ETV Bharat / bharat

IAF Chopper Crash: ଜନ୍ମମାଟିରେ ବୀର ବି ସାଇ ତେଜାଙ୍କ ପାର୍ଥିବ ଶରୀର

author img

By

Published : Dec 12, 2021, 1:52 PM IST

ଆନ୍ଧ୍ରପ୍ରଦେଶର ଚିତୋର ସ୍ଥିତ ଜନ୍ମମାଟିରେ ପହଞ୍ଚିଛି ଲାନ୍ସ ବି ନାଏକଙ୍କ (Lance Naik B Sai Teja) ପାର୍ଥିବ ଶରୀର । ଯିଏକି ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ

ଜନ୍ମମାଟିରେ ପହଞ୍ଚିଲା ଶହୀଦ ବି ସାଇ ତେଜାଙ୍କ ପାର୍ଥିବ ଶରୀର

ଅମରାବତୀ: ଆନ୍ଧ୍ରପ୍ରଦେଶର ଚିତୋର ସ୍ଥିତ ଜନ୍ମମାଟିରେ ପହଞ୍ଚିଛି ଲାନ୍ସ ବି ନାଏକଙ୍କ (Lance Naik B Sai Teja) ପାର୍ଥିବ ଶରୀର । ଯିଏକି ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଛନ୍ତି । ଗତକାଲି ଲାନ୍ସ ନାୟକ ବି ସାଇ ତେଜାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଲାନ୍ସ ନାୟକ ସାଇେତେଜାଙ୍କ ଗୃହରାଜ୍ୟ ଆନ୍ଧ୍ରପ୍ରଦେଶ ହୋଇଥିବାବେଳେ ସେ ଭାରତୀୟ ସ୍ଥଳ ସେନାରେ ଲାନ୍ସନାୟକ ଭାବେ କାର୍ଯ୍ୟରତ ଥିଲେ । ସେ ପ୍ରତିରକ୍ଷା ପ୍ରମୁଖ ବିପିନ ରାଓ୍ବତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଭାବେ ଦାୟିତ୍ବରେ ଥିବାବେଳେ ଉକ୍ତ ଗସ୍ତରେ CDSଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିଲେ ।

ତେବେ 9 ତାରିଖରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପାର୍ଥିବ ଶରୀର ପ୍ରଥମେ ଦିଲ୍ଲୀ ପାଲମ ବିମାନ ବନ୍ଦରରେ ପହଞ୍ଚିଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ 3 ସେନାମୁଖ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସମସ୍ତ ଯବାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଗୃହରାଜ୍ୟକୁ ପଠାଯାଇଛି । ସେହିପରି ପଞ୍ଜାବର ବୀର ପୁଅ ଗୁରୁସେବକ ସିଂଙ୍କ ପାର୍ଥିବ ଶରୀର ଅମ୍ରିତସର ଏୟାର ପୋର୍ସରୁ ତାଙ୍କ ଜନ୍ମମାଟିକୁ ନିଆ ଯାଇଛି । ସେପଟେ ଶହୀଦ ଜିତେନ୍ଦ୍ର କୁମାର ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯାଇଛି ।

ପ୍ରକାଶ ଥାଉ କି, ଗତ ଡିିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ବାୟୁସେନା ବିମାନ MI17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ଜଣ ଥିଲେ । ଦୁର୍ଘଟଣାରେ ରାୱତ ଦମ୍ପତ୍ତିଙ୍କ ସହ ୧୩ଜଣଙ୍କର ନିଧନ ହୋଇଥିଲା । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.