ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ରାୟସିନା ଡାୟଲଗ ୨୦୨୩ । ରାୟସିନା ଡାୟଲଗର ଅଷ୍ଟମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ପର୍ଯ୍ୟବେକ୍ଷକ ଅନୁସନ୍ଧାନ ଫାଉଣ୍ଡେସନ(ୟୁଆରଫ)ର ମିଳିତ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେବେ ଇଟାଲି ପ୍ରଧାନମନ୍ତ୍ରୀ: ଆଜି ପ୍ରଧାନମନ୍ତ୍ରୀ ରାୟସିନା ଡାୟଲଗ ୨୦୨୩କୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି । ସେ ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ସୂଚନା ରହିଛି । ରାୟସିନା ଡାୟଲଗ ୨୦୨୩ରେ ୧୦୦ରୁ ଅଧିକ ଦେଶର ମନ୍ତ୍ରୀ, ପୂର୍ବତନ ସରକାରୀ ଅଧିକାରୀ, ସାମରିକ ସେନା ମୁଖ୍ୟ, ଶିଳ୍ପପତି, ଟେକ୍ନୋଲୋଜି ମୁଖ୍ୟ, ଗଣମାଧ୍ୟମ ପ୍ରତିନିଧି ଏବଂ ରଣନୀତିକ ବ୍ୟାପାର ବିଶେଷଜ୍ଞ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଭାରତର ଜି ୨୦ ସମ୍ମିଳନୀର ପୃଷ୍ଠଭୂମୀରେ ଏହି ସଂସ୍କରଣ ଗୁରୁତ୍ବବହନ କରୁଛି ।
2500ରୁ ଅଧିକ ଅଂଶଗ୍ରହଣକାରୀ ବ୍ୟକ୍ତିଗତ ଭାବରେ ସଂଳାପରେ ଯୋଗଦେବେ ଏବଂ ପ୍ରକ୍ରିୟା ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବ । ଗତ ଆଠ ବର୍ଷ ମଧ୍ୟରେ, ରାୟସିନା ଡାୟଲଗ୍ ଆନ୍ତର୍ଜାତୀୟ ସ୍ତରରେ ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ସମ୍ମିଳନୀ ଭାବରେ ବିବେଚିତ ହୋଇଛି । ରାୟସିନା ଡାୟଲଗ ୨୦୨୩ର ଥିମ ରହିଛି ଉତ୍ସାହ, ଅନିଶ୍ଚିତତା ଏବଂ ଆନ୍ତରିକତା ।
ଏହା ମଧ୍ୟ ପଢନ୍ତୁ: DDUGKY-ORMAS ସହଯୋଗରେ ପ୍ରଶକ୍ଷଣ, ହାଇଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ
କଣ ଏହି ରାୟସିନା ଡାୟଲଗ: ବିଭିନ୍ନ ଦେଶର ମନ୍ତ୍ରୀ ଗୋଟିଏ ମଞ୍ଚରେ ଏକାଠି ହୋଇ ଦେଶର ପରିସ୍ଥିତି ଉପରେ ଆଲୋଚନା କରିଥାନ୍ତି । ଏହାକୁ ଲକ୍ଷ୍ୟ ରଖି ରାୟସିନା ଡାୟଲଗ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦ ଦେଶରୁ ଅଧିକ ପ୍ରତିନିଧି ଅଶଂଗ୍ରହଣ କରିଥାନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାର ୨୦୧୬ ମସିହାରୁ ଏହା ଆରମ୍ଭ କରାଯାଇଥିଲା । ସେହି ବର୍ଷ ଠାରୁ ଅଂଶଗ୍ରଣ କାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୂ-ଅର୍ଥନିତୀ ଏବଂ ରାଜନୀତି ଉପରେ ଭାରତର ଏହା ପ୍ରଥମ ସମ୍ମିଳନୀ । ପର୍ଯ୍ୟବେକ୍ଷକ ଅନୁସନ୍ଧାନ ଫାଉଣ୍ଡେସନ(ୟୁଆରଫ)ର ମିଳିତ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।