ଭୁଲ ହେୟାର କଟିଙ୍ଗ୍ ପଡ଼ିଲା ମହଙ୍ଗା, ସେଲୁନ ଉପରେ ୨ କୋଟିର ଜରିମାନା - ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିସ୍ତାରଣ ଆୟୋଗ
ମଡେଲଙ୍କ ଭୁଲ ହେୟାର କଟିଙ୍ଗ୍ କରିବା ପଡ଼ିଲା ମହଙ୍ଗା । ସେଲୁନ ବାଲା ଉପରେ ଲାଗିଲା ୨ କୋଟିର ଜରିମାନା । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିସ୍ତାରଣ ଆୟୋଗ (NCDRC) ଉକ୍ତ ମହିଳାଙ୍କୁ 2 କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସେଲୁନ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭୁଲ ହେୟାର କଟିଙ୍ଗ୍ କରିବା ପଡ଼ିଲା ମହଙ୍ଗା । ସେଲୁନ ବାଲା ଉପରେ ଲାଗିଲା ୨ କୋଟିର ଜରିମାନା । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିସ୍ତାରଣ ଆୟୋଗ (NCDRC) ଉକ୍ତ ମହିଳାଙ୍କୁ 2 କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସେଲୁନ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମଡେଲର କେଶକୁ ଭୁଲ ତରିକାରେ କାଟିବା ଏବଂ ଭଲ ହେୟାର ଟ୍ରିଟମେଣ୍ଟ ପାଇଁ କମିଶନ, ସେଲୁନକୁ ଦାୟୀ କରିଛନ୍ତି।
ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିସ୍ତାରଣ ଆୟୋଗ (NCDRC) କହିଛି ଯେ, ସେଲୁନର ଅବହେଳା ହେତୁ ମଡେଲଙ୍କର କେଶ ସବୁଦିନ ପାଇଁ ନଷ୍ଟ ହୋଇଯାଇଥିଲା । ତେଣୁ ତାଙ୍କୁ କ୍ଷତିପୂରଣ ବାବଦକୁ ଦୁଇ କୋଟି ଦେବାକୁ ପଡିବ । ଏହି ସେଲୁନ୍ ଦିଲ୍ଲୀର ପଞ୍ଚ ତାରକା ହୋଟେଲ ଆଇଟିସି ମୌର୍ଯ୍ୟରେ ଅବସ୍ଥିତ । ଯେଉଁଠାରେ ଆଶନା ରୟ ନାମକ ଜଣେ ମହିଳା ମଡେଲ ଏପ୍ରିଲ 2018 ରେ ଚୁଟିର ଉପଚାର କରିବାକୁ ଯାଇଥିଲେ । ସେ ଏକ ହେୟାର ପ୍ରଡକ୍ଟ ମଡେଲ ଥିଲେ ଏବଂ ଅନେକ ବଡ ବଡ଼ ହେୟାର କେୟାର ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ ।
ଆଶନା ରୟ କହିଛନ୍ତି ଯେ, ସେଲୁନ୍ ତାଙ୍କ ନିର୍ଦ୍ଦେଶ ବିରୁଦ୍ଧରେ କେଶ କାଟିଥିଲା, ଯେଉଁ କାରଣରୁ ଅନେକ ପ୍ରୋଜେକ୍ଟ ତାଙ୍କ ହାତରୁ ଚାଲିଗଲା ଏବଂ ତାଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିଲା । ସେଲୁନର ଭୁଲ ହେତୁ ତାଙ୍କ ଜୀବନଶୈଳୀ ବଦଳିଗଲା ଏବଂ ଟପ୍ ମଡେଲ୍ ହେବାର ସ୍ବପ୍ନ ତାଙ୍କର ପାଣିରେ ମିଳାଇଗଲା । ଏନେଇ ମଡେଲ ଜଣଙ୍କ ଯେତେବେଳେ ସେଲୁନର ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ ମ୍ୟାନେଜର ପୁଣିଥରେ ନିଶ୍ଳୁକ ହେୟାର ଟ୍ରିଟମେଣ୍ଟ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ କେମିକାଲ ଯୋଗୁଁ ତାଙ୍କ କେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।
ଏନେଇ ମହିଳା ମଡେଲ ଜଣଙ୍କ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିସ୍ତାରଣ ଆୟୋଗରେ ପହଞ୍ଚି 3 କୋଟି ଟଙ୍କା କ୍ଷତିପୂରଣ ମାଗିଥିଲେ । ଏହି ମାମଲାର ଶୁଣାଣି କରି ବର୍ତ୍ତମାନ ଅଭିଯୋଗକାରୀଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଦିଆଯିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ତାହା ପୁଣି ଆଠ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ଦେବାକୁ ପଡିବ |