ETV Bharat / bharat

ଭଉଣୀକୁ ଦୁଷ୍କର୍ମ କରି ପୋଡ଼ିବାକୁ ବଡ଼ ଭାଇର ଉଦ୍ୟମ, ଥାନାରେ ମାମଲା

author img

By

Published : Oct 9, 2022, 10:43 PM IST

ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ନିନ୍ଦନୀୟ ଘଟଣା । ସାନ ଭାଇକୁ ଦୁଷ୍କର୍ମ କରିବା ପରେ ପେଟ୍ରୋଲ ଢାଳି ବଡ଼ ଭାଇର ପୋଡ଼ିବାକୁ ଉଦ୍ୟମ । ଅଧିକ ପଢନ୍ତୁ

ଭଉଣୀକୁ ଦୁଷ୍କର୍ମ କରି ପୋଡ଼ିବାକୁ ବଡ଼ ଭାଇର ଉଦ୍ୟମ, ଥାନାରେ ମାମଲା
ଭଉଣୀକୁ ଦୁଷ୍କର୍ମ କରି ପୋଡ଼ିବାକୁ ବଡ଼ ଭାଇର ଉଦ୍ୟମ, ଥାନାରେ ମାମଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ଏକ ଜଘନ୍ୟ କାଣ୍ଡ ସାମନାକୁ ଆସିଛି । ବଡ଼ବାପାର ପୁଅ ସାନ ଭଉଣୀକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ପରେ ତାକୁ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ କରିଛି । ପୀଡ଼ିତା ନାବାଳିକାର ବୟାନ ରେକର୍ଡ କରାଯାଇ ଅଭିଯୁକ୍ତ ସମେତ ତାର ମାଆକୁ ଗିରଫ କରିଛି ପୋଲିସ । ରବିବାର ପୀଡ଼ିତା ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

କୁରାୱଲୀ ଥାନାରେ ଏହି ମାମଲା ରୁଜୁ ହୋଇଛି । ମହିଳାଙ୍କ କହିବାନୁସାରେ ତାଙ୍କ ବଡ଼ ଯାଆଙ୍କ ପୁଅ ନାବାଳିକାକୁ ଦୁଷ୍କର୍ମ କରିଥିଲା (Brother raped minor in Mainpuri) । ଏହାପରେ ନାବାଳିକା ଗର୍ଭବତୀ ଥିବା ଜାଣିବା ପରେ ଗତ ସେପ୍ଟେମ୍ବର ୬ ତାରିଖରେ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ନାବାଳିକା ଜଣକ ଏଥିରେ ଗମ୍ଭୀର ଭାବରେ ଆହତ ହୋଇଥିବା ଜଣାପଡ଼ିଛି । ଏହାପରେ ତାକୁ ତୁରନ୍ତ ମୈନପୁରୀ ଜିଲ୍ଲା ହସ୍ପିଟାଲରେ (District Hospital Mainpuri) ଭର୍ତ୍ତି କରାଯାଇଛି । ମାତ୍ର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବା ପରେ ପୀଡ଼ିତାକୁ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ- କଟକରେ ଲଜ୍ଜା, ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ଗିରଫ

ନାବାଳିକାକୁ ୩ ମାସ ପୂର୍ବରୁ ବଡ଼ ଭାଇ (ବଡ଼ବାପାଙ୍କ ପୁଅ) ଦୁଷ୍କର୍ମ କରିଥିଲା । ଏହାପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଏ ସମ୍ପର୍କରେ ଅଭିଯୁକ୍ତକୁ ଜଣାପଡ଼ିବା ପରେ ସେ ଓ ତା' ମାଆ ଉଭୟ ନାବାଳିକାକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସମ୍ପର୍କୀୟ ପୀଡିତାକୁ ନେଇ ଡାକ୍ତରଖାନା ଯାଇଥିଲେ । ପୀଡ଼ିତା ଓ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ୩୦୭, ୩୭୬ ଧାରା ଲଗାଯାଇଛି ।

ପୋଲିସ ଅଭିଯୁକ୍ତ ମହିଳାକୁ (ପୀଡ଼ିତାର ବଡ ମାଆ) ହେପାଜତକୁ ନେଇ ପଚରା ଉଚୁରା କରୁଛି । ଏହାପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.