହି ଯାତ୍ରା ଅଯୋଧ୍ୟାରେ 2 ଫେବୃୟାରୀରେ ପହଞ୍ଚିବ । ସଡକପଥରେ ଆସୁଥିବା ଏହି ଶିଳା ଦୈନିକ 125 କିମି ଯାତ୍ରା କରୁଛି ।

ସାଲିଗ୍ରାମ ଶିଳାକୁ ଭଗବାନ ବିଷ୍ଣୁଙ୍କ ସ୍ବରୂପ ବୋଲି ବିଶ୍ବାସ ରହିଛି । ହିନ୍ଦୁ ଧର୍ମ ଅନୁସାରେ ସାଲିଗ୍ରାମ ଶିଳା ହେଉଛି ଅତ୍ୟନ୍ତ ପବିତ୍ର ଓ ଦୁର୍ଲଭ । ଏହି ଶିଳା ପ୍ରତ୍ୟେକ ହିନ୍ଦୁ ମନ୍ଦିରରେ ସ୍ଥାନ ପାଇଥାଏ । ଏହି ଶିଳା ପ୍ରତି ହିନ୍ଦୁ ଧର୍ମାବଲମ୍ବୀଙ୍କର ଗଭୀର ଆସ୍ଥା ଓ ଧାର୍ମିକ ବିଶ୍ବାସ ରହିଛି । ନେପାଳ ଜାନକୀପୁରୀ ଗଂଡକ ନଦୀରୁ ଏହି ଶିଳାକୁ ଚିହ୍ନଟ କରାଯାଇଛି । ନେପାଳ ସାଧୁ ସନ୍ଥ ଏହାକୁ ଉପହାର ରୂପେ ତଥା (ମାତା ସୀତାଙ୍କ ଯୌତୁକ ରୂପେ) ଭାରତକୁ ପ୍ରଦାନ କରିଛନ୍ତି । ଏଥିପାଇଁ କୌଣସି ଅର୍ଥ ନେଇ ନାହାଁନ୍ତି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍ତ ରାୟଙ୍କ ସୂଚନା ଅନୁସାରେ ‘‘ ଏହି ଶିଳା ନେପାଳ ଗଂଡକ ନଦୀରେ ଚିହ୍ନଟ ହେବା ପରେ, ସେଠାକାର ସାଧୁ ସନ୍ଥ ଏହାକୁ ଭାରତକୁ ତଥା ଅଯୋଧ୍ୟା ରାମ ମନ୍ଦିର ପାଇଁ ଉପହାର ରୂପେ ଦେବାକୁ ଇଛା କରିଥିଲେ । ସାଧୁ ସନ୍ଥ କହିଥିଲେ ମାତା ସୀତାଙ୍କ ପୈତୃକ ବାସସ୍ଥାନ ହେଉଛି ଜନକପୁରୀ । ଯାହା ନେପାଳରେ ଅବସ୍ଥିତ । ତେଣୁ ଏହାକୁ ଯୌତୁକ ରୂପେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ସାଧୁସନ୍ଥଙ୍କ ଭାବନାକୁ ସମ୍ମାନ ଜଣାଇ ନେପାଳ ସରକାର ସମସ୍ତ ସୁବିଧା ସହାୟତା ପ୍ରଦାନ କରି ଏହାକୁ ଅଯୋଧ୍ୟା ପଠାଇଛନ୍ତି ।’’

ନେପାଳରୁ ଆସୁଥିବା 2 ଟି ବିଶାଳ ସାଲିଗ୍ରାମ ଶିଳା ଗତ ଶୁକ୍ରବାର ଠାରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ନେପାଳରୁ ଅଯୋଧ୍ୟା ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରି ସାରିଛି । ଏହି ଶୋଭାଯାତ୍ରା ବିହାରର ମଧୁବନୀ ଜିଲ୍ଲା ଦେଇ ଭାରତରେ ପ୍ରବେଶ କରିଛି । ଆସନ୍ତାକାଲି ଗୋରଖପୁର ମନ୍ଦିର ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ପଥରକୁ ନଦୀରୁ ବାହାର କରିବା ପୂର୍ବରୁ ସେଠାର ବିଦ୍ଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ସାଲିଗ୍ରାମ ଶିଳା ହେଉଛି ଏକ ବିଶେଷ ଶିଳା । ଏହା ଭଗବାନ ବିଷ୍ଣୁଙ୍କ ସ୍ବରୂପ ବୋଲି ବିଶ୍ବାସ ରହିଛି ।

ଅନ୍ଯପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍ତ ରାୟ ଆଉ ଏକ ଗୁରୁତପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ‘‘ ନେପାଳରୁ ଆସୁଥିବା ଏହି ଶିଳାରେ ଯେ ଭଗବାନଙ୍କ ପ୍ରତୀମା ନିର୍ମାଣ ହେବ ତାହା ନିଶ୍ଚିତ ନୁହେଁ । ଯେଉଁ ମୂର୍ତ୍ତୀ ଶିଳ୍ପୀ ଏହା ନିର୍ମାଣ କରିବେ ସେ ନିଷ୍ପତି ନେବେ କେଉଁ ସ୍ଥାନର ଶିଳାରେ ନିର୍ମାଣ ହେବ । ଏଥିପାଇଁ ନେପାଳ ସମେତ ଦେଶ ଭିତରୁ ଓଡିଶା, କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରୁ ମଧ୍ୟ ଶିଳା ଆସିବ ବୋଲି କହିଛନ୍ତି ।

ସୂଚନାଯୋଗ୍ଯଯେ ଅଯୋଧ୍ୟାରେ ବର୍ତ୍ତମାନ ଭବ୍ୟଦିବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାମ ଜୋରଦାର ଜାରି ରହିଛି । ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ଭଗବାବନଙ୍କ ପ୍ରାଣ ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଛି ।

ଇଟିଭି ଭାରତ, ଅଯୋଧ୍ୟା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.