ETV Bharat / bharat

୨୬ରୁ ପୂର୍ଣ୍ଣ କ୍ଷମତା ସହ ଦିଲ୍ଲୀରେ ଗଡିବ ବସ ଓ ମେଟ୍ରୋ - delhi covid update

ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାବେଳେ ପୂର୍ବ କଟକଣା କୋହଳ କଲା ଦିଲ୍ଲୀ ସରକାର । ୨୬ରୁ ପୂର୍ଣ୍ଣ କ୍ଷମତା ସହ ଦିଲ୍ଲୀରେ ଗଡିବ ବସ ଓ ମେଟ୍ରୋ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କଟକଣା ହେଲା କୋହଳ । ଅଧିକ ପଢନ୍ତୁ...

୨୬ ରୁ ପୂର୍ଣ୍ଣ କ୍ଷମତା ସହ ଦିଲ୍ଲୀରେ ଗଡିବ ବସ ଓ ମେଟ୍ରୋ

author img

By

Published : Jul 24, 2021, 7:53 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାବେଳେ କୋଭିଡ କଟକଣା କୋହଳ କଲା ଦିଲ୍ଲୀ ସରକାର । ପୂର୍ବରୁ କଟକଣାରେ ଆଂଶିକ କୋହଳ କରାଯାଇଥିବାବେଳେ ବର୍ତ୍ତମାନ ପରିବର୍ତ୍ତିତ ସ୍ଥିତିକୁ ଦେଖି ବଡ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ଆସନ୍ତା ୨୬ ତାରିଖରୁ ବସ ଓ ମେଟ୍ରୋ ସେବା ପୂର୍ଣ୍ଣ କ୍ଷମତାରେ ଚଳାଇବା ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର ।

୨୬ ରୁ ପୂର୍ଣ୍ଣ କ୍ଷମତା ସହ ଦିଲ୍ଲୀରେ ଗଡିବ ବସ ଓ ମେଟ୍ରୋ
୨୬ ରୁ ପୂର୍ଣ୍ଣ କ୍ଷମତା ସହ ଦିଲ୍ଲୀରେ ଗଡିବ ବସ ଓ ମେଟ୍ରୋ

ସେହିପରି ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ଆଦି ୫୦ ପ୍ରତିଶତ କ୍ଷମତା ସହ ଚାଲିପାରିବା ନେଇ ସରକାର ଅନୁମତି ଦେଇଛନ୍ତି । ଏନେଇ ଦିଲ୍ଲୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ବସ ଓ ମେଟ୍ରୋ ସେବାକୁ ଅନୁମତି ମିଳିଥିବା ବେଳେ ମାତ୍ର ୫୦ ପ୍ରତିଶତ କ୍ଷମତା ସହ ସଞ୍ଚାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଏହାକୁ ଶତ ପ୍ରତିଶତ ତଥା ପୂର୍ଣ୍ଣ କ୍ଷମତାକୁ ଅନୁମତି ମିଳିଛି । ସେହିପରି ଅନ୍ତିମ ସଂସ୍କାରରେ ସର୍ବାଧିକ ଶହେ ଲୋକଙ୍କୁ ସାମିଲ ହୋଇପାରିବା ନେଇ ଅନୁମତି ମିଳିଛି । କିନ୍ତୁ ପୂର୍ବଭଳି ସର୍ବସାଧାରଣ ସ୍ଥାନରେ କୋଭିଡ ପ୍ରୋଟୋକଲ କଡାକଡି ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.