ETV Bharat / bharat

ନୂଆବର୍ଷରେ ଛତିଶଗଡ ପୋଲିସକୁ ସଫଳତା, ସୁକମାରେ ଆତ୍ମସମର୍ପଣ କଲେ ୪୪ ନକ୍ସଲ - ଛତିଶଗଡର ନକ୍ସଲ ପୁନଃ ଥଇଥାନ ଯୋଜନା

ବର୍ଷ ଆରମ୍ଭରୁ ମାଓ ଦମନ ଅଭିଯାନରେ ଛତିଶଗଡ ପୋଲିସକୁ ବଡ ସଫଳତା । ଏକାସାଙ୍ଗରେ ଆତ୍ମସମର୍ପଣ କଲେ ୪୪ ନକ୍ସଲ । କିଛି ହାର୍ଡକୋର ନକ୍ସଲଙ୍କ ମୁଣ୍ଡରେ ରହିଥିଲା ଆର୍ଥିକ ପୁରସ୍କାର । ଅଧିକ ପଢନ୍ତୁ

ନୂଆବର୍ଷରେ ଛତିଶଗଡ ପୋଲିସକୁ ସଫଳତା, ସୁକମାରେ ଆତ୍ମସମର୍ପଣ କଲେ ୪୪ ନକ୍ସଲ
ନୂଆବର୍ଷରେ ଛତିଶଗଡ ପୋଲିସକୁ ସଫଳତା, ସୁକମାରେ ଆତ୍ମସମର୍ପଣ କଲେ ୪୪ ନକ୍ସଲ
author img

By

Published : Jan 1, 2022, 9:49 PM IST

ରାୟପୁର: ବର୍ଷ ୨୦୨୨ର ପ୍ରଥମ ଦିନରୁ ମାଓ ବିରୋଧୀ ଅଭିଯାନରେ ଛତିଶଗଡ ପୋଲିସକୁ ବଡ ସଫଳତା । ସୁକମା ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଛନ୍ତି 44 ଜଣ ନକ୍ସଲ । ଏମାନଙ୍କ ମଧ୍ୟରେ ୯ ଜଣ ମହିଳା ନକ୍ସଲ ମଧ୍ୟ ରହିଛନ୍ତି । ଏମାନେ ଏକାଧିକ ହିଂସାରେ ସମ୍ପୃକ୍ତ ଥିବାବେଳେ ଏମାନଙ୍କ ମଧ୍ୟରୁ କିଛି ହାର୍ଡକୋର ମହିଳା ନକ୍ସଲଙ୍କ ନାମରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିବା ସ୍ଥାନୀୟ ଏସପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।

ଗତ କିଛି ମାସ ଧରି ଛତିଶଗଡ ସରକାର ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ‘ପୁନା ନାର୍କମ୍’ (ନୂତନ ପ୍ରଭାତର ନୂତନ ଆରମ୍ଭ) ନାମରେ ଏକ କ୍ୟାମ୍ପେନ ଜାରି ରଖିଛନ୍ତି । ଏହି ଅଭିଯାନ ଅଧୀନରେ ସୁକମା ପୋଲିସ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ପୁନଃ ଥଇଥାନ ନୀତିର ପ୍ରଚାର କରିବା ସହ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲଙ୍କୁ ପ୍ରତ୍ସାହିତ କରିବା ଜାରି ରଖିଛି । ଆଜି ଏହି ଅଭିଯାନ ଅଧୀନରେ ଏହି ସଫଳତା ମିଳିଛି ।

ସୁକମା ଏସପି ସୁନୀଲ ଶର୍ମା କହିଛନ୍ତି, ପୂର୍ବ ପ୍ରସ୍ତୁତି ଅନୁସାରେ ନୂତନ ବର୍ଷର ପ୍ରଥମ ଦିନରେ ୩୦୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ଗ୍ରାମବାସୀ ନକ୍ସଲମାନଙ୍କୁ କାରିଗୁଣ୍ଡମ୍ ଥଇଥାନ କ୍ୟାମ୍ପକୁ ଆଣିଥିଲେ । ସେଠାରେ ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ ମଧ୍ୟରେ କିଛି ହାର୍ଡକୋର ସଦସ୍ୟ ଅଲଟ୍ରାସ୍ ଚିନ୍ତାଗୁଫା, ଚିନ୍ତାଲନର୍ ଅଞ୍ଚଳରେ ବିଭିନ୍ନ ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିଲେ । ତେବେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହେବା ନେଇ ଆଗ୍ରହ ପ୍ରକାଶ କରି ଆତ୍ମସମର୍ପଣ କରିଛନ୍ତି । ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ରାଜ୍ୟ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁସାରେ ସହାୟତା ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ସୁବିଧା ଯୋଗାଇ ଦିଆଯିବ । ଯାହା ଫଳରେ ସେମାନେ ସ୍ବାଭାବିକ ଭାବେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ସ୍ଥାନୀୟ ଏସପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.