ETV Bharat / bharat

ସଠିକ ରହୁନି କୋରୋନା ମୃତ୍ୟୁସଂଖ୍ୟା, ସରକାରୀ ତଥ୍ୟ ନେଇ ସୃଷ୍ଟି ହେଉଛି ପ୍ରଶ୍ନ – ଇଟିଭି ଭାରତର ଦ୍ବିତୀୟ ରିପୋର୍ଟ

author img

By

Published : Apr 18, 2021, 12:35 PM IST

ଦେଶରେ କୋରୋନାର ଦ୍ବିତୀୟ ଲହରୀ କେତେ ବିପଜ୍ଜନକ, ତାହା ଗତ ତିନି ଦିନ ଧରି ସଂକ୍ରମିତ ନୂଆ ମାମଲା ସଂଖ୍ୟାରୁ ଅନୁମାନ କରିହେଉଛି । କୋଭିଡ-19ରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟା ନେଇ ସରକାର ଯେଉଁ ତଥ୍ୟ ରଖୁଛନ୍ତି ଏବଂ ଶ୍ମଶାନ ଘାଟରେ ଦାହ କିମ୍ବା କବର ଦିଆଯାଉଥିବା ମୃତଦେହ ସଂଖ୍ୟାରେ ତାଳମେଳ ରହୁନାହିଁ । ଏନେଇ ସାଧାରଣରେ ସୃଷ୍ଟି ହେଉଛି ପ୍ରଶ୍ନ । ଅଧିକ ପଢନ୍ତୁ...

ସଠିକ ରହୁନି କୋରୋନା ମୃତ୍ୟୁସଂଖ୍ୟା, ସରକାରୀ ତଥ୍ୟ ନେଇ ସୃଷ୍ଟି ହେଉଛି ପ୍ରଶ୍ନ

ହାଇଦ୍ରାବାଦ: ଦେଶରେ କୋରୋନାର ଦ୍ବିତୀୟ ଲହରୀ କେତେ ବିପଜ୍ଜନକ, ତାହା ଗତ ତିନି ଦିନ ଧରି କୋଭିଡ-19ରେ ସଂକ୍ରମିତ ନୂଆ ମାମଲା ସଂଖ୍ୟାରୁ ଅନୁମାନ କରିହେଉଛି । ବିଗତ ତିନି ଦିନ ହେଲା ପ୍ରତିଦିନ ସଂକ୍ରମିତ ନୂଆ ମାମଲା ଦୁଇଲକ୍ଷରୁ ଅଧିକ ରହୁଛି । ଏହା ସ୍ଥିତିର ଗମ୍ଭୀରତା ସୂଚାଇ ଦେଉଛି । ଅନୁରୂପ ଭାବେ କୋଭିଡ-19 ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଦୈନିକ ତଥ୍ୟ ଅନୁଯାୟୀ ବିଗତ ତିନି ଦିନରେ ଦୈନିକ ହଜାରେରୁ ଅଧିକ କୋରୋନା ପୀଡିତ ଜୀବନ ହରାଉଛନ୍ତି । ଅବଶ୍ୟ ଏସବୁ ତଥ୍ୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କୋଭିଡ-19 ମୃତ୍ୟୁ ସମ୍ପର୍କରେ ବିଭିନ୍ନ ରାଜ୍ୟରୁ ଆସୁଥିବା ରିପୋର୍ଟ ନେଇ ମଧ୍ୟ ପ୍ରଶ୍ନବାଚୀ ରହୁଛି । କୋଭିଡ-19ରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟା ନେଇ ସରକାର ଯେଉଁ ତଥ୍ୟ ରଖୁଛନ୍ତି ଏବଂ ଶ୍ମଶାନ ଘାଟରେ ଦାହ କିମ୍ବା କବର ଦିଆଯାଉଥିବା ମୃତଦେହ ସଂଖ୍ୟାରେ ତାଳମେଳ ରହୁନାହିଁ । ଫଳରେ ଜଣେ ସରକାରଙ୍କ କୋରୋନା ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ କରିବା ନିଶ୍ଚିତ ଭାବେ ସ୍ବାଭାବିକ ।

କୋରୋନା ଜନିତ ସରକାରୀ ମୃତ୍ୟୁସଂଖ୍ୟାକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଥିବା ବେଳେ ଇଟିଭି ଭାରତ ଗ୍ରାଉଣ୍ଡ ରିପୋର୍ଟକୁ ଆଧାର କରି ତିନିଟି ପ୍ରଶ୍ନ ଉଠାଇଛି । ଏହି ସିରିଜର ଦ୍ବିତୀୟ ରିପୋର୍ଟରେ ଇଟିଭି ଭାରତ ଗୁଜରାଟ ଓ ମହାରାଷ୍ଟ୍ରର ବିଭିନ୍ନ ସହରରୁ ତଥ୍ୟ ସଂଗ୍ରହ କରି ପ୍ରକୃତ ସ୍ଥିତି ପରଖିଛି । ଏହି ରିପୋର୍ଟ ଜରିଆରେ ଆପଣମାନେ ଭଲଭାବେ ବୁଝିଯିବେ ଯେ, କୋଭିଡ-19 ମୃତ୍ୟୁ ନେଇ କାହିଁକି ଏପରି ପ୍ରଶ୍ନ ମନରେ ଆସୁଛି । ଇଟିଭି ଭାରତ ପ୍ରଥମ ରିପୋର୍ଟରେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ଦିଲ୍ଲୀର ପ୍ରକୃତ ସ୍ଥିତି ନେଇ ଆଲୋଚନା କରିଥିଲା । ଏସବୁ ରାଜ୍ୟରେ ଅନେକ ଶ୍ମଶାନ ଘାଟରୁ ମିଳିଥିବା ତଥ୍ୟ ସହ ସରକାରୀ ମୃତ୍ୟୁସଂଖ୍ୟା ମଧ୍ୟରେ ଅନେକ ଅନ୍ତର ରହୁଥିଲା। ଏହି ରିପୋର୍ଟ ଜରିଆରେ ବୁଝିବାକୁ ଚେଷ୍ଟା କରନ୍ତୁ, ମହାରାଷ୍ଟ୍ରର ଅହମ୍ମଦନଗର ଏବଂ ଗୁଜରାଟର ଭାବନଗରରେ କୋଭିଡ-19ରେ ମୃତ୍ୟୁସଂଖ୍ୟା ନେଇ କାହିଁକି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ମହାରାଷ୍ଟ୍ର

କୋରୋନାର ଦ୍ବିତୀୟ ଲହରୀ ଦେଶରେ ହଇଚଇ ସୃଷ୍ଟି କରି ଦେଇଛି, କିନ୍ତୁ ଏହାର ପ୍ରଭାବ ମହାରାଷ୍ଟ୍ରକୁ ଅତ୍ୟନ୍ତ ଦୁର୍ବଳ କରି ଦେଇଛି । କୋରୋନାଭାଇରସର ପ୍ରଥମ ଲହରୀ ଭଳି ଦ୍ବିତୀୟ ଲହରୀ ମହାରାଷ୍ଟ୍ରକୁ ଅଧିକ ପ୍ରଭାବିତ କରିଛି । ହାରାହାରୀ ମହାରାଷ୍ଟ୍ରରେ ଦୈନିକ 60 ହଜାରରୁ ଅଧିକ ମାମଲା ଚିହ୍ନଟ ହେଉଛି । ଗତ 24 ଘଣ୍ଟା ମଧ୍ୟରେ 63 ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ 398 ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ମୁତାବକ ନୂଆ କୋରୋନା ମାମଲା ଏବଂ ମୃତ୍ୟୁସଂଖ୍ୟା ତାଲିକାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି ।

କୋରୋନା ନୂଆ ମାମଲା ଓ ମୃତ୍ୟୁସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ହୋଇପାରେ, କିନ୍ତୁ ରାଜ୍ୟରେ ସରକାରୀ ମୃତ୍ୟୁସଂଖ୍ୟା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମହାରାଷ୍ଟ୍ରର ଅହମ୍ମଦନଗରର ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଆମେ କହୁଛୁ କାହିଁକି ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠୁଛି ?

ଏପ୍ରିଲ 9ରେ ଅହମ୍ମଦନଗର ଅମରଧାମ ଶ୍ମଶାନରେ 49 ଜଣ ଲୋକଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା, କିନ୍ତୁ ଏପ୍ରିଲ 9ରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଅହମ୍ମଦନଗର ଜିଲ୍ଲାରେ କୋରୋନାରେ ମାତ୍ର ତିନି ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏପ୍ରିଲ 9ରେ ମହାରାଷ୍ଟ୍ରରେ କୋଭିଡ-19ରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ସରକାରୀ ହିସାବରେ 301 ଥିଲା। ଇଟିଭି ଭାରତ ଗ୍ରାଉଣ୍ଡ ରିପୋର୍ଟ କେବଳ ଗୋଟିଏ ସ୍ଥାନ ଅହମ୍ମଦନଗର ଶ୍ମଶାନର ତଥ୍ୟ ଦେଖାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ପ୍ରତି 24 ଘଣ୍ଟାରେ 60 ହଜାରରୁ ଅଧିକ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଗୁଜରାଟ

ଏପରିକି ଗୁଜରାଟରେ ମଧ୍ୟ କୋରୋନାଭାଇରସ ସଂକ୍ରମଣ ଗତ ଦୁଇ ସପ୍ତାହ ହେଲେ ଲଗାତର ବଢିଚାଲିଛି । ପ୍ରତିଦିନ କୋରୋନାଭାଇରସ ମାମଲା ସଂଖ୍ୟାରେ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି । ଗତ 24 ଘଣ୍ଟା ମଧ୍ୟରେ 8920ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 94 ଜଣଙ୍କର ମୃତ୍ୟୁ ଘଟିଛି । ଏଠାରେ ମଧ୍ୟ ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ ଗୁଜରାଟର ଭାବନଗରରରୁ ଗ୍ରାଉଣ୍ଡ ରିପୋର୍ଟ ଏଠାରେ ଉପସ୍ଥାପନା କରୁଛି ଯାହାକି ସରକାରୀ ମୃତ୍ୟୁସଂଖ୍ୟା ନେଇ ପ୍ରଶ୍ନ ଉଠାଇବା ସ୍ବାଭାବିକ । ଏପ୍ରିଲ 15ରେ ଭାବନଗରର କୁମ୍ଭୱାର୍ଦ୍ଦା ଶ୍ମଶାନରେ 20ଟି ମୃତଦେହର ସଂସ୍କାର କରାଯାଇଥିଲା । ଭାବନଗରର ଅନ୍ୟ ତିନିଟି ଶ୍ମଶାନରେ ମଧ୍ୟ ପ୍ରତିଦିନ ମୃତଦେହ ସଂସ୍କାର କରାଯାଉଛି । ଅନ୍ୟପକ୍ଷରେ ସରକାରୀ ତଥ୍ୟ ଅନୁଯାୟୀ ଏପ୍ରିଲ 15ରେ ଭାବନଗରରେ କୋରୋନାରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ ।

କୁମ୍ଭରୱାରା କବରସ୍ତାନର ଟ୍ରଷ୍ଟି ଅରବିନ୍ଦ ପରମାର କହିଛନ୍ତି ଯେ, ଦୈନିକ 15ରୁ 20 ଜଣଙ୍କୁ କୁମ୍ଭରୱାରା କବରସ୍ତାନରେ ସମାଧି ଦିଆଯାଏ । ଏମାନଙ୍କ ମଧ୍ୟରେ କୋରୋନାରେ ମୃତ୍ୟୁ ବ୍ୟକ୍ତି ମଧ୍ୟ ଅଛନ୍ତି । ଭାବନଗରରେ ଆଉ ତିନିଟି ଶ୍ମଶାନ ମଧ୍ୟ ରହିଛି ଯେଉଁଠି କୋରୋନାରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥାଏ, କିନ୍ତୁ ଭାବନଗରରରେ ଜଣେ କିମ୍ବା ଦୁଇ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

ପ୍ରଶ୍ନ ଉଠିବା ସ୍ବାଭାବିକ

କୁମ୍ଭରୱାରା କବରସ୍ତାନର ଟ୍ରଷ୍ଟି ଅରବିନ୍ଦ ପରମାରଙ୍କ ଭଳି ଆହୁରି ଅନେକ ଲୋକ କୋରୋନାଭାଇରସରେ ମୃତ୍ୟୁସଂଖ୍ୟା ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ଇଟିଭି ଭାରତର ଏହି ରିପୋର୍ଟ ପଢିବା ପରେ ଆପଣ ବି ନିଶ୍ଚିତ ଭାବେ ଏ ନେଇ ଚିନ୍ତା କରିବେ । ଏବେ ବି ଯଦି ଆପଣ ଉପରୋକ୍ତ ତଥ୍ୟ ଜରିଆରେ ଏ କଥା ବୁଝି ପାରିନାହାଁନ୍ତି, ତେବେ ଆମେ ଆପଣଙ୍କୁ ବୁଝାଇ ଦେଉଛୁ ।

ମହାରାଷ୍ଟ୍ରର ଅହମ୍ମଦନଗର କିମ୍ବା ଗୁଜରାଟର ଭାବନଗର ସମ୍ପର୍କରେ ଆଲୋଚନା କରାଯାଇଛି । ଇଟିଭି ଭାରତ ଏହି ଦୁଇ ସହରରୁ କେବଳ ଗୋଟିଏ ଲେଖାଏଁ ଶ୍ମଶାନରୁ ତଥ୍ୟ ସଂଗ୍ରହ କରିଛି । ଗୁଜରାଟର ଭାବନଗରରେ ଚାରିଟି ଶ୍ମଶାନ ଥିବା ବେଳେ ଏପ୍ରିଲ 15ରେ ଗୋଟିଏ ଶ୍ମଶାନରେ 20ଟି ଶବ ସତ୍କାର କରାଯାଇଥିଲା । ହେଲେ ଏପ୍ରିଲ 15 ତାରିଖର ସରକାରୀ ରିପୋର୍ଟ ଅନୁଯାୟୀ ଭାବନଗରରେ କୋଭିଡ-19ରେ ଜଣଙ୍କର ବି ମୃତ୍ୟୁ ଘଟିନଥିଲା ।

ଅନୁରୂପ ଭାବେ ମହାରାଷ୍ଟ୍ର ଅହମ୍ମଦନଗରର ଗୋଟିଏ ଶ୍ମଶାନରେ 49ଟି ଶବ ସତ୍କାର ହୋଇଥିଲା କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ସେହି ଦିନ କେବଳ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ଉଲ୍ଲେଖନୀୟ ଯେ, ଅହମ୍ମଦନଗରର ଗୋଟିଏ ମାତ୍ର ଶ୍ମଶାନରେ 49ଟି ଶବ ସତ୍କାର କରାଯାଇଥିଲା । ଅହମ୍ମଦନଗର ଜିଲ୍ଲାରେ ଆହୁରି ଅନେକ ଶ୍ମଶାନ ନିଶ୍ଚିତ ଭାବେ ଥିବ ଏବଂ ପୂରା ମହାରାଷ୍ଟ୍ର ରାଜ୍ୟରେ ଅନେକ ଶ୍ମଶାନ ଓ କବରସ୍ତାନ ଥିବା ଏବଂ ସେଠାରେ ହୋଇଥିବା ଶବ ସତ୍କାର ସଂଖ୍ୟା ହିସାବକୁ ଆସିପାରିବ ।

ଏହା ବି ଗ୍ରହଣ କରିବାକୁ ହେବ ଯେ, ଅନ୍ୟାନ୍ୟ ରୋଗ, ଦୁର୍ଘଟଣା କିମ୍ବା ପ୍ରାକୃତିକ କାରଣରୁ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ହେଲେ ଅହମ୍ମଦନଗର, ଭାବନଗର କିମ୍ବା ମହାରାଷ୍ଟ୍ର ଓ ଗୁଜରାଟର ଅନ୍ୟ କୌଣସି ସହର ହେଉ ଯେଉଁଠି ସତ୍କାର ହେଉଥିବା ସମସ୍ତ ମୃତକଙ୍କର କୋରୋନାରୁ ହିଁ ମୃତ୍ୟୁ ଘଟିଛି ବୋଲି କହିବା ସମ୍ପୂର୍ଣ୍ଣ ଭାବେ ଭୁଲ୍ ହେବ । କିନ୍ତୁ ପ୍ରତି 24 ଘଣ୍ଟାରେ ଯେଉଁଭଳି ଭାବେ କୋରୋନା ମୃତ୍ୟୁ ଏବଂ ସଂକ୍ରମଣ ବଢୁଥିବା ଖବର ବିଭିନ୍ନ ସହର ଓ ବିଭିନ୍ନ ରାଜ୍ୟରୁ ଆସୁଛି, ତାହାକୁ ନେଇ କୋରୋନା ମୃତ୍ୟୁ ସମ୍ପର୍କରେ ପ୍ରକାଶିତ ସରକାରୀ ତଥ୍ୟକୁ ନେଇ ବିରାଟ ପ୍ରଶ୍ନବାଚୀ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.