ମୁମ୍ବାଇ: ପୁଣି ଲଜ୍ଜା । ଜଣେ ନାବାଳିକାଙ୍କୁ ନିଜ ଭାଇ ଓ ବାପା ଦୁଷ୍କର୍ମ କରିବା ସହ ଜେଜେ ବାପା ଓ ଜଣେ ଦୂର ସମ୍ପର୍କୀୟ ଦାଦା ମଧ୍ୟ ଅସଦାଚାରଣ କରିଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମହାରାଷ୍ଟ୍ର ପୁଣେ ଜିଲ୍ଲାର ବୁନ୍ଦ ଗାର୍ଡେନ ଅଞ୍ଚଳରୁ (Bundgarden police station in Pune city) । ଏନେଇ ପୁଣେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରାଯାଇନାହିଁ ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ପୁଣେ ଜିଲ୍ଲାର ବୁନ୍ଦ ଗାର୍ଡେନ ଅଞ୍ଚଳରେ ବସବାସ କରନ୍ତି ପୀଡିତାଙ୍କ ପରିବାର । ୨୦୧୭ ମସିହାରୁ ପୀଡିତାଙ୍କ ସହ ତାଙ୍କ ବାପା ଦୁଷ୍କର୍ମ କରି ଆସୁଥିବା ବେଳେ ନିଜ ବଡ ଭାଇ ୨୦୨୦ ନଭେମ୍ବର ମାସରୁ ତାଙ୍କ ସହ ଦୁଷ୍କର୍ମ କରି ଆସୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ନିଜ ଜେଜେ ବାପା ଓ ଦୂର ସମ୍ପର୍କୀୟ ଜଣେ ଦାଦା ମଧ୍ୟ ଦୀର୍ଘଦିନ ଧରି ନାବାଳିକାଟିକୁ ଯୌନ ନିର୍ଯାତନା ଦେଇ ଆସୁଥିଲେ ।
ତେବେ ନାବାଳିକା ସ୍କୁଲରେ ଗୁଡ ଟଚ ଓ ବ୍ୟାଡ ଟଚ 'good touch and bad touch' ବିଷୟର ଶିକ୍ଷାଦାନ ସମୟରେ ଏ ଘଟଣାଟି ଲୋକଲୋଚନକୁ ଆସିଥିଲା । ତେବେ ପୀଡିତାଙ୍କ ପ୍ରକୃତ ଘର ବିହାରରେ ବୋଲି ଜଣାପଡିଛି । ଏନେଇ ପୋକ୍ସୋ ଆଇନ (POCSO) Act ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।