ETV Bharat / bharat

Bharat Jodo Yatra: କାଶ୍ମୀରରେ ସାମିଲ ହେବେ ମେହବୁବା

author img

By

Published : Dec 28, 2022, 7:51 AM IST

କାଶ୍ମୀରରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା (Bharat Jodo Yatra in Kashmir) । ଏଥିରେ PDP ସଭାପତି ମେହବୁବା ମୁଫ୍ତି ସାମିଲ ହେବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Mehbooba
Mehbooba

ଶ୍ରୀନଗର: କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବେ PDP ସଭାପତି ମେହବୁବା ମୁଫ୍ତି (PDP president Mehbooba Mufti ) । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ସେ କାଶ୍ମୀରରେ ହେବାକୁ ଥିବା ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି (Bharat Jodo Yatra in Kashmir) । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହାସହିତ ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ( NC president Farooq Abdullah) ମଧ୍ୟ ଏହି ଯାତ୍ରାରେ ସାମିଲ ହେବା ନେଇ ଆଲୋଚନା ହେଉଛି ।

ମେହବୁବା ମୁଫ୍ତି ଟ୍ବିଟ କରି ଲେଖିଛନ୍ତି, "କାଶ୍ମୀରରେ ହେବାକୁ ଥିବା ଭାରତ ଯୋଡ଼ ଯାତ୍ରାରେ ମୁଁ ସାମିଲ ହେବାକୁ ଯାଉଛି । ଏଥିଲାଗି ରାହୁଲ ଜୀଙ୍କ ନିମନ୍ତ୍ରଣ ଆସିଛି । " ଏହାସହିତ ସେ ତାଙ୍କ ଧୈର୍ଯ୍ୟକୁ ସାଲ୍ୟୁଟ କରିବା ସହ ଏହି ଯାତ୍ରାରେ ଯୋଗଦେବା ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି । ଏକ ଉତ୍ତମ ଭାରତ ଗଠନରେ ସେ ତାଙ୍କ ସହିତ ଯୋଗଦେବା ନେଇ କହିଛନ୍ତି । ସେପଟେ ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା ମଧ୍ୟ ଏହି ଯାତ୍ରାରେ ସାମିଲ ହେବା ନେଇ ଆଲୋଚନା ହେଉଛି । ତେବେ ଫାରୁକ ଅବଦୁଲ୍ଲାଙ୍କ ପକ୍ଷରୁ ଏହାକୁ ନେଇ କୌଣସି ସ୍ପଷ୍ଟୋକ୍ତି ଦିଆଯାଇନାହିଁ । ଭାରତଯୋଡ଼ ଯାତ୍ରା ପାଇଁ ଜମ୍ମୁକାଶ୍ମୀର କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ରାହୁଲ ଗାନ୍ଧୀ ଏବେ ବି ୧୯୬୨ରେ ରହୁଛନ୍ତି: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଏହି ଯାତ୍ରା ଜମ୍ମୁ ଅଞ୍ଚଳର କାଠୁଆ ଡିଲ୍ଲାରୁ ଆସନ୍ତା ଜାନୁଆରୀ ୨୧ ତାରିଖରେ ଆରମ୍ଭ ହେବ । ଏହାପରେ ଶ୍ରୀନଗରରେ ଜାନୁଆରୀ ୩୦ ତାରିଖରେ ପହଞ୍ଚିବ । ଏଥିଲାଗି ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି । କଂଗ୍ରେସର ଏହି ଯାତ୍ରାରେ ବିରୋଧୀ ନେତାମାନେ ମଧ୍ୟ ସାମିଲ ହେବା ସହ କିଛି ଅଭିନେତା ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.