ETV Bharat / bharat

କୃଷ୍ଣ ପ୍ରେମରେ ମୁସଲିମ ମହିଳା, 8 ବର୍ଷରେ ଆଙ୍କିଲେଣି 500 ଫଟୋଚିତ୍ର - କୃଷ୍ଣଙ୍କ ଫଟୋ ଆଙ୍କୁଛନ୍ତି ମୁସଲମାନ ମହିଳା

ମୁସଲମାନ ସମ୍ପ୍ରଦାୟର ହୋଇ ବି ତାଙ୍କ ହାତରେ ଜୀବନ୍ତ ହୋଇ ଉଠୁଛି ଭଗବାନ କୃଷ୍ଣଙ୍କ ଫଟୋଚିତ୍ର । କୋଜିକୋଡେ ଜିଲ୍ଲାର ଥାମରସେରୀର ମୁସଲମାନ ସମ୍ପ୍ରଦାୟର ଜସନା ସଲିମ ଭଗବାନ କୃଷ୍ଣଙ୍କ 101ଟି ଫଟୋଚିତ୍ର ଆଙ୍କି ମନ୍ଦିରକୁ ପ୍ରଦାନ କରିଛନ୍ତି (Muslim woman paint portraits of Lord Krishna) । ଅଧିକ ପଢନ୍ତୁ

କୃଷ୍ଣଙ୍କ ଫଟୋ ଆଙ୍କୁଛନ୍ତି ମୁସଲମାନ ମହିଳା
Muslim woman consecrate portraits of Lord Krishna
author img

By

Published : Jan 1, 2023, 6:06 PM IST

ଥିରୁଅନନ୍ତପୁରମ: ଜାତିରେ ଜବର କିନ୍ତୁ କୃଷ୍ଣଙ୍କ ପାଇଁ ଜୀବନ ସମର୍ପିତ କରିଛନ୍ତି । ହାତ ସ୍ପର୍ଶରେ ଆଙ୍କି ହୋଇଯାଉଛି କୃଷ୍ଣଙ୍କର ସୁନ୍ଦର ସୁନ୍ଦର ଫଟୋଚିତ୍ର । କୋଜିକୋଡ ଜିଲ୍ଲାର ଥାମରସେରୀର ମୁସଲମାନ ସମ୍ପ୍ରଦାୟର ଜସନା ସଲିମ ଗୁରୁଭାୟୁର ମନ୍ଦିରକୁ ଭଗବାନ କୃଷ୍ଣଙ୍କ 101ଟି ଫଟୋଚିତ୍ର ଆଙ୍କି ପ୍ରଦାନ କରିଛନ୍ତି (Muslim woman paint portraits of Lord Krishna)। ନୂଆ ବର୍ଷରେ ଚିତ୍ରଗୁଡ଼ିକୁ ମନ୍ଦିରକୁ ହସ୍ତାନ୍ତର କରିଛନ୍ତି । ମନ୍ଦିର ଭିତରେ କିଛି ଫଟୋଚିତ୍ର ପ୍ରଦର୍ଶିତ ହୋଇଛି ।

ଚିତ୍ରଗୁଡ଼ିକୁ ଛୋଟଛୋଟ ଫ୍ରେମ୍ କରାଯାଇଛି । ସମସ୍ତ ଚିତ୍ର ଆଙ୍କିବାକୁ ଜସନାଙ୍କୁ 4 ମାସ ସମୟ ଲାଗିଥିଲା । ତାଙ୍କୁ ତାଙ୍କ ବାପାମାଆ ସମର୍ଥନ କରିଥିଲେ । ଜସନାଙ୍କ ମନରେ କୃଷ୍ଣ ଚିତ୍ର ଆଙ୍କିବାକୁ ମନରେ ଇଚ୍ଛାଶକ୍ତି ସୃଷ୍ଟି ହୋଇଥିଲା । ପ୍ରଥମେ ସେ ଏକ କୃଷ୍ଣଙ୍କର ଛୋଟ ଚିତ୍ର ଆଙ୍କିଥିଲେ । ତାଙ୍କ ସ୍ବାମୀ ସଲିମ ତାଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ହେଲେ ପରିବାର ଲୋକ ଜାଣିଲେ ଏହା ଅସୁବିଧା ହେବ ବୋଲି ଚେତାବନୀ ଦେଇ ଚିତ୍ରକୁ ନଷ୍ଟ କରିବାକୁ ତାଙ୍କୁ ପରାମର୍ଶ ଥିଲା । କିନ୍ତୁ ଜସନା ଏଥିପାଇଁ ପ୍ରସ୍ତୁତ ନଥିଲେ । ଶେଷରେ ଚିତ୍ରଟି ଥାମରାସେରୀର ଏକ ବ୍ରାହ୍ମଣ ପରିବାରକୁ ଉପହାରରେ ଦେଇଥିଲେ ।

ଭଗବାନ କୃଷ୍ଣଙ୍କର ଏହି ଫଟୋଚିତ୍ର ଆଙ୍କିବାକୁ ଏକ ଆର୍ଶୀବାଦ ବୋଲି ଅନେକ ଭାବନ୍ତି । ତେଣୁ ତାଙ୍କୁ ଏହି ଚିତ୍ରା ଆଙ୍କିବା କାର୍ଯ୍ୟ ଜାରି ରଖିବାକୁ କୁହନ୍ତୁ । ଲୋକଙ୍କ ମସର୍ଥନରେ ଜସନା ଏହି କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ଏହା ତାଙ୍କ ଜୀବିକା ପାଳଟିଛି । 8 ବର୍ଷ ଭିତରେ 500ଟି ଭଗବାନ କୃଷ୍ଣଙ୍କର ଚିତ୍ର ଆଙ୍କିଛନ୍ତି ଜସନା । ସ୍ବାମୀ, ପରିବାର ଓ ବାପାମାଆଙ୍କ ସମର୍ଥନ ତାଙ୍କ ଯାତ୍ରାରେ ସହାୟକ ହୋଇଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟ ତାଙ୍କୁ ସମର୍ଥନ କରି ନଥିବା କହିଛନ୍ତି ଜସନା । ତଥାପି ମୁସଲମାନ ମହିଳା ଜସନା ବିଶ୍ବାସ କରନ୍ତି ଯେ ତାଙ୍କୁ ବାହାରୁ ମିଳୁଥିବା ସମର୍ଥନ ହିଁ ତାଙ୍କ ଶକ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.