ETV Bharat / bharat

ମେଟ୍ରୋମ୍ୟାନଙ୍କୁ ମାତ୍ ଦେଲେ ଶାଫି, କେରଳରେ ଖାତା ଖୋଲିପାରିଲାନି ବିଜେପି ! - ମେଟ୍ରୋମ୍ୟାନ ଶ୍ରୀଧରନ

କେରଳର ପଲକ୍କଡ ଆସନରୁ ମେଟ୍ରୋ ମ୍ୟାନଙ୍କୁ ମାତ ଦେଇ ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀ ଶାଫି । ଅଧିକ ପଢନ୍ତୁ...

ମେଟ୍ରୋ ମ୍ୟାନଙ୍କୁ ମାତ୍‌ ଦେଲେ ଶାଫି
ମେଟ୍ରୋ ମ୍ୟାନଙ୍କୁ ମାତ୍‌ ଦେଲେ ଶାଫି
author img

By

Published : May 2, 2021, 4:46 PM IST

Updated : May 2, 2021, 5:00 PM IST

ଥିରୁଅନନ୍ତପୁରମ: କେରଳର ପଲକ୍କଡରୁ ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ନିର୍ବାଚନ ଲଢୁଥିବା ମେଟ୍ରୋ ମ୍ୟାନ ହୋଇଛନ୍ତି ପରାସ୍ତ । ପଛରେ ରହିଥିବା ୟୁଡିଏଫ ପ୍ରାର୍ଥୀ ପୁଣି ମୈଦାନକୁ ଫେରି ଶ୍ରୀଧରନଙ୍କୁ ମାତ୍‌ ଦେଇଛନ୍ତି । ତେବେ ଶ୍ରୀଧରନଙ୍କ ଜରିଆରେ କେରଳରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଶେଷରେ ବିଫଳ ହୋଇଛି ।

ମେଟ୍ରୋ ମ୍ୟାନ ଶ୍ରୀଧରନଙ୍କୁ କଂଗ୍ରେସ ପ୍ରାର୍ଥୀ ଶାଫି ପାରାମ୍ବିଲ 3840 ଭୋଟରେ ହରାଇ ପଲକ୍କଡ ଗାଦିକୁ ହାତେଇଛନ୍ତି । ଭୋଟ ଗଣତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଶ୍ରୀଧରନ ଆଗୁଆ ରହିଥିବା ବେଳେ ପ୍ରକ୍ରିୟାର ଶେଷ ସୁଦ୍ଧା ଶ୍ରୀଧରନଙ୍କୁ ପଛରେ ପକାଇ ଶାଫି ପାଲକ୍କଡ ଗାଦିର ମୁକୁଟ ପିନ୍ଧିଛନ୍ତି । ଦେଶରେ ମେଟ୍ରୋ ରେଳ ବ୍ୟବସ୍ଥାକୁ ଡିଜାଇନ କରିଥିବା ଇଞ୍ଜିନିୟର ଶ୍ରୀଧରନ ବିଜେପିରେ ଯୋଗ ଦେଇଥିଲେ । ତେବେ ପୂର୍ବରୁ ଏହି ଆସନରେ ୟୁ଼ଡିଏଫ ବିଜୟୀ ଲାଭ କରିଥିଲା ।

ସେପଟେ ବର୍ତ୍ତମାନ ସୁଦ୍ଧା ଏଲଡିଏଫ 43 ସିଟରେ ଆଗୁଆ ରହିଥିବା ବେଳେ 62ଟି ବିଧାନସଭା ଆସନରେ ନିଜ ସ୍ଥାନକୁ ପକ୍କା କରିଛି । ଅନ୍ୟପଟେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ 18 ଆସନରେ ଆଗୁଆ ରହିଥିବା ବେଳେ 20ଟି ଆସନରେ ବିଜୟ ଲାଭ କରିଛି । ପ୍ରଥମ ପର୍ଯ୍ୟାୟରେ 3ଟି ଆସନରେ ଆଗୁଆ ଥିବା ବିଜେପି ନେତୃତ୍ବାଧୀନ ଏନଡିଏ ଗତବର୍ଷ ମାତ୍ର ଗୋଟିଏ ଆସନରେ ବିଜୟୀ ଲାଭ କରିଥିବା ବେଳେ ଚଳିତ ନିର୍ବାଚନରେ ରାଜ୍ୟରେ ଖାତା ଖୋଲିବାରେ ବିଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2021, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.