ETV Bharat / bharat

ଓଡିଶା ସମେତ 4 ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ମାଓହିଂସା ନେଇ ସଜାଗ ରୁହ

ଚାରି ପୂର୍ବାଞ୍ଚଳ ରାଜ୍ୟକୁ ସଜାଗ ରହିବା ଲାଗି କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ । ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ପୋଲିସକୁ ସଜାଗ ରହିବା ଲାଗି ମନ୍ତ୍ରଣାଣାଳୟର ନିର୍ଦ୍ଦେଶ । ଏହି ୪ ରାଜ୍ୟରେ ଆଗମୀ ୧୫ ଦିନ ପାଇଁ ମାଓବାଦୀ ହିଂସା ଘଟାଇ ପାରନ୍ତି ବୋଲି କେନ୍ଦ୍ର ପକ୍ଷରୁ ସଜାଗ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Apr 28, 2022, 4:31 PM IST

4 ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ମାଓହିଂସା ନେଇ ସଜାଗ ରୁହ

ନୂଆଦିଲ୍ଲୀ: ଚାରି ପୂର୍ବାଞ୍ଚଳ ରାଜ୍ୟକୁ ସଜାଗ ରହିବା ଲାଗି କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ । ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ପୋଲିସକୁ ସଜାଗ ରହିବା ଲାଗି ମନ୍ତ୍ରଣାଣାଳୟ ନିର୍ଦ୍ଦେଶ ଜାରି କରିଛି । ତେବେ ଏହି ୪ ରାଜ୍ୟରେ ଆଗମୀ ୧୫ ଦିନ ପାଇଁ ମାଓବାଦୀ ହିଂସା ଘଟାଇ ପାରନ୍ତି ବୋଲି କେନ୍ଦ୍ର ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି ।

ସେହିପରି କେନ୍ଦ୍ରଗୃହ ମନ୍ତ୍ରଣାଳର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏହି ଚାରି ରାଜ୍ୟକୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ପୋଲିସ ଓ ବିଭିନ୍ନ ବାଟାଲିୟନଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ତେବେ ପୂର୍ବାଞ୍ଚଳ ରାଜ୍ୟକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ବୈଠକରେ ଏହି ସର୍ତକ ସୂଚାନ ଦେଇଛନ୍ତି ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ । ଏଥିସହ ୧୫ଦିନ ଏହି ରାଜ୍ୟମାନଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଏନେଇ ତଥ୍ୟ ମିଳିବା ପରେ ମନ୍ତ୍ରଣାଳୟ ଏହି ଚାରି ରାଜ୍ୟ ସମେତ ମାଓ ପ୍ରଭାବିତ ରାଜ୍ୟଗୁଡିକ ସତର୍କ ରହିବା ଲାଗି ମଧ୍ଯ ନିର୍ଦ୍ଦେଶ ରହିଛି । ତେବେ କିଛି ଦିନ ତଳେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ମାଓ ପୋଷ୍ଟର ମିଳିବା ପରେ ଏହି ସବୁ ସ୍ଥାନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପଟେ ମାଓ ପୋଷ୍ଟର ମିଳିଥିବା ଅଞ୍ଚଳକୁ ପଶ୍ଚିମବଙ୍ଗ ପୋଲିସ ପରିଦର୍ଶନରେ ଯିବା ସହ ମାଓ ସ୍ଥିତର ସମୀକ୍ଷା କରିଥିଲେ ।

ଅନ୍ୟପଟେ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ମାଓ ଉପଦ୍ରବ ଅଞ୍ଚଳରୁ ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ନହୋଇ ହଟେଇବାକୁ ନେଅ ମଙ୍ଗଳବାର ହୋଇଥିବା ବୈଠକରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧି ଆପତ୍ତି ଉଠାଇଥିଲେ । ବୈଠକରେ ପଶ୍ଚିମବଙ୍ଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଏକ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.