ETV Bharat / bharat

Punjab Assembly Poll: ଆଜି ନାମାଙ୍କନ ଦାଖଲ କରିବେ ସିଦ୍ଧୁ - Sidhu to file nomination from Amritsar East

ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଆଜି ଅମୃତସର ପୂର୍ବ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ

Punjab Assembly Poll: ଆଜି ନାମାଙ୍କନ ଦାଖଲ କରିବେ ସିଦ୍ଧୁ

author img

By

Published : Jan 29, 2022, 8:57 AM IST

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ସରଗରମ ହେଲାଣୀ ରାଜନୀତି ମୈଦାନ । ରାଜ୍ୟରେ ବିଭିନ୍ନ ଦଳ ଗୁଡିକ ମଧ୍ୟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ଅମୃତସର ପୂର୍ବ ଆସନରୁ ବିଧାୟକ ପ୍ରାର୍ଥୀ ହୋଇଥିବା କଂଗ୍ରେସର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଆଜି ନାମାଙ୍କନ ଦାଖଲ କରିବେ । ଆଜି ୧୧ଟା ୧୫ମିନିଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଅମୃତସର ପୂର୍ବ ବିଧାନସଭା ସିଟରୁ ସିଦ୍ଧୁଙ୍କ ଟକ୍କର ଦେବେ ଶିରୋମଣି ଅକାଳୀ ଦଳର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମାଜିଥିଆ । ସୂଚନା ଥାଉକି, ଗତ ଜାନୁଆରୀ ୧୫ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା କଂଗ୍ରେସ । ଯେଉଁଥିରେ ବିଧାୟକ ପ୍ରାର୍ଥୀ ଭାବେ ରାଜ୍ୟ ପିସିସି ମୁଖ୍ୟଙ୍କ ନାମ ପ୍ରକାଶ ପାଇଥିଲା । ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକିୟା । ତେବେ ଫେବୃଆରୀ ୨୦ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ 10ରେ ପଞ୍ଜାବରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.