ପାଟନା: ପୁଣି ଲଜ୍ଜା । ନର ପିଶାଚଙ୍କ କବଳରୁ ବର୍ତ୍ତିଲା ନାହିଁ ନାବାଳିକା । ବିହାର ପଶ୍ଚିମ ଚମ୍ପାରଣରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ହୋଇଛି । ବସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପରଙ୍କ ନାମରେ ଅଭିଯୋଗ ହୋଇଛି । ପୋଲିସ ଘଟଣାରେ 2 ଜଣଙ୍କୁ ଗିରଫ କରିଛି । ବସ ଡ୍ରାଇଭର ଫେରାର ଅଛି ।
ନିଶା ଖୁଆଇ ଘଟାଇଛନ୍ତି କାଣ୍ଡ...
ଜୟ ମାଆ ବୈଷ୍ଣୋ ବସରେ ଏହି ଜଘନ୍ୟ କାଣ୍ଡ ଘଟିଛି । ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ ପାଟନା ନେଇ ଯିବାକୁ କହି ବସରେ ଚଢା ଯାଇଥିଲା । ଏହାପରେ ବସଷ୍ଟାଣ୍ଡରୁ ବସରୁ ହଟାଇ ବାଇପାସ ରୋଡକୁ ନିଆଯାଇଥିଲା । ନାବାଳିକାକୁ ପାନୀୟ ଜଳରେ ନିଶା ମିଶାଇ ବାଳିକା ଜଣଙ୍କୁ ପିଆଇ ଥିଲେ । ଝିଅଟି ଚେତା ହରାଇବା ପରେ କାଣ୍ଡ ଘଟାଇଥିଲେ 3 ପିଶାଚ । ଏହାପରେ ବସରେ ପୀଡିତାଙ୍କୁ ବନ୍ଦ କରି ଡ୍ରାଇଭର ଫେରାର ହୋଇଥିଲା ।
ନାବାଳିକା ଝିଅର ଚେତା ଆସିବା ପରେ ସେ ବସ କବାଟ ବାଡେଇଥିଲେ । ସ୍ଥାନୀୟ ଲୋକ ବସ କବାଟ ଖୋଲିଥିଲେ । ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ନାବାଳିକାଙ୍କୁ ମେଡିକାଲ ପରୀକ୍ଷା ପାଇଁ ପଠାଯାଇଛି । ମାମଲାରେ 2 ଜଣଙ୍କୁ ଗିରଫ କରାଯାଇଛି । ଘଟଣା ବେଥିୟା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଦିନ ଦୁଇ ପହରରେ ଯେଉଁଭଳି ଏ କାଣ୍ଡ ଘଟିଲା ଝିଅଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି । କେବେ ନିର୍ଭୟରେ ଝିଅଟି ରାସ୍ତାରେ ଚାଲିବ କେଉଁଠି ସେ ସୁରକ୍ଷିତ ତାହା ଏବେ ବଡ ପ୍ରଶ୍ନ ହୋଇଛି ।