ETV Bharat / bharat

Pornography Case: ଅଭିନେତ୍ରୀ ଗେହେନା ବଶିଷ୍ଟଙ୍କୁ କ୍ରାଇମବ୍ରାଞ୍ଚର ସମନ - ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ପର୍ଣ୍ଣୋଗ୍ରାଫିକ ମାମଲାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟ ଏବଂ ଅନ୍ୟ ୨ଜଣଙ୍କୁ ସମନ ପଠାଇଛି । ପର୍ଣ୍ଣୋଗ୍ରାଫିକ ନେଇ ଆଜି ଏହି ୩ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।

ଅଭିନେତ୍ରୀ ଗେହେନା ଭାସିଷ୍ଟଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସମନ

author img

By

Published : Jul 25, 2021, 10:47 AM IST

ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ ମାମଲାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟ ଏବଂ ଅନ୍ୟ ୨ ଜଣଙ୍କୁ ସମନ ପଠାଇଛି । ପର୍ଣ୍ଣୋଗ୍ରାଫିକ ନେଇ ଆଜି ଏହି ୩ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ମଧ୍ୟାହ୍ନ ୧୨ଟା ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ସମନ ଜାରି କରାଯାଇଛି । ୨୦୨୧ ଫେବୃଆରୀରେ ଗେହେନା ଓ ଭାଣ୍ଡାନା ତିଓ୍ବାରୀଙ୍କୁ ପର୍ଣ୍ଣୋଗ୍ରାଫିକ ମାମଲାରେ ଗିରଫ କରାଯାଇଥିଲା । ଏବଂ ୪ ମାସ ପରେ ଉଭୟଙ୍କୁ ଜାମିନ ମିଳିଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅଶ୍ଲୀଳ ଫିଲ୍ମ ମାମଲାର ଅନୁସନ୍ଧାନ କରି ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଭିୟାନ ଏବଂ ମୁମ୍ବାଇର ଅନ୍ଧେରୀରେ ଜେଏଲ ଷ୍ଟ୍ରିମ ଅଫିସରେ ନିକଟରେ ଏକ ଆଲମାରୀ ପାଇଛି ।

ସୂଚନାନୁଯାଇ, ଖୁବଶିଘ୍ର ରାଜକୁନ୍ଦ୍ରାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଏବଂ ଫରେନ ମ୍ୟାନେଜମୋଣ୍ଟ ଆକ୍ଟରେ ଇଡି ତାଙ୍କ ବିରୋଧରେ ଏକ ମାମଲା ପଞ୍ଜୀକରଣ କରିବାର ସମ୍ଭାବନା ରହିଛି । ପର୍ଣ୍ଣୋଗ୍ରାଫିକ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ଏହାପରେ ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ହେପାଜତରେ କୁନ୍ଦ୍ରାଙ୍କୁ ରଖାଯାଇଥିଲା । କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ନାମିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.