ETV Bharat / bharat

ପଳାତକ ମେହୁଲ ଚୋକସି ଗିରଫ - ମେହୁଲ ଚୋକସି ଗିରଫ

ଧରାପଡିଲେ ପିଏନବି ସ୍କାମ୍ ମାମଲାର ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । ଡୋମିନିକାରୁ ଅପରାଧିକ ତଦନ୍ତ ବିଭାଗ(ସିଆଇଡି) ତାଙ୍କୁ ଗିରଫ କରିଛି । ମେ 23 ତାରିଖ ଦିନ ଅଭିଯୁକ୍ତ ଚୋକସି କୁଆଡେ ଫେରାର୍ ହୋଇଯାଇଥିଲେ । ଅଧିକ ପଢନ୍ତୁ...

ଧରାପଡିଲେ ପଳାତକ ମେହୁଲ ଚୋକସି
ଧରାପଡିଲେ ପଳାତକ ମେହୁଲ ଚୋକସି
author img

By

Published : May 27, 2021, 10:00 AM IST

Updated : May 27, 2021, 11:03 AM IST

ଆଣ୍ଟିଗୁଆ: ଧରାପଡିଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । ଡୋମିନିକାରୁ ଅପରାଧିକ ତଦନ୍ତ ବିଭାଗ(ସିଆଇଡି) ତାଙ୍କୁ ଗିରଫ କରିଛି । ଏହି ପରିପ୍ରେକ୍ଷୀରେ ମେହୁଲ ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ ମୁଁ ବ୍ୟବସାୟୀ ଚୋକସିଙ୍କ ପରିବାର ସହ କଥା ହୋଇଥିଲି, ସେମାନେ ଖୁସି ଯେ ଶେଷରେ ଚୋକସିଙ୍କ ଠିକଣା ଜଣାପଡିଛି । ଚୋକସିଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଉଛି । ଯାହାଫଳରେ ତାଙ୍କୁ କିପରି ଡୋମିନିକାକୁ ନିଆଗଲା ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ।

ସେପଟେ ଏହି ଘଟଣାରେ ଆଣ୍ଟିଗୁଆ ପିଏମଓ କହିଛନ୍ତି, ତାଙ୍କ ଦେଶକୁ ଅବୈଧ ପ୍ରବେଶ କରିଥିବା ପଳାତକ ଚୋକସିଙ୍କୁ ହେପାଜତର ନିଆଯିବ ସହ ସିଧାସଳଖ ଭାରତ ପଠାଇବାକୁ ଡୋମିନିକାନ ସରକାରଙ୍କୁ କହିଛୁ । ସେହିପରି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ ଡୋମିନିକାରେ ଗିରଫ ହୋଇଥିବା ଅଭିଯୁକ୍ତ ମେହୁଲ ଚୋକସି ସମ୍ଭବତଃ ବୋଟ୍ ଯୋଗେ ତାଙ୍କ ଦେଶରେ ବେଆଇନ ଭାବେ ପ୍ରବେଶ କରିଥାଇପାରନ୍ତି । ଏନେଇ ଭାରତ ସରକାରଙ୍କ ସହ ମଧ୍ୟ ଆମେ ଯୋଗଯୋଗ କରୁଛୁ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଆଣ୍ଟିଗୁଆରୁ ବିତାଡିତ କରି ଭାରତ ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ଏହି ଅପରେସନରେ ସିବିଆଇ ଟିମ୍, ଇଣ୍ଟରପୋଲ ଏବଂ ଗୁପ୍ତଚର ସଂସ୍ଥାର ଅଧିକାରୀଙ୍କ ସମେତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି ।

ସୂଚନାଯୋଗ୍ୟ, ଗତ ମେ 23 ତାରିଖ ଦିନ ମେହୁଲ ଚୋକସି କୁଆଡେ ଫେରାର୍ ହୋଇଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣିସ ଖବର ମିଳିନଥିଲା । ପୋଲିସ ଏହି ଖୋଜାଖୋଜି ଜାରି ରଖିଥିଲା । ଆଣ୍ଟିଗୁଆ ଏବଂ ବାରବୁଡାର ନାଗରିକତା ଗ୍ରହଣ କରିଥିବା ଚୋକସି ରବିବାର ଦିନ ଆଣ୍ଟିଗୁଆର ଦକ୍ଷିଣ ଅଞ୍ଚଳରେ ନଜର ଆସିଥିଲେ । ହେଲେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସେ ଖସି ପଳାଇଥିଲେ ଏବଂ କେବଳ ତାଙ୍କର ଗାଡିକୁ ଉଦ୍ଧାର କରାଯାଇଥିଲା । ତେବେ ଶେଷରେ ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ସ୍କାମ୍ ମାମଲାର ଅଭିଯୁକ୍ତ ଚୋକସି ଧରା ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2021, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.