ETV Bharat / bharat

Manipur Violence: ମଣିପୁରରେ ବିଜେପି ଅଫିସ୍ ଜାଳିଦେଲେ ଆନ୍ଦୋଳନକାରୀ

author img

By ETV Bharat Odisha Team

Published : Sep 28, 2023, 9:22 AM IST

ମଣିପୁରରେ ପୁଣି ହିଂସା ଓ ଆନ୍ଦୋଳନ ତେଜିବାରେ ଲାଗିଛି । ଥୌବାଲ ଜିଲ୍ଲାରେ ଥିବା ବିଜେପି ପାର୍ଟି ଅଫିସ୍ ଜାଳିଦେଲେ ଆନ୍ଦୋଳନକାରୀ । ଅଧିକ ପଢ଼ନ୍ତୁ

Manipur Violence
Manipur Violence

ଇମ୍ଫାଲ: ଦୁଇ ଛାତ୍ରଙ୍କ ହତ୍ୟାକୁ ନେଇ ପାହାଡିଆ ରାଜ୍ୟ ମଣିପୁରରେ ହିଂସା ପୁଣି ବିସ୍ଫୋରକ ରୂପ ନେଇଛି । ଶତାଧିକ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରୁଛନ୍ତି । ବୁଧବାର ଆନ୍ଦୋଳନକାରୀ ଛାତ୍ରମାନେ ଥୌବାଲ ଜିଲ୍ଲାରେ ଥିବା ବିଜେପି ମଣ୍ଡଳ ଅଫିସ୍ ଜାଳି ଦେଇଛନ୍ତି । ସେମାନେ ଅଫିସରେ ନିଆଁ ଲଗାଇବା ସହିତ ବାହାରେ ପାର୍କିଂ ହୋଇଥିବା ଅନେକ ଗାଡ଼ିମୋଟର ଭଙ୍ଗାରୁଜା କରିଛନ୍ତି । ଆଉ କିଛି ଆନ୍ଦୋଳନକାରୀ ଟାୟାର ଜାଳି ଏବଂ କାଠ ଓ ଅବ୍ୟବହୃତ ବିଦ୍ୟୁତ ଖୁଣ୍ଟ ପକାଇ ଇଣ୍ଡୋ-ମିଆଁମାର ରାସ୍ତା ଅବରୋଧ କରିଛନ୍ତି ।

ଆନ୍ଦୋଳନକାରୀ ଛାତ୍ରଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ନକଲି ବୋମା, ଫାଙ୍କା ଗୁଳି ଚାଳନା କରିଛନ୍ତି । ଯାହାକି ସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି । ତେବେ ପ୍ରଥମ ଥର ମଣିପୁରରେ ବିଜେପି ପାର୍ଟି ଅଫିସ ଜାଳି ଦିଆଯାଇନି, ଏହାପୂର୍ବରୁ ଗତ ଜୁନ୍‌ରେ ହିଂସାକାଣ୍ଡ ସମୟରେ ଦଙ୍ଗାକାରୀମାନେ ବିଜେପିର 3ଟି ପାର୍ଟି ଅଫିସରେ ନିଆଁ ଲଗାଇ ଦେଇଥିଲେ । ଏମିତିକି ମଣିପୁରର ଶିଳ୍ପମନ୍ତ୍ରୀ ତଥା ବିଜେପି ନେତ୍ରୀ ନେମଚା କିଙ୍ଗ୍‌ପେନ୍‌ଙ୍କ ଲାମ୍ଫେଲସ୍ଥିତ ବାସଭବନ ଜାଳି ଦେଇଥିଲେ । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଫ୍‌ସା(ସେନାର ସ୍ବତନ୍ତ୍ର କ୍ଷମତା ଆଇନ) ଅବଧି ୬ ମାସ ବଢାଇଛନ୍ତି । ଅକ୍ଟୋବର ୧ ତାରିଖରୁ ୧୯ଟି ଥାନା ଅଞ୍ଚଳକୁ ଛାଡ଼ି ଦେଲେ ବାକି ସମଗ୍ର ରାଜ୍ୟରେ ଆଫ୍‌ସା ଲାଗୁ ରହିବ ।

ଏହାମଧ୍ୟ ପଢନ୍ତୁ: ୨ ଛାତ୍ରଙ୍କ ହତ୍ୟା ପରେ ମଣିପୁରରେ ତେଜିଲା ହିଂସା; ପୁଣି ଇଣ୍ଟରନେଟ ସେବା ବନ୍ଦ

ରାଜ୍ୟରେ ୨ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣା ନେଇ ସାନି ହିଂସାକାଣ୍ଡ ଘଟିବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଜୁଲାଇ ୬ ତାରିଖରୁ ଜଣେ ନାବାଳିକା ଓ ନାବଳକ ଛାତ୍ର ନିଖୋଜ ଥିଲେ । ଗତ ସୋମବାର ଦିନ ଦୁହିଁଙ୍କୁ ହତ୍ୟା କରି ଫିଙ୍ଗାଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମୃତକ ଦୁହେଁ ମୈତି ସମ୍ପ୍ରଦାୟର ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ପୁଣି ହିଂସା ଓ ଆନ୍ଦୋଳନ ତେଜିଛି ।

ମଙ୍ଗଳବାର ଶହ ଶହ ଛାତ୍ରଛାତ୍ରୀ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ବାସଭବନ ଘେରିବାକୁ ଉଦ୍ୟମ କରିଥିଲେ । ହେଲେ ରାଜ୍ୟ ପୋଲିସ, ରାପିଡ୍ ଆକ୍ସନ୍‌ ଫୋର୍ସ୍‌ ସହିତ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ, ଧୂଆଁ ବୋମା ପ୍ରୟୋଗ କରି ଆନ୍ଦୋଳନକାରୀ ଛାତ୍ରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଛାତ୍ରଛାତ୍ରୀ ଏବଂ ରାପିଡ୍ ଆକ୍ସନ ଫୋର୍ସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସଂଘର୍ଷରେ ୪୫ ଜଣ ଛାତ୍ର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.