ETV Bharat / bharat

Rajasthan Gang Rape: ନବମ ଶ୍ରେଣୀ ଛାତ୍ରଙ୍କୁ ଗଣଦୁଷ୍କର୍ମ କଲେ ନିଜ ସ୍କୁଲ ଛାତ୍ର

author img

By

Published : Jan 27, 2022, 6:46 AM IST

ରାଜସ୍ଥାନରେ ଲଜ୍ଜା । ପ୍ରଥମ ଅପହରଣ ଓ ପରେ ନାବାଳିକା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ତାଙ୍କ ସହ ସ୍କୁଲରେ ପଢୁଥିବା ଛାତ୍ର । ଅଧିକ ପଢନ୍ତୁ

Rajasthan Gang-Rape: ନବମ ଶ୍ରେଣୀ ଛାତ୍ରଙ୍କୁ ଗଣଦୁଷ୍କର୍ମ କଲେ ନିଜ ସ୍କୁଲ ଛାତ୍ର

ଜୟପୁର: ରାଜସ୍ଥାନରେ ପାଶବିକତା । ପ୍ରଥମେ ଅପହରଣ ଓ ପରେ ନାବାଳିକା ସହ ଗଣଦୁଷ୍କର୍ମ କଲେ ଛାତ୍ର । ନିଜ ସହ ସ୍କୁଲରେ ପଢୁଥିବା ଛାତ୍ରଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ନବମ ଶ୍ରେଣୀ ଛାତ୍ରୀ । ରାଜସ୍ଥାନ ଡୁଙ୍ଗରପୁର ଅନ୍ତର୍ଗତ ବିଚିୱାରା ଥାନା ଅଞ୍ଚଳରେ ସୋମବାର ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ।

ଯାହା ସୂଚନା ରହିଛି, ପୀଡିତା ଜଣକ ନବମ ଶ୍ରେଣୀରେ ପଢନ୍ତି । ଗତ ସୋମବାର ଦିନ ଛାତ୍ରୀ ଜଣକ ସ୍କୁଲ ଯାଇଥିବା ସମୟରେ ସେହି ସ୍କୁଲରେ ପଢୁଥିବା ଦୁଇ ଛାତ୍ର ପ୍ରଥମେ ତାଙ୍କୁ ଅପହରଣ କରିଥିଲେ ଏବଂ ଏକ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିବା ପରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡିତାଙ୍କ ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ଏନେଇ ଅଭିଯୋଗ ପରେ ବିଚିୱାରା ପୋଲିସ ଆଇପିସି ଏବଂ ପୋକ୍ସୋ ଆକ୍ଟ ଅଧିନରେ ଏକ ମାମଲା ରୁଜୁ କରିଛି । ପୀଡିତା ଜଣକ ଏବେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଡାକ୍ତରୀ ମାଇନା କରାଯିବା ସହ ମାମଲାରେ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜାଖୋଜି ଚାଲିଛି । ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ଠାବ ହୋଇସାରିଛି । ମାମଲାର ଛାନଭିନ୍ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.