ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ(Uttar Pradesh Assembly Election) ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରଚାର ପ୍ରସାର । ପ୍ରତିଦିନ ଏଠାରେ ହାଇପ୍ରୋଫାଇଲ ନେତାଙ୍କ ରୋଡ ଶୋ ଏବଂ ରାଲି ଦେଖିବାକୁ ମିଳୁଛି । ଲଗାତାର କିଛିଦିନ ହେବ ଶାସକ ଦଳ ବିଜେପି ରାଜ୍ୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରୁଛି । ଏହି ପ୍ରଚାର ମଧ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଧର୍ମଗତ ରାଜନୀତି ।
ବିଜେପି ସରକାର ଥିବା ପର୍ଯ୍ୟନ୍ତ ମୁସଲିମ ଲୋକେ ସୁରକ୍ଷିତ ରହିପାରିବେ ନାହିଁ । ବିଜେପି ପାଇଁ ମୁସଲିମ ମାନେ ସବୁବେଳେ ସନ୍ଦେହରେ ରହୁଛନ୍ତି ବୋଲି ଅଲ ଇଣ୍ଡିଆ ମଜଲିସ-ଇ-ଇତହୁଲ୍ଲ ମୁସଲିମ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସି ଏପରି କହିଛନ୍ତି । ସେ ଆହୁରି ମଧ୍ୟ କରିଛନ୍ତି ଯେ, ବିଜେପି ମୁସଲିମ ସମ୍ପ୍ରଦାୟକୁ ନଷ୍ଟ କରିସାରିଲାଣି । 'କେଉଁଠି ଅଛି ସବକା ସାଥ, ସବକା ବିକାଶ' । କାହିଁକି ସରକାର ବାରଣାସୀରେ ଥିବା ଜ୍ଞାନଭାପି ମସଜିଦ ଏବଂ ଆଜମିର ଦରଘାର ଉନ୍ନତି କରୁନାହାନ୍ତି ।
ସେ ଭାଷଣରେ ମୁସଲିମଙ୍କୁ ଆହ୍ବାନ କରି କହିଛନ୍ତି ଯେ, ରାଜ୍ୟରେ ମୁସଲମାନଙ୍କୁ ନିଜର ରାଜନୈତିକ ଶକ୍ତି ଆବଶ୍ୟକ । ନେତୃତ୍ବକୁ ସମ୍ମାନ ଦେଉଥିବା ଏବଂ ଭେଦଭାବ ରଖୁନଥିବା ନେତା ଦରକାର ।
ଉତ୍ତର ପ୍ରଦେଶର ମେରଟର ଏକ ରାଲିକୁ ସମ୍ବୋଧିତ କରି ଓୱେସି କହିଛନ୍ତି ଯେ, 'ମୁଁ ପଚାରିବାକୁ ଚାହୁଁଛି, କେବେ ମୁସଲିମମାନେ ଜାଗ୍ରତ ହେବେ ? ରାଜ୍ୟରେ ୧୯ ପ୍ରତିଶତ ମୁସଲିମ ସେମାନଙ୍କର ନିଜସ୍ବ ରାଜନୈତିକ ଦଳ, ନେତୃତ୍ବ, ଶିକ୍ଷା ଏବଂ ସମାନ ଅଧିକାର ଆବଶ୍ୟକ କରୁଛନ୍ତି । ମୁଁ ଜଣେ ଜ୍ୟୋତିଷ ନୁହେଁ, ତେଣୁ ଆଗାମୀ ନିର୍ବାଚନରେ କିଏ କେତେ ଆସନ ଅଳଙ୍କୃତ କରିବ ମୁଁ ଭବିଷ୍ୟବାଣୀ କରିପାରିବି ନାହିଁ । କିନ୍ତୁ ଆମେ ରାଜ୍ୟରେ ମୁସଲିମଙ୍କ ଅଧିକାର ପାଇଁ ଲଢିବା ।'