ନୂଆଦିଲ୍ଲୀ: ପୁଣି ବିଶ୍ବରେ କୋରେନା ଆତଙ୍କ ଖେଳିଛି । ଏ ନେଇ ରାଜ୍ୟଠୁ ନେଇ କେନ୍ଦ୍ର ସରକାର ଆଲର୍ଟ ମୋଡରେ ରହିଛନ୍ତି । କୋରୋନାର ମୁକାବିଲା କରିବାକୁ ଆଉ ଏକ ଅସ୍ତ୍ର ତଥା ବିଶ୍ବର ପ୍ରଥମ ନାଜାଲ୍ ଭ୍ୟାକ୍ସିନ ଭାବେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଇନକୋଭାକକୁ ବ୍ୟବହାର ଅନୁମତି ମିଳିଲା ପରେ ତାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ଟିକା ଡୋଜ ପିଛା ସରକାରୀ ହସ୍ପିଟାଲରେ 325 ଟଙ୍କାରେ ମିଳିବ । ସେହିପରି ଘରୋଇ ହସ୍ପିଟାଲରେ ଡୋଜ ପିଛା 800 ଟଙ୍କାରେ ମିଳିବ । 2023 ଜାନୁଆରୀରେ ଶେଷ ସପ୍ତାହ ସୁଦ୍ଧା ବଜାରରେ ଉପଲବ୍ଧ ହେବ । ଏହାର 5 ପ୍ରତିଶତ ଜିଏସଟି ଲଗାଯିବ । ଡିସେମ୍ବର 23 ତାରିଖରେ ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।
ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ଇନକୋଭାକକୁ ଅନୁମତି ମିଳିବା ପରେ ଏହାର ଦରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଜିଏସଟିକୁ ମିଶାଇ ଟିକାର ପ୍ରକୃତ ମୂଲ୍ୟ କେତେ ରହିବ ସେ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର । ନାଜାଲ ଭ୍ୟାକସିନ୍କୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ନିକଟରେ ଅନୁମତି ମିଳିବା ପରେ ଏହି ଦର ନିର୍ଦ୍ଧାରଣ ହୋଇଛି । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ଇନକୋଭାକକୁ ଅନୁମତି ମିଳିବା ପରେ ଏହାର ଦରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଜିଏସ୍ଟିକୁ ମିଶାଇ ଟିକାର ପ୍ରକୃତ ମୂଲ୍ୟ କେତେ ରହିବ ସେନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର। ନାଜାଲ ଭ୍ୟାକସିନ୍କୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ନିକଟରେ ଅନୁମତି ମିଳିବା ପରେ ଦର ନିର୍ଦ୍ଧାରଣ ହୋଇଛି ।
ଏହା ବି ପଢନ୍ତୁ...କୋରୋନା କାଳରେ ଖୁସି ଖବର, ସ୍ବଦେଶୀ ନାଜାଲ୍ ଟିକାକୁ ମିଳିଲା ଅନୁମତି
କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କମ୍ପାନୀ ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସନ ସହ ମିଳିତ ଭାବରେ ନାଜାଲ୍ ଭ୍ୟାକ୍ସିନ ତିଆରି କରିଛି । ନାକରେ ଦିଆଯିବାକୁ ଥିବା ଏହି ଟିକାକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ନଭେମ୍ବରରେ ମଞ୍ଜୁରୀ ଦେଇଥିଲା। ଟିକା ପାଇଁ ଜଣେ କୋୱିନ ପୋର୍ଟାଲରେ ବୁକିଂ କରିପାରିବେ । ନାଜାଲ୍ ଭ୍ୟାକ୍ସିନ ଇନକୋଭାକର 3ଟି ପର୍ଯ୍ୟାୟରେ ପରୀକ୍ଷାଣ ସଫଳ ହୋଇଛି । ଏହି ଟିକା ଶରୀରରେ କୋରେନା ସଂକ୍ରମଣ ଓ ଅନ୍ୟକୁ ଟ୍ରାନ୍ସମିଶନ ହେବାରୁ ରୋକିବ । କୋଭାକ୍ସିନ ଓ କୋଭିସିଲ୍ଡ ଟିକା ନେଇଥିବା ହିତାଧିକାରୀମାନେ ଇନକୋଭାକକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ।