ETV Bharat / bharat

ହନୁମାନ ଚାଳିଶା ବିବାଦ, ଶିବସେନାର ଜୋରଦାର ହଙ୍ଗାମା - ହନୁମାନ ଚାଳିସା ପଢ଼ିବାକୁ ସାଂସଦ ନବନୀତ ରାଣାଙ୍କ ଘୋଷଣା

ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ବିବାଦ ଲାଗି ରହିଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ସ୍ଥିତ ବାସଭବନ ଆଗରେ ହନୁମାନ ଚାଳିଶା ପଢିବା ପାଇଁ ଅରାବତୀ ସାଂସଦ ନବନୀତ ରାଣା ଘୋଷଣା କରିଛନ୍ତି । ଯାହାକୁ ନେଇ ଆଜି ସାଂସଦଙ୍କ ବାସ ଭବନ ଆଗରେ ଶିବସେନା ନେତାଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

mp navneet rana announce to read hanuman chalisa in front of uddhav thacketray house
ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିସା ପଢ଼ିବାକୁ ସାଂସଦ ନବନୀତ ରାଣାଙ୍କ ଚେତାବନୀ, ଶିବସେନାର ବିକ୍ଷୋଭ ଜାରି
author img

By

Published : Apr 23, 2022, 12:53 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ବିବାଦ ଲାଗି ରହିଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ସ୍ଥିତ ବାସଭବନ ଆଗରେ ହନୁମାନ ଚାଳିଶା ପଢିବା ପାଇଁ ଅରାବତୀ ସାଂସଦ ନବନୀତ ରାଣା ଘୋଷଣା କରିଛନ୍ତି । ଯାହାକୁ ନେଇ ଆଜି ସାଂସଦଙ୍କ ବାସ ଭବନ ଆଗରେ ଶିବସେନା ନେତାଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ଶିବସେନା ନେତା କର୍ମୀମାନେ ବ୍ୟାରିରକେଡ ଭାଙ୍ଗି ଗୃହ ଭିତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବାରୁ ପୋଲିସ ଅନେକ କର୍ମୀଙ୍କ ଉଠାଇ ନେଇଛି ।

  • Maharashtra | Police aren't allowing us to step outside our house. Shiv Sena workers trying to attack our residence...We've always considered 'Matoshree' as a temple...Uddhav Thackeray only seeking political gains: MLA Ravi Rana in his social media post pic.twitter.com/jh3C4fJgvW

    — ANI (@ANI) April 23, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଶିବସେନା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ସାଂସଦ ନବନୀତ ରାଣାଙ୍କୁ 'Y' କାଟେଗୋରୀ ସୁରକ୍ଷା ପାଇଁ ଘୋଷଣା କରାଯାଇଛି । ଏହାରି ମଧ୍ୟରେ ନବନୀତ ଓ ବିଧାୟକ ରବି ରାଣା ସୋସିଆଲ ମିଡିରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ କହିଛନ୍ତି, ପୋଲିସ ଆମକୁ ଘର ବାହାରକୁ ଯିବାକୁ ଅନୁମତି ଦେଉନାହିଁ । ଅନ୍ୟପଟେ ଶିବସେନା କର୍ମୀମାନେ ବାସଭବନ ଉପରକୁ ଆକ୍ରମଣ ଉଦ୍ୟମ କରୁଛନ୍ତି । ଆମେ ସର୍ବଦା ମାତୋଶ୍ରୀକୁ ଏକ ମନ୍ଦିରର ମାନ୍ୟତା ଦେଇଛୁ । ତେଣୁ ସାଧାରଣ ଲୋକଙ୍କ ସମସ୍ୟା ନେଇ ଆମେ ସେହି ସ୍ଥାନରେ ହନୁମାନ ଚାଳିଶା ପଢ଼ିବୁ । କିନ୍ତୁ ଉଦ୍ଧବ ଠାକରେ ଏଥିରେ ରାଜନୈତିକ ଲାଭ ଚାହୁଁଛନ୍ତି । ସାଂସଦ ନବନୀତ କହିଛନ୍ତି ଯେ, ସେ ନିଶ୍ଚୟ ବାହାରକୁ ଯିବେ ଏବଂ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପଢ଼ିବେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.