ETV Bharat / bharat

ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ, ଏଯାବତ୍ 8848 ମାମଲା ଚିହ୍ନଟ

author img

By

Published : May 23, 2021, 7:06 AM IST

ଏଯାବତ୍ ଦେଶବ୍ୟାପୀ ସମୁଦାୟ 8 ହଜାର 848ଟି ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଆମ୍ଫଟେରିସିନ-ବି ନାମକ ଏହି ସଂକ୍ରମଣ ବିରୋଧୀ ଇଞ୍ଜେକ୍ସନ ବିତରଣ କରାଯାଇଛି । ଅଧିକ ପଢନ୍ତୁ...

ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ, ଏଯାବତ୍ ମୋଟ 8, 848 ମାମଲା ଚିହ୍ନଟ

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଏବେ ଘାତକ ସାଜିଛି ବ୍ଲାକ ଫଙ୍ଗସ । ଦେଶରେ ଦୈନିକ ବ୍ଲାକ ଫଙ୍ଗସ ସଂକ୍ରମଣ ବଢିବାରେ ଲାଗିଛି । ଏଯାବତ୍ ଦେଶବ୍ୟାପୀ ସମୁଦାୟ 8 ହଜାର 848 ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ଶନିବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡା ।

ବଢୁଥିବା ବ୍ଲାକ ଫଙ୍ଗସ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଆମ୍ଫଟେରିସିନ-ବି ନାମକ ଏହି ସଂକ୍ରମଣ ବିରୋଧୀ ଇଞ୍ଜେକ୍ସନ ବଣ୍ଟନ କରାଯାଇଛି । ରାଜ୍ୟଗୁଡିକୁ ଅତିରିକ୍ତ 23 ହଜାର 680ଟି ଇଞ୍ଜେକ୍ସନ ପଠାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ।

ବିଶେଷକରି ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତେଲେଙ୍ଗାନା ରାଜ୍ୟ ବ୍ଲାକ ଫଙ୍ଗସ ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି । ଗୁଜୁରାଟରେ ସର୍ବାଧିକ 2 ହଜାର 281 ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବାବେଳେ ଏଠାକୁ 5 ହଜାର 800 ଆମ୍ଫଟେରିସିନ-ବି ଇଞ୍ଜେକ୍ସନ ପଠାଯାଇଛି । ସେହିପରି 2 ହଜାର ସଂକ୍ରମିତଙ୍କ ସହ ମହାରାଷ୍ଟ୍ରକୁ 5 ହଜାର 90ଟି ଇଞ୍ଜେକ୍ସନ, 910 ମାମଲା ବିଶିଷ୍ଟ ଆନ୍ଧ୍ରପ୍ରଦେଶକୁ 2 ହଜାର 310, ମଧ୍ୟପ୍ରଦେଶକୁ 1 ହଜାର 830, ତେଲେଙ୍ଗାନାକୁ 890 ଓ ଦିଲ୍ଲୀକୁ 670ଟି ଇଞ୍ଜେକ୍ସନ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.