ETV Bharat / bharat

ହାଇକମାଣ୍ଡଙ୍କ ଆଦେଶର ଉଲ୍ଲଂଘନ ! ସୋନିଆଙ୍କୁ ଭେଟିବାକୁ ସମୟ ମାଗିଲେ ସିଦ୍ଧୁ, ଚିଠି ଲେଖି କଲେ ଦାବି - Sonia Gandhi

ଦିନକ ପୂର୍ବରୁ ସମସ୍ତ କଂଗ୍ରେସ ନେତାଙ୍କୁ ଆଦେଶ ଦେଇଥିଲେ ସୋନିଆ ଗାନ୍ଧୀ । ଗଣମାଧ୍ୟମରେ ଆଲୋଚନା କରିବା ପରିବର୍ତ୍ତେ ସିଧାସଳଖ କଥାବାର୍ତ୍ତା କରିବାକୁ କଂଗ୍ରେସ ନେତାଙ୍କୁ କହିଥିଲେ ସୋନିଆ । ହେଲେ ୨୪ ଘଣ୍ଟା ନପୁରୁଣୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରିଛନ୍ତି ସିଦ୍ଧୁ । ଅଧିକ ପଢନ୍ତୁ...

ହାଇକମାଣ୍ଡଙ୍କ ଆଦେଶର ଉଲ୍ଲଂଘନ ! ସୋନିଆଙ୍କୁ ଭେଟିବାକୁ ସମୟ ମାଗିଲେ ସିଦ୍ଧୁ, ଚିଠି ଲେଖି କଲେ ଦାବି

author img

By

Published : Oct 17, 2021, 3:40 PM IST

ଚଣ୍ଡିଗଡ: ପଞ୍ଜାବରେ ଥମୁନି ରାଜନୈତିକ ହଟଚମଟ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି ନବଜୋତ ସିଂହ ସିଦ୍ଧୁ । ଦିନକ ପୂର୍ବରୁ ସମସ୍ତ କଂଗ୍ରେସ ନେତାଙ୍କୁ ଆଦେଶ ଦେଇଥିଲେ ସୋନିଆ ଗାନ୍ଧୀ । ଗଣମାଧ୍ୟମରେ ଆଲୋଚନା କରିା ପରିବର୍ତ୍ତେ ସିଧାଳଖ କଥାବାର୍ତ୍ତା କରିବାକୁ କଂଗ୍ରେସ ନେତାଙ୍କୁ କହିଥିଲେ ସୋନିଆ । ହେଲେ ୨୪ ଘଣ୍ଟା ନପୁରୁଣୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରିଛନ୍ତି ସିଦ୍ଧୁ ।

ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠି ସୋସିଆଲ ମିଡିଆରେ ସେୟାର କରିଛନ୍ତି ନବଜୋତ ସିଂହ ସିଦ୍ଧୁ । ୪ ପୃଷ୍ଠାର ଚିଠିରେ ସିଦ୍ଧୁ ଉଠାଇଛନ୍ତି ୧୩ ବିଷୟ । ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସର ଘୋଷଣା ପତ୍ରରେ ଏହିସବୁ ଦିଷୟ ସାମିଲ କରାଇବାକୁ ଦାବି କରିଛନ୍ତି ସିଦ୍ଧୁ । ଏହାସହିତ ସିଦ୍ଧୁ ସୋନିଆଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି ।

ସିଦ୍ଧୁ କହିଛନ୍ତି ଯେ ସରକାରରେ ଦଲିତ ସମାଜର ସ୍ବରକୁ ମଜବୁତ କରିବା ପାଇଁ ଜଣେ ଦଲିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା, କିନ୍ତୁ ଏହା ସତ୍ତ୍ବେ ରାଜ୍ୟରେ ସେମାନଙ୍କୁ ଅନୁରୂପ ସ୍ଥାନ ମିଳିପାରିନି । ଧାର୍ମିକ ସମାଜର ଅତି କମରେ ଜଣେ ସଦସ୍ୟଙ୍କୁ ଚନ୍ନି କ୍ୟାବିନେଟରେ ମନ୍ତ୍ରୀ କରାଯିବା ସହିତ ଦୋଆବା ଅଞ୍ଚଳ ତଥା ପଛୁଆ ବର୍ଗର ଦୁଇଜଣ ମନ୍ତ୍ରୀ ହେବା ଉଚିତ ବୋଲି ସିଦ୍ଧୁ ଦାବି କରିଛନ୍ତି। ସିଦ୍ଧୁ ସୋନିଆଙ୍କୁ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ଯେ ରାହୁଲ ଗାନ୍ଧୀଙ୍କୁ ଭେଟିବା ସତ୍ତ୍ବେ ସିଦ୍ଧୁଙ୍କ ଅସନ୍ତୋଷରେ ପୂର୍ଣ୍ଣଛେଦ ପଡିପାରିନି ।

ନବଜୋତ ସିଂହ ସିଦ୍ଧୁ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ବୈଠକ ପରେ ସିଦ୍ଧୁ ନିଷ୍ପତ୍ତି ନେଇଥିଲେ ଯେ ସେ ପଞ୍ଜାବ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିବେ। ଅଭିଯୋଗ ଯାହା ହେଉନା କାହିଁକି ମୁଁ ରାହୁଲ ଗାନ୍ଧୀଙ୍କ ସହ ସବୁକିଛି ଆଲୋଚନା କରିଥିଲି । ସବୁ ସମାଧାନ ହୋଇଛି ବୋଲି କହିଥିଲେ ସିଦ୍ଧୁ ।

୨୮ ସେପ୍ଟେମ୍ବରରେ ସିଦ୍ଧୁ କଂଗ୍ରେସରୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତିରେ ବଡ ଧରଣର ଭୂକମ୍ପ ହୋଇଥିଲା । ନିଜର ଅସନ୍ତୋଷ ଜାହିର କରି ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ନବଜୋତ ସିଂ ସିଦ୍ଧୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.