ନୂଆଦିଲ୍ଲୀ: ଜେଜେ ହେଲେ ଦେଶର ନମ୍ବର ଓ୍ବାନ୍ ଧନୀ ମୁକେଶ ଅମ୍ବାନୀ । ଗୁରୁବାର ଅମ୍ବାନୀ ପରିବାରରେ ଯୋଡି ହୋଇଛନ୍ତି ଆଉଜଣେ ସଦସ୍ୟ । ପୁଅ ବୋହୂଙ୍କ କୋଳରେ ଏକ ପୁତ୍ର ସନ୍ତାନ ଜାତ ହେବାପରେ କୋଟିପତି ମୁକେଶ ଅମ୍ବାନୀ ଜେଜେ ହୋଇଛନ୍ତି ।
2019 ମସିହା ମାର୍ଚ୍ଚ ମାସରେ ମୁକେଶଙ୍କ ପୁଅ ଆକାଶ ମୁମ୍ବାଇର ହୀରା ବେପାରୀ ରସେଲ ମେହେତାଙ୍କ ଝିଅ ଶ୍ଲୋକା ମେହେତାଙ୍କୁ ବିବାହ କରିଥିଲେ । ଗୁରୁବାର ଆକାଶ ଏବଂ ଶ୍ଲୋକା ଏକ ପୁତ୍ର ସନ୍ତାନର ବାପା ମାଆ ହୋଇଥିବା ଅମ୍ବାନୀ ପରିବାର ମୁଖପାତ୍ର କହିଛନ୍ତି । ତେବେ 63 ବର୍ଷୀୟ ଅମ୍ବାନୀ ନୀତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଜଣ ଜାଆଁଳା ସନ୍ତାନ ଆକାଶ ଏବଂ ଇଶା ଥିବାବେଳେ ଅନନ୍ତ ନାମକ ଆଉ ଗୋଟିଏ ପୁଅ ଅଛନ୍ତି । ବର୍ତ୍ତମାନ ବଡପୁଅ ଆକାଶ ବାପା ହେବାପରେ କୋଟିପତି ମୁକେଶ ଜେଜେ ବନିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ