ETV Bharat / bharat

ପାରିବାରିକ କଳହର କରୁଣ ପରିଣତି, 5 ମାସର ଶିଶୁକୁ ମାରି କୂଅରେ ଫିଙ୍ଗିଲା ମାଆ

author img

By

Published : Feb 21, 2023, 11:16 AM IST

Updated : Feb 21, 2023, 11:24 AM IST

5 ମାସର ଶିଶୁକୁ ମାରି କୂଅରେ ଫିଙ୍ଗିଲା ମାଆ । ମହାରାଷ୍ଟ୍ରର ଅହମ୍ମଦାନଗରରେ ଏପରି ଅଭାବନୀୟ ଘଟଣା ଘଟିିଛି । ଅଧିକ ପଢନ୍ତୁ

ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗିଲା ମାଆ
mother killed her baby and threw into well

ମୁମ୍ବାଇ: ପାଷାଣ ହୋଇଗଲା ମାଆ ହୃଦୟ । ଯାହାକୁ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ କଲା ତା'ର ଜୀବନ ନେବାକୁ ପଛାଇଲା ନାହିଁ । ପାରିବାରିକ କହଳର ରାଗ ନିଜ ପିଲା ଉପରେ ସୁଝାଇଲା ମାଆ । 5 ମାସର ଶିଶୁପୁତ୍ରକୁ ମାରି କୂଅରେ ଫିଙ୍ଗି ଦେଲା ଜନ୍ମଦାତ୍ରୀ । ମହାରାଷ୍ଟ୍ର କୌପଗାଓଁ ଥାନା ଅନ୍ତର୍ଗତ ଅହମ୍ମଦନଗରରେ ଏପରି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଭିଯୁକ୍ତ ମାଆକୁ ଅଟକ ରଖିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପୋଲିସ ସୂଚନା ଅନୁସାରେ, କୌପଗାଓଁ ତାଲୁକା କରବାଡିର ସୁରଜ ଓ ଗାୟତ୍ରୀ ନାମକ ଦମ୍ପତି ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଗାୟତ୍ରୀଙ୍କ ଅନ୍ୟ ଯୁବକଙ୍କ ସହ ସମ୍ପର୍କ ଥିବା ନେଇ ସନ୍ଦେହ କରିଥିଲେ ସୁରଜ । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗୁଥିଲା । ଏଥିରେ ଉତ୍ୟକ୍ତ ହୋଇ ପଡିଥିଲା ଗାୟତ୍ରୀ । ସବୁ ରାଗ ତା'ର କଅଁଳ ନିଷ୍ପାପ ଶିଶୁପୁତ୍ର ଶୁଭମ ଉପରେ ସୁଝାଇ ଦେଲା । ଜନ୍ମକଲା ପିଲାର ତଣ୍ଟି ଚିପି ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଲା ମାଆ । ଏପରିକି ଘଟଣାକୁ ଭିନ୍ନ ରୂପ ଦେବାକୁ ପିଲାର ଅପହରଣ ହୋଇଥିବା ନେଇ ନାଟକ ରଚିଥିଲା । ପିଲାକୁ ଖୋଜାଖୋଜି କରିବା ପରେ କିଛି ପତ୍ତା ମିଳି ନଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ...ଗୁଜୁରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ଦେହାନ୍ତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଘଟଣାକୁ ନେଇ ଶିଶୁପୁତ୍ରର ବାପା ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଥିଲା । ମହିଳା ଜଣଙ୍କ ନିଜ ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛନ୍ତି । ପ୍ରଥମେ ଘଟଣା ସମ୍ପର୍କରେ ମହିଳା ମାନି ନଥିଲେ । ପରବର୍ତ୍ତୀ ସମୟରେ ଦୋଷ ସ୍ବୀକାର କରିଥିଲେ । ପ୍ରଥମ ପିଲାକୁ ହତ୍ୟା କରିବା ପରେ ଶିଶୁପୁତ୍ରର ଅପହରଣ ନାଟକ ରଚିଥିଲେ ମହିଳା । ପୋଲିସର ସନ୍ଦେହ ହେବାରୁ ଶିଶୁପୁତ୍ରର ମାଆକୁ ପୋଲିସ ପଚରାଉଚରା କରିଥିଲା । ଏହାପରେ ମହିଳା ଜଣଙ୍କ ସତ ମାନିଥିଲେ । ମହିଳାଙ୍କୁ ହେପାଜତରେ ନେଇଛି ପୋଲିସ । ମୃତ ଶିଶୁପୁତ୍ରର ମାଆ ଗାୟତ୍ରୀ ନାମରେ ଧାରା 302, 201ରେ କେସ ନମ୍ବର 96/23ରେ ହତ୍ୟା ମାମଲା ରୁଜୁ ହୋଇଛି ।

Last Updated : Feb 21, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.