ETV Bharat / bharat

ଜେଲରୁ ସାକ୍ଷୀଙ୍କୁ ଧମକ ଦେଉଛି ଗ୍ୟାଙ୍ଗଷ୍ଟର ଛୋଟା ସକିଲର ସହଯୋଗୀ, ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

author img

By ETV Bharat Odisha Team

Published : Nov 20, 2023, 5:08 PM IST

ଜେଲରୁ ସାକ୍ଷୀଙ୍କୁ ଧମକ ଦେଉଛି ଗ୍ୟାଙ୍ଗଷ୍ଟାର ଛୋଟା ସକିଲର ସହଯୋଗୀ ରିଆଜ ଭଟ୍ଟି । ଆଉ ଏକ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ

ଜେଲରୁ ସାକ୍ଷୀକୁ ଧମକ ଦେଉଛି ଗ୍ୟାଙ୍ଗଷ୍ଟର ଛୋଟା ସକିଲର ସହଯୋଗୀ, ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଜେଲରେ ରହି ସାକ୍ଷୀଙ୍କୁ ଧମକ ଦେଉଛି ଫେରାର ଗ୍ୟାଙ୍ଗଷ୍ଟର ଛୋଟା ସକିଲର ସହଯୋଗୀ ରିଆଜ ଭଟ୍ଟି । ଆଜି ଏନେଇ ମୁମ୍ବାଇ ପୋଲିସ ରିଆଜ ବିରୋଧରେ ଏକ ପୃଥକ ମାମଲା ରୁଜୁ କରିଛି । ମନି ଲଣ୍ଡ୍ରିଂ ଓ ହତ୍ୟା ଧମକ ଅଭିଯୋଗରେ ରିଆଜ ଏବେ ମୁମ୍ବାଇର ଏକ ଜେଲରେ ରହିଛି । ଏହି ମାମଲାରେ ସକିଲର ଭିଣୋଇ ସଲିମ ଫ୍ରୁଟ ଓ ଅନ୍ୟ 5 ଜଣ ମଧ୍ୟ ଜେଲରେ ରହିଛନ୍ତି । ସମସ୍ତେ ବିଚାର ବିଭାଗୀୟ ଜେଲରେ ରହିଥିବା ବେଳେ ରିଆଜ ଜେଲ ଭିତରୁ ଏହି ମାମଲାରେ ଜଣେ ସାକ୍ଷୀକୁ କୋର୍ଟରେ ତା ବିରୋଧରେ ସାକ୍ଷୀ ନଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ 43 ବର୍ଷୀୟ ବ୍ୟବସାୟୀ ତାଙ୍କୁ ରିଆଜ ନିକଟରୁ ଧମକ ମିଳିଥିବା ଅଭିଯୋଗ କରିଥିଲେ । ରାହୁଲ ବଜାଜ ନାମକ ଜଣେ ବ୍ୟକ୍ତି ଏହି ବ୍ୟବସାୟୀଙ୍କୁ କୋର୍ଟରେ ରିଆଜ ଭଟ୍ଟି ସପକ୍ଷରେ ସାକ୍ଷ୍ୟ ଦେବା ପାଇଁ ଧମକ ଦେଇଥିଲେ । ବ୍ୟବସାୟୀଙ୍କ ଜଣେ ବନ୍ଧୁ 2021 ମସିହାରେ ମୁମ୍ବାଇର ଭର୍ସୋବା ପୋଲିସ ଷ୍ଟେସନରେ ଭଟ୍ଟି ବିରୋଧରେ ଅଭିଯୋଗ କରିଥିଲେ ।

ଏହି ବ୍ୟବସାୟୀ ଜଣକ ନଭେମ୍ବର 4 ତାରିଖରେ ଭର୍ସୋବା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ମାମଲାରେ କୋର୍ଟରେ ହାଜର ହେବାକୁ ଯିବା ବେଳେ ତାଙ୍କୁ ଭଟ୍ଟି ଜେଲ ମଧ୍ୟରୁ ଫୋନ କରି ଧମକ ଦେଇଥିଲା । ବ୍ୟବସାୟୀଙ୍କୁ ଓ ତାଙ୍କର ଅନ୍ୟ ସହଯୋଗୀଙ୍କୁ ନିଜ ବିରୋଧରେ ସାକ୍ଷ୍ୟ ନଦେବା ପାଇଁ ଭଟ୍ଟି ଧମକ ଦେଇଥିଲା । ବ୍ୟବସାୟୀ ଜଣକ ଏହି ବାର୍ତ୍ତାଳାପକୁ ରେକର୍ଡ କରିବା ସହ ମୁମ୍ବାଇ ଖାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଗ୍ୟାଙ୍ଗଷ୍ଟର ଭଟ୍ଟି, ତାର ପୁଅ ଓ ବ୍ୟବସାୟୀଙ୍କୁ ଧମକ ଦେଇଥିବା ଯୁବକ ରାହୁଲ ବଜାଜଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଇମ୍ଫାଲ ଆକାଶରେ ଅଜଣା ଉଡନ୍ତା ବସ୍ତୁ ! ସର୍ଚ୍ଚ ଅପରେସନରେ 2 ରାଫେଲ ବିମାନ

ଅଭିଯୋଗ ଆଧାରରେ ଭଟ୍ଟି ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 195-A ( ମିଥ୍ୟା ବିବୃତ୍ତି ଦେବାକୁ ଧମକ ଦେବା ), 506-2 ( ଅପରାଧ ଉଦ୍ଦେଶ୍ୟରେ ଭୟଭୀତ କରିବା ) ଆଇପିସି-34 ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି । ଘଟଣାର ତଦନ୍ତ କରାଯାଉଥିବା ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.