ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ଗିରଫ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ତାଙ୍କୁ ଅଣ୍ତରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ତଥା ମନି ଲଣ୍ଡରିଂ ମାମଲାରେ ଘଣ୍ଟାଧିକ କାଳ ଜେରା କରାଯିବା ପରେ ଗିରଫ କରାଯାଇଛି ।
-
Enforcement Directorate arrests NCP leader and Maharashtra Minister Nawab Malik in connection with Dawood Ibrahim money laundering case pic.twitter.com/x4AJ0RqpxU
— ANI (@ANI) February 23, 2022 " class="align-text-top noRightClick twitterSection" data="
">Enforcement Directorate arrests NCP leader and Maharashtra Minister Nawab Malik in connection with Dawood Ibrahim money laundering case pic.twitter.com/x4AJ0RqpxU
— ANI (@ANI) February 23, 2022Enforcement Directorate arrests NCP leader and Maharashtra Minister Nawab Malik in connection with Dawood Ibrahim money laundering case pic.twitter.com/x4AJ0RqpxU
— ANI (@ANI) February 23, 2022
କେଇ ଘଣ୍ଟାର ଜେରା ପରେ ସେ ଇଡି କାର୍ଯ୍ୟାଳୟ ବାହାରକୁ ଆସିଥିଲେ । ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟା ପାଇଁ ଅପେକ୍ଷା କରିଥିବା ବେଳେ ଦମ୍ଭ ଦେଖାଇଥିଲେ ନଓ୍ବାବ ମଲ୍ଲିକ । ସେ ହାତ ହଲାଇ କୌଣସି ପରିସ୍ଥିତିରେ ହାରିବେ ନାହିଁ ବୋଲି ମଧ୍ୟ ସଙ୍କେତ ଦେବା ସହ ଭୟଭୀତ ନୁହନ୍ତି ବୋଲି କହିଥିଲେ । ମଲ୍ଲିକ କହିଥିଲେ ତାଙ୍କୁ ଗିରଫ କରାଯାଇଛି, କିନ୍ତୁ ସେ ଭୟଭୀତ ନୁହନ୍ତି ଓ ନିଶ୍ଚୟ ଯୁଦ୍ଧ ଜିତିବେ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।
ଗିରଫ ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ତାଙ୍କୁ PMLA କୋର୍ଟରେ ହାଜର କରାଯାଇଛି । ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇ ଶାଖାର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ବିରୋଧରେ କ୍ରମାଗତ ବିବାଦୀୟ ବୟାନ ଦେବା ସହ କିଛି ସଙ୍ଗୀନ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ ମଲ୍ଲିକ । ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କିଛି ମାସ ଧରି ଚର୍ଚ୍ଚାର ଶୀର୍ଷରେ ରହିଥିଲା । ଯୁବ ଅଧିକାରୀ ଓ୍ବାଙ୍ଖଡେ ମଧ୍ୟ ଅଭିଯୋଗର ତଦନ୍ତ ପରିସରକୁ ଯିବା ସହ ତାଙ୍କ ଦାୟିତ୍ବରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।
ମହାରାଷ୍ଟ୍ର ସରକାରରେ ଶିବସେନାର ସହଯୋଗୀ ଥିବା ଏନସିପିର ଅନ୍ୟ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଅନିଲ ଦେଶମୁଖ ପୂର୍ବରୁ ଗିରଫ ହୋଇଥିବା ବେଳେ ଦଳର ଦ୍ବିତୀୟ ମନ୍ତ୍ରୀ ଭାବେ ନଓ୍ବାବ ଗିରଫ ହୋଇଛନ୍ତି । ତାଙ୍କ ଗିରଫଦାରୀକୁ ନେଇ ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ଉଷ୍ମତା ବଢିବାରେ ଲାଗିଛି । ପ୍ରଦେଶ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ମଲ୍ଲିକଙ୍କ ଇସ୍ତଫା ଦାବି କରିବା ସହ ମହାରାଷ୍ଟ୍ରର ଅନେକ ମନ୍ତ୍ରୀଙ୍କ ବିରୋଧରେ ଦୂର୍ନୀତିର ଲମ୍ବା ତାଲିକା ରହିଥିବା ସେ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ