ETV Bharat / bharat

ଫିଲିପାଇନ୍ସରେ ଭୟଙ୍କର ଟାଇଫୁନ: ୧୦୦ରୁ ଊର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି - ଫିଲିପାଇନ୍ସ ଟାଇଫୁନ ତାଣ୍ଡବ

ଫିଲିପାଇନ୍ସରେ ଭୟଙ୍କର ଟାଇଫୁନର ତାଣ୍ଡବ । ଶତାଧିକ ମୃତ । ୩ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଫିଲିପାଇନ୍ସରେ ଭୟଙ୍କର ଟାଇଫନ, ୧୦୦ରୁ ଉର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Dec 19, 2021, 8:32 PM IST

ମନିଲା: ଫିଲିପାଇନ୍ସରେ ସୁପର ଟାଇଫୁନ(ଘୁର୍ଣ୍ଣିଝଡ)ର ତାଣ୍ଡବ ଦେଖିବାକୁ ମିଳିଛି । ଏଥିରେ ପ୍ରାୟ ଶତାଧିକ ପ୍ରାଣ ହରାଇଥିବାବେଳେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି ।

ଫିଲିପାଇନ୍ସରେ ଭୟଙ୍କର ଟାଇଫନ, ୧୦୦ରୁ ଉର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଫିଲିପାଇନ୍ସରେ ଭୟଙ୍କର ଟାଇଫନ, ୧୦୦ରୁ ଉର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଟାଇଫୁନ ସମ୍ପର୍କରେ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୯୦ କିଲୋମିଟର ରହିଥିବା ରେକର୍ଡ କରାଯାଇଛି । ଫିଲିପାଇନ୍ସ ଏକ ଦ୍ବୀପପୂଞ୍ଜର ସମୂହ ହୋଇଥିବା ବେଳେ ଏହି ଟାଇଫୁନରେ ଏକାଧିକ ଦ୍ବୀପ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ଅଞ୍ଚଳରେ ଯୋଗାଯୋଗ ଏବଂ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘର ଭାଙ୍ଗିଛି, ବିଦ୍ୟୁତ୍ ପୋଲ ଭାଙ୍ଗିଯାଇଛି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଫିଲିପାଇନ୍ସର ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ବୋହୋଲର ଗଭର୍ଣ୍ଣର ଆର୍ଥର ୟାପ ଟାଇଫୁନ ସମ୍ପର୍କରେ ତାଙ୍କ ଫେସବୁକ ପେଜରେ ସୂଚନା ଦେଇଛନ୍ତି । ପ୍ରଭାବିତ ଦ୍ୱୀପପୁଞ୍ଜର ମେୟରମାନେ ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 72 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସର୍ବଶେଷ ସରକାରୀ ଆକଳନ ଅନୁଯାୟୀ ଫିଲିପାଇନ୍ସ ଦେଶର ବିଭିନ୍ନ ସ୍ଥାନରେ ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୮ ବୋଲି ଆକଳନ କରାଯାଇଛି ।

ସେହିପରି ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସେନା, ପୋଲିସ, କୋଷ୍ଟଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଖାଦ୍ୟ, ଜଳ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀ ପରିବହନ ଜାରି ରହିଥିବା ବେଳେ ପୁନଃଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଫିଲିପାଇନ୍ସ ସରକାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.