ETV Bharat / bharat

Eid-ul-Fitr: ଇଦ୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ - ଇଦ ଉଲ ଫିତର

ପବିତ୍ର ଇଦ ଉଲ-ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Eid ul Fitr
Eid ul Fitr
author img

By

Published : Apr 22, 2023, 10:04 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ । ଯାହାକୁ ଇସଲାମ ଧର୍ମରେ ଇଦ୍ ଉଲ୍-ଫିତର ଭାବେ ପାଳନ କରାଯାଇଥାଏ । ଏହା ମୁସଲମାନଙ୍କର ସବୁଠୁ ବଡ ପର୍ବ ଅଟେ । ଇଦକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ସବୁ ମସଜିଦଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ମାସା ସାରା ମସଜିଦରେ ନମାଜ ପାଠ ହୋଇଥିଲା । ପ୍ରତିଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖିବା ସହ 5 ଇନ୍ଦ୍ରିୟରେ ସଂଯମ ରଖି ରୋଜା ପାଳିଥାନ୍ତି ମୁସଲିମ ସମ୍ପ୍ରଦାୟ । ଶେଷ ରାତିରେ ଜହ୍ନ ଦେଖିବା ପରେ ପରଦିନ ଧୁମଧାମରେ ଇଦ ପାଳନ କରନ୍ତି । ଆଉ ପରସ୍ପରକୁ ଜଣାନ୍ତି ଇଦ ମୁବାରକ । ଏହି ଅବସରରେ ଦେଶବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''ଇଦ-ଉଲ୍-ଫିତରରେ ସମସ୍ତଙ୍କୁ ଅଭିନନ୍ଦନ । ଆମ ସମାଜରେ ସୌହାର୍ଦ୍ଦ୍ୟ ଏବଂ କରୁଣାର ଭାବନାକୁ ଆଗକୁ ବଢାଯାଉ । ମୁଁ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି । ଇଦ ମୁବାରକ !''

  • Greetings on Eid-ul-Fitr. May the spirit of harmony and compassion be furthered in our society. I also pray for everyone’s wonderful health and well-being. Eid Mubarak!

    — Narendra Modi (@narendramodi) April 22, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଇଦ-ଉଲ୍-ଫିତର ଅବସରରେ ସମସ୍ତ ଦେଶବାସୀ ବିଶେଷ କରି ମୁସଲିମ ଭାଇଭଉଣୀକୁ ମୋର ଶୁଭେଚ୍ଛା ଜଣାଉଛି । କରୁଣାର ଏହି ଇଦ ପର୍ବ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ବାର୍ତ୍ତା ଦେଇଥାଏ । ସମସ୍ତେ ସମାଜରେ ଭାଇଚାରା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ବୃଦ୍ଧି ପଥରେ ଆଗକୁ ବଢିବା ପାଇଁ ପ୍ରତିଶୃତି ନେବାକୁ ମହାମହିମ ଆହ୍ବାନ କରିଛନ୍ତି ।

  • ईद-उल-फ़ित्र पर सभी देशवासियों विशेष रूप से मुस्लिम भाइयों-बहनों को मैं बधाई देती हूं। प्रेम और करुणा का पर्व ईद हमें दूसरों की मदद करने का संदेश देता है। आइए, जश्न के इस मुबारक मौके पर हम सभी समाज में भाईचारा और आपसी सौहार्द को बढ़ाने की राह पर आगे बढ़ने का संकल्प लें।

    — President of India (@rashtrapatibhvn) April 22, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Chardham Yatra 2023: ଆଜିଠୁ ଚାରିଧାମ ଯାତ୍ରା, ପ୍ରଥମେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦ୍ବାର

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଇଦ ଉଲ-ଫିତରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା । ଆଲ୍ଲା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧତା ଏବଂ ଶାନ୍ତି ଆଣନ୍ତୁ । ସମସ୍ତଙ୍କୁ ଦୟା ଏବଂ ପ୍ରେମ ପଥରେ ଆଗେଇ ନିଅନ୍ତୁ ।"

ଇଦ୍ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା । ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ । ଏଇଦିନ ସାରା ବିଶ୍ୱର ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି । ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷା ଦେଇଥାନ୍ତି । ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.