ETV Bharat / bharat

ଉତ୍ତରାଖଣ୍ଡରେ ଲଭ ଜିହାଦ ବିବାଦ: ମୁସଲିମ ପକ୍ଷଙ୍କ ମହାପଞ୍ଚାୟତକୁ ଅନୁମତି ଦେଲାନି ପ୍ରଶାସନ

ଉତ୍ତରାଖଣ୍ଡ ପୁରୋଲାରେ ଲଭ ଜିହାଦକୁ ନେଇ ଲାଗି ରହିଛି ଉତ୍ତେଜନା । 18 ତାରିଖରେ ମହାପଞ୍ଚାୟତ ଡାକରା ଦେଲା ମୁସଲିମ ସଂଗଠନ । ପ୍ରଶାସନର କଡା ବାରଣ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଲଭ ଜିହାଦ ବିବାଦ, ମୁସଲିମ ପକ୍ଷଙ୍କ ମହାପଞ୍ଚାୟତ ଆୟୋଜନକୁ ଅନୁମତି ଦେଲାନି ପୋଲିସ

author img

By

Published : Jun 15, 2023, 10:28 PM IST

ଡେରାଡୁନ୍: ଉତ୍ତରାଖଣ୍ଡ ପୁରୋଲାରେ ଲଭ ଜିହାଦ ବିବାଦକୁ ନେଇ ଏବେ ମଧ୍ୟ ଉତ୍ତେଜନା ଥମିନାହିଁ । ଗତକାଲି ପ୍ରଶାସନ ଏବଂ ପୋଲିସ ହିନ୍ଦୁ ପକ୍ଷ ଦ୍ବାରା ମହାପଞ୍ଚାୟତ ଆୟୋଜନ ଉପରେ ରୋକ ଲଗାଇଥିଲେ । ଏବେ ମୁସଲିମ ପକ୍ଷ ମଧ୍ୟ ମହାପଞ୍ଚାୟତ ଆୟୋଜନ ଡାକରା ଦେଇଛନ୍ତି । 18 ତାରିଖରେ ମହାପଞ୍ଚୟତ ଆୟୋଜନ କରିବା ନେଇ ଆଜି (ଗୁରୁବାର) ମୁସଲିମ ପକ୍ଷ ସ୍ଥାନୀୟ ପ୍ରଶାସନକୁ ନିବେଦନ ପତ୍ର ଦେଇଛନ୍ତି । ହେଲେ ପ୍ରଶାସନ ଏପରି ଆୟୋଜନକୁ ଅନୁମତି ଦେଇନଥିବା ବେଳେ କୌଣସି ଶୋଭାଯାତ୍ରା କିମ୍ବା କାର୍ଯ୍ଯକ୍ରମ ହେଲେ କଡା କର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ।

ଉତ୍ତରାଖଣ୍ଡରେ ଲଭ ଜିହାଦ ବିବାଦ, ମୁସଲିମ ପକ୍ଷଙ୍କ ମହାପଞ୍ଚାୟତ ଆୟୋଜନକୁ ଅନୁମତି ଦେଲାନି ପୋଲିସ
ଉତ୍ତରାଖଣ୍ଡରେ ଲଭ ଜିହାଦ ବିବାଦ, ମୁସଲିମ ପକ୍ଷଙ୍କ ମହାପଞ୍ଚାୟତ ଆୟୋଜନକୁ ଅନୁମତି ଦେଲାନି ପୋଲିସ

ଡେରାଡୁନରେ ମୁସଲିମ ସଙ୍ଗଠନ ପକ୍ଷରୁ ଏହି ମହାପଞ୍ଚାୟତ ଡାକରା ଦିଆଯାଇଛି । ଜୁନ୍ 18 ତାରିଖରେ ପ୍ରସ୍ତାବିତ ମହାପଞ୍ଚାୟତରେ ଅଞ୍ଚଳର ମୁସଲିମ ବାସିନ୍ଦାଙ୍କୁ ସାମିଲ ହେବା ପାଇଁ କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟ ପ୍ରତି ଅନ୍ୟାୟ ବଢିବାରେ ଲାଗିଛି ଏବଂ ପୁରୋଲାର ସାମାଜିକ ପରିବେଶକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଉଥିବା ମୁସଲିମ ପକ୍ଷ ଅଭିଯୋଗ କରିଛନ୍ତି । ପ୍ରସ୍ତାବିତ ମହାପଞ୍ଚାୟତରେ ସେମାନଙ୍କର ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ରକ୍ଷା ଉପରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେବା ନେଇ ସଂଗଠନ ପକ୍ଷରୁ କୁହାଯାଇଛି ।

ଆଜି (ଗୁରୁବାର) ମୁସଲିମ ସଂଗଠନ ସହ ଜଡିତ କାର୍ଯ୍ୟକର୍ତ୍ତାମାନେ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ । ସେମାନଙ୍କୁ ମହାପଞ୍ଚୟତ ଆୟୋଜନ କରିବାକୁ ଅନୁମତି ଦେବାକୁ ଅଡି ବସିଥିଲେ । ହେଲେ ପ୍ରାୟ ଘଣ୍ଟାଧିକ କାଳ ଆଲୋଚନା ପରେ ମଧ୍ୟ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି । ଯଦି ପ୍ରଶାସନର ବିନା ଅନୁମତିରେ ସହରରେ କୌଣସି ପ୍ରତିବାଦ ସଭା କିମ୍ବା ଶୋଭଯାତ୍ରା ବାହାର କରାଯାଏ, ତେବେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମଧ୍ୟ ମୁସଲିମ ପକ୍ଷକୁ ଚେତାବନୀ ସହ ଫେରାଇ ଦେଇଛି ।

ଗତକାଲି ସହରରେ ଧାରା 144 ଜାରି କରାଯାଇଥିଲା । କୌଣସି ସମ୍ପ୍ରଦାୟକୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପୋଲିସ ବାରଣ କରିଛି । ଗତକାଲି ସହରରେ ପୋଲିସ ଫ୍ଲାଗମାର୍ଚ୍ଚ କରିବା ସହ ସୁରକ୍ଷା ମଧ୍ୟ ବଢାଇଥିଲା । ଲଭଜିହାଦ ଅଭିଯୋଗରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ଆଜି ହିନ୍ଦୁପକ୍ଷରୁ ଏକ ମହାପଞ୍ଚାୟତ ଆୟୋଜନ କରିବା ନେଇ ଘୋଷଣା କରାଯାଇଥିଲା । ହେଲେ ଏହା ପ୍ରଶାସନ ଠାରୁ ଅନୁମତି ନପାଇବା ପରେ ଏହା ଆଜି ବନ୍ଦ ରହିଛି । ହିନ୍ଦୁ ପକ୍ଷଙ୍କ ପରେ ମୁସଲିମ ପକ୍ଷ ମଧ୍ୟ ମହାପଞ୍ଚାୟତ ଆୟୋଜନକୁ ଅନୁମତି ଦେବାକୁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.