ରାଞ୍ଚି:ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା-ମାଆ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୋରୋନା ବର୍ତ୍ତମାନ ତାର କାୟା ବିସ୍ତାର କରିବାରେ ଲାଗିଛି । ଝଡଖଣ୍ଡରେ ମଧ୍ୟ ଏହାର ପ୍ରଭାବ ରହିଛି । ଆଜି ଧୋନୀଙ୍କ ବାପା ପାନ ସିଂ ଓ ମାଆ ଦେବୀକା ଦେବୀ କୋରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର । ସେ ଖୁବ ଶୀଘ୍ର ଭଲ ହୋଇଯିବେ ବୋଲି ଅନୁମାନ କରିଛନ୍ତି ଡାକ୍ତର । ଝାଡଖଣ୍ଡରେ ମଧ୍ୟ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଧୋନୀ ବର୍ତ୍ତମାନ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ବରେ ଅଛନ୍ତି ।
କୋରୋନା କୋପରେ ବର୍ତ୍ତମାନ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି । ଦ୍ବିତୀୟ ଲହର ଦିନକୁ ଭୟଙ୍କର ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ