ETV Bharat / bharat

ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ, ରହସ୍ୟଜନକ ଭାବେ ଆଖି ବୁଜୁଛନ୍ତି ଋଷର ଜଣକ ପରେ ଜଣେ ବ୍ୟବସାୟୀ-ରାଜନେତା - ସନ୍ଦେହ ଘେରରେ ଋଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁ

ରାୟଗଡାରେ ରହସ୍ୟଘେରରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ (Russian Tourists reportedly died in Rayagada) । ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୃତକ ହେଉଛନ୍ତି ଋଷର କୋଟିପତି ବ୍ୟବସାୟୀ, ଋଷୀୟ ସାଂସଦ ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବଡ଼ ସମାଲୋଚକ (Critic of President Vladimir Putin) । ତାଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ପୂର୍ବରୁ ରାଷ୍ଟ୍ରପତି ପୁଟିନଙ୍କ ଏପରି ସମାଲୋଚକଙ୍କ ଘଟିଛି ରହସ୍ୟଜନକ ମୃତ୍ୟୁ । ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ରାଷ୍ଟ୍ରପତିଙ୍କ ସମାଲୋଚକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Russian MP Businessman Pavel Antov
Russian MP Businessman Pavel Antov
author img

By

Published : Dec 27, 2022, 5:28 PM IST

ଭୁବନେଶ୍ବର: ରାୟଗଡ଼ାରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା (Russian Tourists reportedly died in Rayagada) । କାରଣ ୨ ମୃତକଙ୍କ ମଧ୍ୟରୁ ଜଣେ ମୃତକ ପାଭେଲ ଆଣ୍ଟୋଭ (Russian MP Pavel Antov) ଥିଲେ ଋଷର ଜଣେ ସାଂସଦ, କୋଟିପତି ବ୍ୟବସାୟୀ ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବଡ଼ ସମାଲୋଚକ (Critic of President Vladimir Putin) । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସେ ପୁଟିନଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ହଠାତ ଏପରି ତାଙ୍କର ମୃତ୍ୟୁ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବାର ଫଳ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏପରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକଙ୍କ ଘଟିଛି ରହସ୍ୟଜନକ ମୃତ୍ୟୁ ।

ପୂର୍ବରୁ ପାଭେଲଙ୍କ ବନ୍ଧୁଙ୍କ ଘଟିଥିଲା ମୃତ୍ୟୁ

ସୁଦୂର ଋଷରୁ ଭାରତର ମାଓ ପ୍ରବଣ ଅଞ୍ଚଳ ରାୟଗଡ଼ାକୁ ଛୁଟି କାଟିବାକୁ ଆସିଥିଲେ ୪ ଜଣ ଋଷ ପର୍ଯ୍ୟଟକ । ଋଷୀୟ ଦମ୍ପତି ପାନସେଙ୍କୋ ଓ ଟୁରଭୋଙ୍କ ସହିତ ଥିଲେ ଭ୍ଲାଦିମିର ବିଦୋନୋଭ ଓ ପାଭେଲ ଆଣ୍ଟୋଭ । ପାଭେଲ ନିଜ ଜନ୍ମଦିନ ପାଳନ କରିବା ଲାଗି ଓଡ଼ିଶାର ରାୟଗଡ଼ା ଜିଲ୍ଲାକୁ ଆସିଥିଲେ । ସେମାନେ ପର୍ଯ୍ୟଟକ ଭିସାରେ ୧୯ ତାରିଖରେ ପ୍ରଥମେ ଦିଲ୍ଲୀରେ ପହଞ୍ଚି ୨୦ ତାରିଖରେ ଭୁବନେଶ୍ବରରେ ପହଞ୍ଚିଥିଲେ । ଏହାପରେ ସେମାନେ ୨୧ ତାରିଖରେ ରାୟଗଡ଼ାକୁ ଆସିଥିଲେ । ଏଠାରେ ଏକ ହୋଟେଲରେ ୪ ପର୍ଯ୍ୟଟକ ରହିଥିଲେ । ତେବେ ଭ୍ଲାଦିମିର ଓ ପାଭେଲ ବାଲ୍ୟ ବନ୍ଧୁ ଥିଲେ । ଡିସେମ୍ବର ୨୨ ତାରିଖରେ ଭ୍ଲାଦିମିର ବିଦୋନାଭଙ୍କ ମୃତ୍ୟୁ ଘଟିଥିଲା । ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଥିଲା ।

ଏହା ବି ପଢନ୍ତୁ- ରାୟଗଡ଼ାରେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ

ବନ୍ଧୁଙ୍କ ମୃତ୍ୟୁ ପରେ ପାଭେଲଙ୍କ ମୃତ୍ୟୁ

ବାଲ୍ୟ ବନ୍ଧୁ ଭ୍ଲାଦିମିରଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଅର୍ଥାତ ଡିସେମ୍ବର ୨୩ ତାରିଖରେ ପାଭେଲଙ୍କ ମୃତ୍ୟୁ ଘଟିଛି (Mysterious death of Russian MP Businessman Pavel Antov) । ହୋଟେଲ ଛାତ ଉପରୁ ଡେଇଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ସ୍ପଷ୍ଟ ହୋଇନାହିଁ । ଶନିବାର ହଠାତ ରୁମରେ ସେ ନଥିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍‌ ସାରା ହୋଟେଲ ଖୋଜିବା ପରେ ଏକ ନିର୍ମାଣଧୀନ କୋଠା ତଳେ ସେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ ।

ସନ୍ଦେହ ଘେରରେ ଋଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁ

ପାଭେଲ ଋଷର ଜଣେ ସାଂସଦ ବୋଲି ଜଣାପଡ଼ିବା ପରେ ଏବେ ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । ଜଣେ ନିର୍ବାଚିତ ପ୍ରତିନିଧି ସହିତ ସେ ଜଣେ କୋଟିପତି ବ୍ୟବସାୟୀ । ପୁଟିନଙ୍କ ସରକାରର ଏହି ମନ୍ତ୍ରୀ ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡା ସମାଲୋଚନା କରିବା ପରେ ଚର୍ଚ୍ଚାକୁ ଆସିଥିଲେ । ହଠାତ ଏପରି ତାଙ୍କର ମୃତ୍ୟୁ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବାର ଫଳ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ, ହୋଟେଲ ଛାତରୁ ଡେଇଁ ହାରିଲେ ଜୀବନ

'India Tribal Tour'ରେ ଥିଲେ ପାଭେଲ

ମୃତ ଋଷୀୟ ସାଂସଦ ପାଭେଲ ଆଣ୍ଟୋଭ ଭାରତର ଆଦିବାସୀ ବହୁଳ ଅଞ୍ଚଳ (India Tribal Tour) ପରିଦର୍ଶନରେ ବାହାରିଥିଲେ । ସେ ଦିଲ୍ଲୀର ଏକ ଟ୍ରାଭେଲ କମ୍ପାନୀ Trip India Private Limited ଜରିଆରେ ରାୟଗଡ଼ାରେ ପହଞ୍ଚିଥିଲେ । ଏଥିଲାଗି ସେ ଓଡ଼ିଶାର କିଛି ସ୍ଥାନ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ପ୍ରାୟ ୧୫ ଦିନ ପାଇଁ ଭ୍ରମଣରେ ଆସିଥିଲେ । ଏଥିଲାଗି ସେ ରାୟଗଡ଼ା ଜିଲ୍ଲାକୁ ଆସିଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦିଲ୍ଲୀ ଟ୍ରାଭେଲ କମ୍ପାନୀର ନିର୍ଦ୍ଦେଶକ ପ୍ରଜ୍ଞାନ ଚନ୍ଦ୍ର ।

ପୂର୍ବରୁ ଅନେକ ପୁଟିନ ସମାଲୋଚକଙ୍କ ଘଟିଛି ରହସ୍ୟଜନକ ମୃତ୍ୟୁ

ସବୁଠୁ ବଡ଼ କଥା ହେଉଛି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକଙ୍କ ଏପରି ପୂର୍ବରୁ ରହସ୍ୟଜନକ ମୃତ୍ୟୁ ଘଟିଛି । ଏହି ତାଲିକାରେ ଏବେ ପାଭେଲ ଆଣ୍ଟୋଭ ସାମିଲ ହୋଇଛନ୍ତି । କେବଳ ୨୦୨୨ ମସିହାରେ ଋଷର ପ୍ରାୟ ୨୪ ଜଣ କୋଟିପତି ବ୍ୟବସାୟୀଙ୍କ ଏପରି ରହସ୍ୟଜନିତ ମୃତ୍ୟୁ ଘଟିଛି । ତେବେ ଏବେ ସୁଦୂର ରାୟଗଡ଼ାରେ ଏହି ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢିଛି ସନ୍ଦେହ । ଏମାନଙ୍କ ମୃତ୍ୟୁ ରାଷ୍ଟ୍ରପତି ପୁଟିନଙ୍କ ଅନ୍ୟ ସମାଲୋଚକଙ୍କ ମୃତ୍ୟୁ ସହ ଜଡ଼ିତ ନା ଏହା ଭିନ୍ନ ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ ।

ସମାନ ଢଙ୍ଗରେ ପ୍ରାଣ ହରାଇଥିବା ଅନ୍ୟ ଋଷୀୟ ମୃତକଙ୍କ ତାଲିକା

  • ଲିଓନିଡ ସୁଲମାନ (ଗାଜପ୍ରୋମର ପରିବହନ ନିର୍ଦ୍ଦେଶକ)
  • ଇଗୋର ନୋସୋଭ (CEO, ଋଷୀୟ ଦୂର ପୂର୍ବ ଏବଂ ଆର୍କଟିକ୍ ବିକାଶ ନିଗମ)
  • ମିଖେଲ ୱାଟଫୋର୍ଡ (ବ୍ୟବସାୟୀ)
  • ସେର୍ଗି ପ୍ରୋଟୋସେନିଆ (ନୋଭେଟେକ୍‌ର ପୂର୍ବତନ ଡେପୁଟି ଚେୟାରମ୍ୟାନ)
  • ୟୁରି ଭୋରୋନୋଭ (CEO, ଆଷ୍ଟ୍ରା ସିପିଂ)
  • ରାଭିଲ ମାଗାନୋଭ (ଲୁକୋଲି ଚେୟାରମ୍ୟାନ)
  • ଭ୍ଲାଦିମିର ସଙ୍ଗୋରକିନ (କୋମସ୍ମୋଲସକ୍ୟା ପ୍ରାଭଦା, ମୁଖ୍ୟ ସମ୍ପାଦକ)
  • ଆଲେକଜାଣ୍ଡର ବୁଜାକୋଭ (ଆଡମିରାଲ୍ଟି ସିପୟାର୍ଡ, ସାଧାରଣ ନିର୍ଦ୍ଦେଶକ)
  • ପାଭେଲ ଆଣ୍ଟୋଭ (ଭ୍ଲାଦିମିରସ୍କାଏ ସ୍ଟାଣ୍ଟାର୍ଡ, ସହସଭାପତି ତଥା ଋଷୀୟ ସାଂସଦ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.