ETV Bharat / bharat

ଆଜି ପୂର୍ବାହ୍ନରେ ମଠ ବଗିଚାରେ ସମାଧି ନେବେ ନରେନ୍ଦ୍ର ଗିରି - ନରେନ୍ଦ୍ର ଗିରିଙ୍କ ଭୂ ସମାଧି

ଆଜି ପୋଷ୍ଟମର୍ଟମ ପରେ ବାଘମ୍ବରୀ ମଠ ବଗିଚାରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଯିବ ସମାଧି । ଅଧିକ ପଢନ୍ତୁ...

ଆଜି ପୂର୍ବାହ୍ନରେ ଭୂ-ସମାଧି ନେବେ ନରେନ୍ଦ୍ର ଗିରି

author img

By

Published : Sep 22, 2021, 9:27 AM IST

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ତାଙ୍କୁ ସମାଧି ଦିଆଯିବ । ପୂର୍ବାହ୍ନ ୧୨ଟା ସମୟରେ ବାଘମ୍ବରୀ ମଠ ବଗିଚାରେ ସମାଧି ଦିଆଯିବା ନେଇ ଜଣାପଡିଛି । ଅନ୍ୟପଟେ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ SIT ଗଠନ କରିଛନ୍ତି ଉତ୍ତରପ୍ରଦେଶ ସରକାର ।

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ପ୍ରଘଟ ପରେ ସାରା ଦେଶରେ ଶୋକର ଲହରୀ ଖେଳି ଯାଇଛି । ତେବେ ସେ ଯେଉଁ ରୁମରେ ଆତ୍ମହତ୍ୟା କରିଥିଲେ ତାହା ଭିତରୁ ବନ୍ଦ ଥିଲା । ଲୋକେ ରୁମର କବାଟ ଭାଙ୍ଗିବା ପରେ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କ ନିଧନ ପରେ ସେ ଏବଂ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ ମଧ୍ୟରେ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦ ପୁନର୍ବାର ତାଜା ହୋଇଯାଇଛି ।

ୟୁପି ପୋଲିସ ଏଜିଡି ଜଣାଇଛନ୍ତି କି, ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ସମ୍ପର୍କରେ ତାଙ୍କ ଶିଷ୍ୟ ବବଲୁ ଫୋନ ଯୋଗେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ମୃତଦେହକୁ ତଳକୁ ଅଣାଯାଇ ସାରିଥିଲା । ଏଥିସହ ମୃତଦେହ ବ୍ୟବଚ୍ଛେଦ ପରେ ବାଘମ୍ବରୀ ମଠରେ ତାଙ୍କ ସମାଧି ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମହନ୍ତ ନରେନ୍ଦ୍ର ଗିରିଙ୍କୁ ତାଙ୍କ ବାଘମ୍ବରୀ ମଠସ୍ଥିତ ଆବାସରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଯୋଗୀ କହିଛନ୍ତି, ନରେନ୍ଦ୍ର ଗିରିଙ୍କୁ ମୃତ୍ୟୁ ଘଟଣାରେ ଅନେକ ପ୍ରମାଣ ଏକଜୁଟ କରାଯାଇଛି । ଏଡିଜି ଜୋନ, ଆଇଜି ରେଞ୍ଜ, ଡିଆଇଜି ପ୍ରୟାଗରାଜ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ଟିମ୍ ମାମଲାରେ ତଦନ୍ତ କରୁଛନ୍ତି । ପ୍ରତିଟି ଘଟଣାର ପର୍ଦ୍ଦାଫାସ କରାଯିବ ଏବଂ ଦୋଷୀଙ୍କୁ ଯେକୌଣସି ସ୍ଥିତିରେ ଦଣ୍ଡ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.