ETV Bharat / bharat

ଦେଶବ୍ୟାପୀ ସଂପ୍ରସାରିତ ପିସିଭି ଟିକା ଉଦଘାଟିତ - ପିସିଭି ଟିକା ଉଦଘାଟିତ

ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଦେଶବ୍ୟାପୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକାଲ କଞ୍ଜୁମେଟ ଭ୍ୟାକସିନକୁ (ପିସିଭି)ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Pneumococcal Conjugate Vaccine
Pneumococcal Conjugate Vaccine
author img

By

Published : Oct 31, 2021, 6:13 AM IST

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଦେଶବ୍ୟାପୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକାଲ କଞ୍ଜୁମେଟ ଭ୍ୟାକସିନକୁ (ପିସିଭି)ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ପିସିଭି ଉପରେ ଯୋଗାଯୋଗ ପ୍ୟାକେଜ ସାମଗ୍ରୀ ମଧ୍ୟ ଉନ୍ମୋଚନ କରିଛନ୍ତି । ଭବିଷ୍ୟତ ଉପକାରୀତା ଦୃଷ୍ଟିରୁ ଏହି ଯୋଗାଯୋଗ ପ୍ୟାକେଜକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ମଧ୍ୟ ଉପଯୋଗ କରିବେ ।

ଏହି ଦେଶବ୍ୟାପୀ ଅଭିଯାନ ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସାର୍ବଜନୀନ ବ୍ୟବହାର ନିମନ୍ତେ ପ୍ରଥମ ଥର ପାଇଁ ପିସିଭି ଦେଶରେ ଉପଲବ୍ଧ ହେବ । ସମଗ୍ର ବିଶ୍ବ ଓ ଭାରତରେ ନିମୋନିଆ ପାଞ୍ଚ ବର୍ଷରୁ କମ ବୟସ ଶିଶୁଙ୍କ ପ୍ରମୁଖ ମୃତ୍ୟୁର କାରଣ ଅଟେ । ନ୍ୟୁମୋକୋକସ ଯୋଗୁଁ ବ୍ୟାପୁଥିବା ନିମୋନିଆ ଶିଶୁମାନଙ୍କଠାରେ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଭାରତରେ ଶତକଡା ୧୬ ଭାଗ ଶିଶୁ ମୃତ୍ୟୁ ନିମୋନିଆ ଯୋଗୁଁ ହୋଇଥାଏ । ଦେଶବ୍ୟାପୀ ଏହି ପିସିଭି ଯୋଗୁଁ ଶିଶୁ ମୃତ୍ୟୁହାର ଶତକଡା ୬୦ ଭାଗ ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଯେ କୌଣସି ଦେଶର ଅଭିବୃଦ୍ଧି, ଉତ୍ପାଦକତା ଓ ବିକାଶରେ ସ୍ବାସ୍ଥ୍ୟ ଶିଶୁଙ୍କ ଗୁରୁତ୍ବ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଲେ ଯେ, ‘ଶିଶୁମାନେ ଆମ ଦେଶର ଭବିଷ୍ୟତ ଓ ସେମାନଙ୍କୁ ସୁସ୍ଥ ଜୀବନ ଦେବା ଆମର ଦାୟୀତ୍ବ’ ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମିଶନ ଇନ୍ଦ୍ରଧନୁଶ ମଧ୍ୟ ଥିଲା ଏହିଭଳି ଏକ ପ୍ରୟାସ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ‘ସବକୋ ଭ୍ୟାକସିନ, ମୁଫତ ଭ୍ୟାକସିନ’ ଦେଶବ୍ୟାପୀ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ । ପିସିଭି ଆରମ୍ଭ କରିବା ଯୋଗୁଁ ଶିଶୁ ମୃତ୍ୟୁହାର ହ୍ରାସ ସହ ଶିଶୁଙ୍କ ସ୍ବାସ୍ଥ୍ୟର ଅଭିବୃଦ୍ଧି ମଧ୍ୟ ଘଟିବ ।

ଜୀବନ ରକ୍ଷାକାରୀ ଟିକା ଅଭିଯାନ ଚଳାଇବା ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଟିକାଦାନକାରୀମାନଙ୍କୁ ମାଣ୍ଡଭୀୟ ଅଭିନନ୍ଦନ ଜଣାଇଥିଲେ । ଟିକାର ଜନସେଚନତାମୂଳକ ଯୋଗାଯୋଗ ପ୍ୟାକେଜ ସାମଗ୍ରୀ ଉନ୍ମୋଚନ କରି ମାଣ୍ଡଭୀୟ ଜନସଚେନତା ଟିକାକରଣ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି କହିଥିଲେ । ଆମର ଶିଶୁମାନଙ୍କ ଜୀବନ ରକ୍ଷା କରିବା ଏହି ଟିକାର ମୁଖ୍ୟ ଉଦ୍ଦେଶ୍ୟ ଥିବାରୁ ସଫଳ ଜନସଚେତନତା ଅଭିଯାନ ଏ ଦିଗରେ ବେଶ ଉପାଦେୟ ହେବ ବୋଲି ସେ କହିଛନ୍ତି ।

ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁପିଆଇ)ଏକ ବୃହତ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମ । ଏହା ବର୍ଷକୁ ୨୬.୭ ନିୟୁତ ନବଜାତକ ଓ ୨୯ ନିୟୁତ ଗର୍ଭବତୀ ମହିଳାଙ୍କୁ ବର୍ଷକୁ ଟିକାଦାନ କରିବ । ଟିକା ଦ୍ବାରା ଆରୋଗ୍ୟ ହୋଇପାରୁଥିବା ୧୨ଟି ଟିକା ବିନା ମୂଲ୍ୟରେ ପ୍ରଦାନ କରାଯାଇଛି । ଜାତୟ ସ୍ତରରେ ୧୦ଟି ରୋଗ ଯଥା – ଡିପଥେରିଆ, ପର୍ଟୁସିସ, ଧନୁଷ୍ଟଙ୍କାର, ପୋଲିଓ, ମିଳିମିଳା, ରୁବେଲା, ଭୟଙ୍କର ପ୍ରଜାତି ଶିଶୁ ଯକ୍ଷ୍ମା, ରୋଟା ଭାଇରସ ନାଳରକ୍ତ ଝାଡା, ହେପାଟାଇଟିସି ବି ଓ ମସ୍ତିଷ୍କ ଜ୍ବର ଓ ହେମୋଫିଲସ ଇନଫୁଏଞ୍ଜା ଦ୍ବାରା ବ୍ୟାପୁଥିବା ନିମୋନିଆ । ଆଉ ଦୁଇଟି ରୋଗ ହେଲା ନ୍ୟୁମୋକୋକାଲ ନିମୋନିଆ ଓ ଜାପାନୀ ମସ୍ତିଷ୍କ ଜ୍ବର ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଭିରିକ୍ତ ସଚିବ ବିକାଶ ସିଲ, ଯୁଗ୍ମ ସଚିବ ଅଶୋକ ବାବୁ ଓ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.