ETV Bharat / bharat

ପୁଣି ସ୍ପାଇସଜେଟରେ ତ୍ରୁଟି: ସ୍ଥଗିତ ରହିଲା ମୁମ୍ବାଇ-କାଣ୍ଡଲା ଉଡାଣ

author img

By

Published : Jul 29, 2022, 9:00 AM IST

୪୦ ଦିନରେ ସ୍ପାଇସଜେଟ ବିମାନରେ ନବମ ତ୍ରୁଟି । ସ୍ଥଗିତ ରହିଲା ମୁମ୍ବାଇ-କାଣ୍ଡଲା ବିମାନ ଉଡାଣ । ଅଧିକ ପଢନ୍ତୁ

ପୁଣି ସ୍ପାଇସଜେଟରେ ତ୍ରୁଟି: ସ୍ଥଗିତ ରହିଲା ମୁମ୍ବାଇ-କାଣ୍ଡଲା ବିମାନ ଉଡାଣ

ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ମାମଲା ସାମ୍ନାକୁ ଆସିଛି । ଗୁରୁବାର ମୁମ୍ବାଇରୁ ଗୁଜୁରାଟର କାଣ୍ଡଲା ଅଭିମୁଖେ ଯିବାକୁ ଥିବା ସ୍ପାଇସଜେଟ ବିମାନର ଉଡାଣ ରନୱେରେ ସ୍ଥଗିତ ରଖାଯାଇଛି । ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସତର୍କ ଲାଇଟ ଜଳିଥିଲା । ଏହାପରେ ମୁମ୍ବାଇ ବିମାନ ବନ୍ଦରର ରନୱେରେ ଏହାର ଉଡାଣକୁ ସ୍ଥଗିତ ରଖାଯାଇଥିବା ଏୟାରଲାଇନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA)ର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାକୁ ନିତିଦିନିଆ ବୋଲି କହି ସମାଲୋଚନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:50 ପ୍ରତିଶତ ବିମାନ ଉଡାଇପାରିବ Spice Jet, କଟକଣା ଜାରି କଲା DGCA

ଗତ ୪୦ ଦିନରେ ସ୍ପାଇସଜେଟ ବିମାନରେ ଏହା ହେଉଛି ନବମ ତ୍ରୁଟି ଘଟଣା । DGCA ପକ୍ଷରୁ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । କହିରଖୁଛୁ କି, ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ଯୋଗୁଁ ବୁଧବାର ଡିଜିସିଏ ସ୍ପାଇସଜେଟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଗାମୀ ୮ ସପ୍ତାହ ଯାଏଁ କମ୍ପାନୀର କେବଳ ୫୦ ପ୍ରତିଶତ ବିମାନ ଉଡାଣ ପାଇଁ ଅନୁମତି ଦେଇଛି ନିର୍ଦ୍ଦେଶାଳୟ । ଏହି କଟକଣା ଅବଧି ପୁରା ହେବା ପରେ କମ୍ପାନୀ ଯଦି ସମ୍ପୂର୍ଣ୍ଣ କ୍ଷମତା ସହ ବିମାନ ଉଡାଇବାକୁ ଅନୁମତି ମାଗେ ତେବେ ଏହା ପ୍ରମାଣିତ କରିବାକୁ ପଡିବ ଯେ, ଏୟାରଲାଇନ ପାଖରେ ଯଥେଷ୍ଟ ସାଧନ ଓ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.