ETV Bharat / bharat

ମୋଦିଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ 'ଲତା ଦୀନାନାଥ ମଙ୍ଗେସକର ପୁରସ୍କାର' ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଏପ୍ରିଲ 24 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମାଷ୍ଟର ଦୀନାନାଥ ମଙ୍ଗେସକରଙ୍କ 80ତମ ତିରୋଧାନ ଦିବସ ଉତ୍ସବରେ ମୋଦିଙ୍କୁ ସମ୍ମାନ ଦିଆଯିବ । ଅଧିକ ପଢ଼ନ୍ତୁ

modi receive first lata deenanath mangeshkar award
ମୋଦିଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ପୁରସ୍କାର
author img

By

Published : Apr 13, 2022, 7:20 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ 'ଲତା ଦୀନାନାଥ ମଙ୍ଗେସକର ପୁରସ୍କାର' ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଏପ୍ରିଲ 24 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମାଷ୍ଟର ଦୀନାନାଥ ମଙ୍ଗେସକରଙ୍କ 80ତମ ତିରୋଧାନ ଦିବସ ଉତ୍ସବରେ ମୋଦିଙ୍କୁ ସମ୍ମାନ ଦିଆଯିବ । ତାଙ୍କର ନିଃସ୍ବାର୍ଥପର ଦେଶସେବା ଓ ସମାଜସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

92 ବର୍ଷ ବୟସରେ ପରଲୋକ ହୋଇଥିବା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ଲତା ଦୀନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ପ୍ରତିବର୍ଷ କେବଳ ଜଣଙ୍କୁ ଦିଆଯିବ । ଯିଏ ଦେଶ ତଥା ସମାଜର ପଥପ୍ରଦର୍ଶକ ହୋଇଥିବେ ଏବଂ ସମାଜ କଲ୍ୟାଣରେ ତାଙ୍କର ଅତୁଳନୀୟ ଅବଦାନ ଥିବ ।

ଅନ୍ୟପଟେ ମୋଦିଙ୍କୁ ପୁରସ୍କାର ପ୍ରଦାନ ନେଇ ମାଷ୍ଟର ଦୀନାନାଥ ମଙ୍ଗେସକର ସ୍ମୃତି ସ୍ବେଚ୍ଛାସେବୀ ସଂଗଠନ ମତ ପୋଷଣ କରିଛି । ମୋଦି ଜଣେ ଏଭଳି ବ୍ୟକ୍ତି, ଯିଏ ଭାରତକୁ ବିଶ୍ବସ୍ତରୀୟ ନେତୃତ୍ବ ପଥରେ ନେଇଛନ୍ତି । ଦେଶରେ ପ୍ରତ୍ୟେକ ଦିଗରେ ହେଉଥିବା ବିକାଶ ତାଙ୍କ ଦ୍ବାରା ପରିଚାଳିତ ହୋଇଛି । ତେବେ ଆସନ୍ତା 24 ତାରିଖରେ ହେବାକୁ ଥିବା ମାଷ୍ଟର ଦୀନାନାଥ ମଙ୍ଗେସକରଙ୍କ 80ତମ ତିରୋଧାନ ଦିବସ ଉତ୍ସବ ମୁମ୍ବାଇ ସ୍ଥିତ ଶାନମୁଖାନନ୍ଦ ହଲରେ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.