ETV Bharat / bharat

ପୁଣି ପାଣ୍ଠି ଖର୍ଚ୍ଚ କରିପାରିବେ ସାଂସଦ, ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ - MPs to get development funds again

ସାଂସଦ ପାଣ୍ଠି ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ । ଏଣିକି ଖର୍ଚ୍ଚ କରିପାରିବେ ପାଣ୍ଠି ଅର୍ଥ । କୋଭିଡ କାରଣରୁ ରହିଥିଲା ସ୍ଥଗିତ । ଅଧିକ ପଢନ୍ତୁ...

ପୁଣି ପାଣ୍ଠି ଖର୍ଚ୍ଚ କରିପାରିବେ ସାଂସଦ, ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ

author img

By

Published : Nov 10, 2021, 9:32 PM IST

ନୂଆଦିଲ୍ଲୀ: କୋଭିଡ କାରଣରୁ ସ୍ଥଗିତ ରହିଥିବା ସାଂସଦ ପାଣ୍ଠି ଖର୍ଚ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ । ଏଣିକି ଏହି ସାଂସଦ ଖର୍ଚ୍ଚ କରିପାରିବେ ସାଂସଦ ପାଣ୍ଠି । ଚଳିତ ବର୍ଷ ଅର୍ଥାତ 2021-22 ର ଅବଶିଷ୍ଟାଂଶ ସଂସଦର ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (MPLADS) ରାଶି ସାଂସଦଙ୍କୁ ପ୍ରଦାନ କରାଯିବ । ସେହିପରି ୨୦୨୨-୨୩ ରୁ 2025-26 ଆର୍ଥିକ ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ସାଂସଦ ମାନେ ସେମାନଙ୍କ ପାଣ୍ଠି ଖର୍ଚ୍ଚ କରିପାରିବେ । ଆଜିି ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ନଷ୍ପତ୍ତି ଉପରେ ମୋହର ବାଜିଛି ।

କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଏପ୍ରିଲ 2020 ରେ ସାଂସଦ ପାଣ୍ଠି ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର ସରକାର । ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଥିଲେ ଯେ,2 ବର୍ଷ ପାଇଁ ସାଂସଦ ପାଣ୍ଠିର ଖର୍ଚ୍ଚକୁ ବନ୍ଦ ରଖାଯିବା ସହ ଏକତ୍ରିତ ରାଶି ମୋଟ 7,900 କୋଟି ଦେଶର ରାଜସ୍ବରେ ମିଶ୍ରିତ ହେବ । ଯାହା କୋଭିଡ ମୁକାୁବିଲା ସହାୟତା ଦିଗରେ ଖର୍ଚ୍ଚ କରାଯାଇପାରିବ ।

ଆଜି ବସିଥିବା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କରିଛନ୍ତି ଯେ, ଏହି ସାଂସଦ ପାଣ୍ଠି ଯୋଜନା ପନଃକାର୍ଯ୍ୟକ୍ଷମ ହେବା ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ଏହା 2025-26 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି 2021-22 ଆର୍ଥିକ ବର୍ଷର ଅବଶିଷ୍ଟାଂଶ ପାଣ୍ଠି ପ୍ରାୟ 2କୋଟି ଟଙ୍କାର ରାଶି ସାଂସଦ ମଧ୍ୟ ଖର୍ଚ୍ଚ କରିପାରିବେ ।

ସେହିପରି ୨୦୨୨-୨୩ ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ପାଣ୍ଠି ପ୍ରତ୍ୟେକ ସାଂସଦଙ୍କ ପାଇଁ ବାର୍ଷିକ 5 କୋଟି ଟଙ୍କା ହାରରେ ପ୍ରତ୍ୟେକ କିସ୍ତିରେ 2.5 କୋଟି ଟଙ୍କା ପ୍ରଦାନ କରାଯିବ। ସାଂସଦ ପାଣ୍ଠି ବା(MPLADS) 1993ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ନେତୃତ୍ବାଧୀନ ସରକାର ସମୟରେ ଆରମ୍ଭ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.