ETV Bharat / bharat

ଡାଇମଣ୍ଡ ହାର୍‌ବର୍‌ରେ ସୈତାନ ବାପା, ୬ ବର୍ଷ ଧରି ୭ ବର୍ଷର ଝିଅକୁ ଦୁଷ୍କର୍ମ !

ଯୌନ ପିପାଷୁ ପାଲଟିଲା ସୈତାନ ବାପା । ୭ ବର୍ଷର ଝିଅକୁ ଲଗାତାର ୬ ବର୍ଷ ଧରି ଦୁଷ୍କର୍ମ । ମାଆର ଅଭିଯୋଗ ପରେ ଗିରଫ ହେଲା ସୈତାନ ବାପା ଓ ଦାଦା । ଅଧିକ ପଢ଼ନ୍ତୁ

author img

By

Published : Jul 19, 2022, 11:06 PM IST

ଡାଇମଣ୍ଡ ହାର୍‌ବର୍‌ରେ ସୈତାନ ବାପା, ୬ ବର୍ଷ ଧରି ୭ ବର୍ଷର ଝିଅକୁ ଦୁଷ୍କର୍ମ !
ଡାଇମଣ୍ଡ ହାର୍‌ବର୍‌ରେ ସୈତାନ ବାପା, ୬ ବର୍ଷ ଧରି ୭ ବର୍ଷର ଝିଅକୁ ଦୁଷ୍କର୍ମ !

କୋଲକାତା: ଯୌନ ପିପାଷୁ ପାଲଟିଲା ସୈତାନ ବାପା । ୭ ବର୍ଷର ଝିଅକୁ ଲଗାତାର ୬ ବର୍ଷ ଧରି ଦୁଷ୍କର୍ମ ଅଭିଯୋଗ । ମାଆର ଅଭିଯୋଗ ପରେ ଗିରଫ ହେଲା ସୈତାନ ବାପା ଓ ଦାଦା । ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍‌ବର୍‌ ଜିଲ୍ଲା ସାଉଥ ୨୪ ପାରାଗନ ଅଞ୍ଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି ।

କେବଳର ବାପା ନୁହେଁ ନାବାଳିକାର ଦାଦା ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରୁଥିଲେ । ନବାଳିକାକୁ ୬ ମାସ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଶୋଷଣ କରିଥିଲା ସୈତାନ ବାପା । ଏହି ସମସ୍ତ ଘଟଣା ନାବାଳିକାଙ୍କ ମାଆ ସାମ୍ନାରେ ହିଁ ଘଟୁଥିଲା । ଏନେଇ ଆପତ୍ତି କଲେ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ୁଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଘଟଣାକୁ ସମର୍ଥନ କରୁଥିଲେ ଅଭିଯୁକ୍ତଙ୍କ ମାଆ । ନାବାଳିକା ବର୍ତ୍ତମାନ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଛିି ।

ତେବେ ରବିବାର କୌଣସି ମତେ ପୋଲିସକୁ ଏ ସମ୍ପର୍କ ଜଣାଇବା ପରେ ସୋମବାର ତଦନ୍ତ କରି ସୈତାନ ବାପାକୁ ଗିରଫ କରିଛି ପୋଲିସ । ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଡାଇମଣ୍ଡ ହାର୍‌ବର୍‌ ପୋଲିସ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.