ETV Bharat / bharat

ଶକ୍ତି ସଙ୍କଟ: କୋଇଲା ମହଜୁଦ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ସ୍ଥିତ ସମୀକ୍ଷା, ରାଜ୍ୟମାନଙ୍କୁ ଆବଣ୍ଟନ ପ୍ରତ୍ୟାହାର ପାଇଁ ଦେଲେ ଚେତାବନୀ

author img

By

Published : May 6, 2022, 5:53 PM IST

ଦେଶରେ ଘନଉଛି ବିଦ୍ୟୁତ୍‌ ସଙ୍କଟ । ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଅଭାବ ଓ ମହଜୁଦ୍‌ ନେଇ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଆର.କେ ସିଂ । ଅଧିକ ପଢନ୍ତୁ

ବିଦ୍ୟୁତ୍‌ ସଙ୍କଟ: କୋଇଲା ମହଜୁଦ୍‌ ନେଇ ସ୍ଥିତ ସମୀକ୍ଷା କଲେ କେନ୍ଦ୍ର ଶକ୍ତିମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ସହ ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀର ସ୍ଥିତି ସମୀକ୍ଷା କଲା କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ । କୋଇଲା ଆମଦାନୀ ପାଇଁ ଅର୍ଡର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଲେ କେନ୍ଦ୍ରଶକ୍ତି ମନ୍ତ୍ରୀ ଆର.କେ ସିଂ । ତେବେ କୋଇଲା କମ୍ପାନୀଗୁଡ଼ିକ ଠାରୁ ମିଳିଥିବା କୋଇଲାର ଅନୁପାତ ଅନୁଯାୟୀ ସବୁ ବିଦ୍ୟୁତ କମ୍ପାନୀଗୁଡ଼ିକୁ ଘରୋଇ କୋଇଲା ଯୋଗାଇ ଦିଆଯିବ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି ।

ସେହିପରି କୋଇଲା ଆମଦାନୀ ପାଇଁ ତାମିଲନାଡୁ ଓ ମହାରାଷ୍ଟ୍ର ପକ୍ଷରୁ ଅର୍ଡର ଦିଆଯାଇ ସାରିଛି । ଏଥିସହ ଟେଣ୍ଡର ଚୂଡ଼ାନ୍ତ କରିବାର ଅନ୍ତିମ ପର୍ଯ୍ୟାୟରେ ପଞ୍ଜାବ ଓ ଗୁଜୁରାଟ ରହିଛନ୍ତି । ରେଳ ସହ ସଡ଼କ ମାର୍ଗ (ଆରସିଆର)କୁ ଉପଯୋଗ କରାଯାଇ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ଲାଗି ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଶକ୍ତିମନ୍ତ୍ରୀ ଆର.କେ ସିଂ କହିଛନ୍ତି ।

ସେହିଭଳି କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତିମନ୍ତ୍ରୀ ଆର.କେ ସିଂ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଆମଦାନୀର ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଏହି ସ୍ଥିତି ସମୀକ୍ଷା କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଶକ୍ତି ସଚିବ ଆଲୋକ କୁମାରଙ୍କ ସମେତ ରାଜ୍ୟ ସରକାର ଏବଂ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗୁରୁବାର ଭର୍ଚ୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ବାଧା ଦୂର କରିବା ପାଇଁ କୋଇଲା ଆମଦାନୀ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ଲାଗି ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ ।

ମିଶ୍ରଣ ଉଦ୍ଦେଶ୍ୟରେ କୋଇଲା ଆମଦାନୀ କରିବା ଲାଗି ଅର୍ଡର । ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା, ଫଳରେ ୨୦୨୨ ମଇ ମାସ ଠାରୁ ହିଁ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ କୋଇଲା ପହଞ୍ଚି ପାରିବ । କୋଇଲା କମ୍ପାନୀମାନଙ୍କ ଠାରୁ ମିଳିଥିବା କୋଇଲାର ଅନୁପାତ ଆଧାରରେ ସବୁ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କୁ ଘରୋଇ କୋଇଲା ଯୋଗାଇ ଦିଆଯିବ । ରାଜ୍ୟ ପ୍ରତିନିଧିଙ୍କ ଠାରୁ ପରାମର୍ଶ ନେବା ପରେ କ୍ୟାପ୍ଟିଭ୍ କୋଇଲା ଖଣି ଗୁଡ଼ିକରୁ ଅଧିକ କୋଇଲା ଉତ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଫଳରେ ଲିକେଜ୍ କୋଇଲା ଉପରେ ପଡ଼ୁଥିବା ଚାପକୁ ହ୍ରାସ କରାଯାଇ ପାରିବ । ବିଦ୍ୟୁତ ପ୍ଲାଣ୍ଟରେ ଦେଖା ଦେଇଥିବା କୋଇଲା ଅଭାବ ଦୂର କରିବା ଲାଗି ରେଳ ସହ ସଡ଼କ ମାର୍ଗ (ଆରସିଆର)କୁ ଉପଯୋଗ କରାଯାଇ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ଲାଗି ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, "ଯେଉଁ ରାଜ୍ୟମାନେ ଆରସିଆର କୋଇଲା ଉଠାଇବେ ନାହିଁ ସେମାନଙ୍କ ଠାରୁ ଆବଣ୍ଟନ ପ୍ରତ୍ୟାହାର କରି ନିଆଯିବ ଏବଂ ଅନ୍ୟ ରାଜ୍ୟକୁ ସେହି କୋଇଲା ଯୋଗାଇ ଦିଆଯିବ । ସେମାନଙ୍କ ରାଜ୍ୟରେ କୌଣସି ପ୍ରକାର କୋଇଲା ଅଭାବ ଏବଂ ତଦ ଜନିତ ବିଦ୍ୟୁତ ସଙ୍କଟ ପାଇଁ ସମ୍ପୃକ୍ତ ରାଜ୍ୟ ସମ୍ପୂର୍ଣ ଭାବେ ଉତ୍ତରଦାୟୀ ରହିବେ ।"

ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ଲାଗି ଅନ୍ୟ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟ ଟେଣ୍ଡର ଜାରି କରିବା ପ୍ରକ୍ରିୟାରେ ରହିଛନ୍ତି । ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡ କୌଣସି ପ୍ରକାର ଟେଣ୍ଡର ଜାରି କରିନାହାନ୍ତି କିମ୍ବା କୋଇଲା ଆମଦାନୀ କରିବା ଲାଗି କୌଣସି ଜରୁରୀ ପଦକ୍ଷେପ ନେଇନାହାନ୍ତି । ସେମାନଙ୍କ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କୋଇଲା ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା ।

ବୈଠକରେ ଆରସିଆର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ଏବଂ ଏଥିରୁ ଜଣାପଡ଼ିଥିଲା ଯେ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଆବଶ୍ଯକତା କୋଇଲା ଉଠାଇବା ପାଇଁ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହି କୋଇଲା ଯଥାଶୀଘ୍ର ଉଠାଇବାକୁ ଏସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିରେ ବିଫଳ ହେଲେ ଆରସିଆର କୋଇଲା ଆବଣ୍ଟିତ କରୁଥିବା ଅନ୍ୟ ବିଦ୍ୟୁତ କମ୍ପାନୀମାନଙ୍କୁ ଏସବୁ କୋଇଲା ଆବଣ୍ଟନ କରାଯିବ ।

@PIB

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.